ନବୀନ ପଟ୍ଟନାୟକ ପୁଣି ବିଜେଡି ସଭାପତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ସପ୍ତମ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହୋଇଛନ୍ତି। ଆଜି ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ବିଜେଡି ଦଳର ସଭାପତି ହେବା ପରେ ନବୀନ ରାଜ୍ୟର ସବୁ ବିଜେଡି କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ସେ କହିଛନ୍ତି, “ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ମୁଁ ଆଜି ପର୍ଯ୍ୟନ୍ତ ଦଳର ସଭାପତି ଭାବରେ ମୋର […]

bjd

bjd

Rakesh Mallick
  • Published: Sunday, 28 February 2016
  • Updated: 28 February 2016, 04:13 PM IST

Sports

Latest News

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ସପ୍ତମ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ ବିଜୁ ଜନତା ଦଳର ସଭାପତି ନିର୍ବାଚିତ ହୋଇଛନ୍ତି। ଆଜି ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଦଳର ନିର୍ବାଚନ ଅଧିକାରୀ ପ୍ରତାପ ଦେବ।

ବିଜେଡି ଦଳର ସଭାପତି ହେବା ପରେ ନବୀନ ରାଜ୍ୟର ସବୁ ବିଜେଡି କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ସେ କହିଛନ୍ତି, “ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ମୁଁ ଆଜି ପର୍ଯ୍ୟନ୍ତ ଦଳର ସଭାପତି ଭାବରେ ମୋର ଦାୟିତ୍ୱ ନିଷ୍ଠାର ସହ ପାଳନ କରିଆସୁଛି। ଆପଣମାନଙ୍କ ସ୍ନେହ ଓ ଶ୍ରଦ୍ଧା ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ କରିବା ପାଇଁ ମୋତେ ଶକ୍ତି ଦେଇଛି। ବିଜୁ ଜନତା ଦଳ ଆଜି ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ହୋଇପାରିଛି। ଏହାସହିତ ଜାତୀୟ ରାଜନୀତିରେ ବିଜେଡି ଦଳର ଭୂମିକା ବଢ଼ିଛି। ଆମ ଦଳ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ହାସଲ କରିଛି। ଓଡ଼ିଶା ପ୍ରତି ହୋଇ ଆସୁଥିବା ଅବହେଳା ବିରୋଧରେ ଆମର ସଂଗ୍ରାମ ଲୋକଙ୍କ ଭିତରେ ଆମ ଦଳ ପ୍ରତି ଆସ୍ଥା ବୃଦ୍ଧି କରିଛି। ଆମର ବିକାଶ କାର୍ଯ୍ୟକ୍ରମ ଲୋକଙ୍କ ମନକୁ ଛୁଇଁପାରିଛି। ଚାଷୀଠାରୁ ଆରମ୍ଭ କରି ଶ୍ରମିକ, ମହିଳା, ଛାତ୍ର, ଯୁବକ, ଆଦିବାସୀ ଦଳିତ ସମସ୍ତଙ୍କ ପାଇଁ ଆମର କାର୍ଯ୍ୟକ୍ରମ ସଫଳ ଭାବରେ ଆଗେଇ ଚାଲିଛି।”

ଏ ଅବସରରେ ସେ କର୍ମୀମାନଙ୍କୁ ଗାଇଡ୍ କରିବା ଲାଗି  ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହାଛଡ଼ା ଆଜିର ଏହି କାର୍ଯ୍ୟକ୍ରମରେ ୮୧ ଜଣ  କାର୍ଯ୍ୟକାରିଣୀ ସଭ୍ୟଙ୍କ ନାମ ମଧ୍ୟ ଘୋଷଣା ହୋଇଛି।

ଅନ୍ୟପକ୍ଷରେ ନବୀନଙ୍କ ଆଗରେ ବହୁ ଚ୍ୟାଲେଞ୍ଜ ରହିଛି। ସବୁଠୁ ବଡ ଚ୍ୟାଲେଞ୍ଜ ହେଉଛି ଦଳରେ ଦେଖାଦେଇଥିବା ଅର୍ନ୍ତଦ୍ୱନ୍ଦ ଦୂର କରିବା ଓ ବରିଷ୍ଠ ଏବଂ ଯୁବ ନେତାଙ୍କୁ ଏକାଠି ନେଇ ସଂଗଠନକୁ ମଜଭୁଦ କରିବା। ବିରୋଧୀଙ୍କ ଶାଣିତ ଆକ୍ରମଣକୁ ମୁକାବିଲା କରିବା, ଗୁରୁତ୍ୱପୂର୍ଣ୍ଣ ଦଳୀୟ କାର୍ଯ୍ୟକ୍ରମ ଓ ସରକାରଙ୍କ ବିକାଶର ବର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବା ବି ନବୀନଙ୍କ ପାଇଁ ଚ୍ୟାଲେଞ୍ଚ ହେବ। ପଞ୍ଚାୟତ ନିର୍ବାଚନ, ପୌରପରିଷଦ ନିର୍ବାଚନ ନବୀନଙ୍କ ଟର୍ମରେ ସବୁଠୁ ବଡ ଏସିଡ ଟେଷ୍ଟ ହେବ। ଚତୁର୍ଥତର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ସରକାରୀସ୍ତରରେ ହେଉ କି ଦଳୀୟସ୍ତରରେ ହେଉ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହେଉଛନ୍ତି।

ଏନେଇ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, “ଦଳରେ କେଉଁ କୋଣରେ ମତଭେଦ ରହିଛି। ଏହାକୁ ଗଣତାନ୍ତ୍ରିକ ପଦ୍ଧତ୍ତିରେ ସମାଧାନ କରାଯିବ। ରାଜ୍ୟର ବିକାଶକୁ ଆଗୁ ନେବାକୁ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଇଚ୍ଛା। ରାଜ୍ୟର ବିକାଶ ପାଇଁ ସେ ଯେଉଁ ପଦକ୍ଷେପ ନେଉଛନ୍ତି ତାହାକୁ ଦଳମତରେ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।”

ଏ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ,“ପଞ୍ଚାୟତ ନିର୍ବାଚନ ବର୍ଷକ ପରେ ପରେ ରହିଛି। ଆଜି ବିଜେଡିର ଯେଉଁ ନିର୍ବାଚନ ପ୍ରକ୍ରିୟା ଶେଷ ହେଲା ଏହାର ପ୍ରଥମ ଟେଷ୍ଟ ହେବ ଏହି ପଞ୍ଚାୟତ ନିର୍ବାଚନ। ସଂଗଠନ ଓ ସଂଗଠନ ପକ୍ରିୟା ଆମ ପାଇଁ ଏକ ଚ୍ୟାଲେଞ୍ଜ। ଯେଉଁ ପ୍ରତିଶ୍ରୁତି ଦେଇ ଲୋକଙ୍କ ପାଖରୁ ଭୋଟ୍‌ ଆଣିଥିଲା ତାହାକୁ ପୂରଣ କରିବା ପାଇଁ ପ୍ରାଧାଡ଼୍ୟ ଦେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story