ଦିଲ୍ଲୀରେ ନୀତିନଙ୍କୁ ଭେଟିଲେ ନବୀନ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ସଡ଼କ ପରିବହନମନ୍ତ୍ରୀ ନୀତିନ ଗଡକାରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଅଲୋଚନା କରିଛନ୍ତି। ବିଶେଷକରି ଜାତୀୟ ରାଜପଥର (ଏନ୍‌ଏଚ୍‌) ଅଧୁରା କାମ ସାରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏହାଛଡ଼ା ୧୬ ନମ୍ୱର ଜାତୀୟ ରାଜପଥରେ ଖଣ୍ଡଗିରିରେ ଫ୍ଲାଏଓଭ, ଖୋର୍ଦ୍ଧା ଗୋହିରା-ଇନ୍‌ଫୋ ଭ୍ୟାଲି ଯାଏଁ ଫ୍ଲାଏଓଭର ନିର୍ମାଣ ଓ କଟକ-ଅନୁଗୋଳ ଜାତୀୟ ରାଜପଥ -୪୨କୁ ୪ ଲେନ୍‌ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏହାଛଡ଼ା ପୁରୀ-ଭୁବନେଶ୍ୱର ଏନ୍‌ଏଚ୍‌ -୨୦୩ର […]

Naveen-Patnaik cm

Naveen-Patnaik cm

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 01:59 PM IST

Sports

Latest News

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ସଡ଼କ ପରିବହନମନ୍ତ୍ରୀ ନୀତିନ ଗଡକାରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଅଲୋଚନା କରିଛନ୍ତି। ବିଶେଷକରି ଜାତୀୟ ରାଜପଥର (ଏନ୍‌ଏଚ୍‌) ଅଧୁରା କାମ ସାରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏହାଛଡ଼ା ୧୬ ନମ୍ୱର ଜାତୀୟ ରାଜପଥରେ ଖଣ୍ଡଗିରିରେ ଫ୍ଲାଏଓଭ, ଖୋର୍ଦ୍ଧା ଗୋହିରା-ଇନ୍‌ଫୋ ଭ୍ୟାଲି ଯାଏଁ ଫ୍ଲାଏଓଭର ନିର୍ମାଣ ଓ କଟକ-ଅନୁଗୋଳ ଜାତୀୟ ରାଜପଥ -୪୨କୁ ୪ ଲେନ୍‌ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏହାଛଡ଼ା ପୁରୀ-ଭୁବନେଶ୍ୱର ଏନ୍‌ଏଚ୍‌ -୨୦୩ର କାମ ତ୍ୱରାନ୍ୱିତ କରିବା ଓ ୩୦ ଜିଲ୍ଲାର ରାଜ୍ୟ ରାଜପଥକୁ ଜାତୀୟ ରାଜପଥରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos