ନବୀନ ସରକାରଙ୍କ ଅପାରଗତା କାରଣରୁ ରାଜ୍ୟ ବିଭିନ୍ନ ସଙ୍କଟ ଦେଇ ଗତି କରୁଛି: ବିଜେପି

ଭୁବନେଶ୍ୱର: ନବୀନ ସରକାରଙ୍କ ଚତୁର୍ଥ ଇନିଂସକୁ ଆଜି ଦୁଇ ବର୍ଷ ପୂରିଛି। ଏ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା। ସେ କହିଛନ୍ତି,“ଗତ ଦୁଇ ବର୍ଷ ହେଲା ନବୀନ ସରକାରଙ୍କ ଅପାରଗତା କାରଣରୁ ଓଡ଼ିଶା ବିଭିନ୍ନ ପ୍ରକାର ସଙ୍କଟ ଦେଇ ଗତି କରୁଛି। କେନ୍ଦ୍ରୀୟ ଯୋଜନା ଓ ଆର୍ଥିକ ସହାୟତାକୁ ଚଞ୍ଚକତା କରି ନିଜ ନାଁରେ ଶ୍ରେୟ ନେଉଛନ୍ତି ନବୀନ […]

bjp

bjp

Rakesh Mallick
  • Published: Saturday, 21 May 2016
  • Updated: 21 May 2016, 09:22 AM IST

ଭୁବନେଶ୍ୱର: ନବୀନ ସରକାରଙ୍କ ଚତୁର୍ଥ ଇନିଂସକୁ ଆଜି ଦୁଇ ବର୍ଷ ପୂରିଛି। ଏ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା। ସେ କହିଛନ୍ତି,“ଗତ ଦୁଇ ବର୍ଷ ହେଲା ନବୀନ ସରକାରଙ୍କ ଅପାରଗତା କାରଣରୁ ଓଡ଼ିଶା ବିଭିନ୍ନ ପ୍ରକାର ସଙ୍କଟ ଦେଇ ଗତି କରୁଛି। କେନ୍ଦ୍ରୀୟ ଯୋଜନା ଓ ଆର୍ଥିକ ସହାୟତାକୁ ଚଞ୍ଚକତା କରି ନିଜ ନାଁରେ ଶ୍ରେୟ ନେଉଛନ୍ତି ନବୀନ ସରକାର। କେନ୍ଦ୍ରୀୟ ଅବହେଳାର ସ୍ଲୋଗାନ୍ ଦେଇ  ରାଜ୍ୟ ସରକାର ଓଡ଼ିଶାର ଲୋକଙ୍କୁ ଶୋଷଣ କରୁଛନ୍ତି। ରାଜ୍ୟ ସରକାରଙ୍କ ସ୍ଥାଣୁତା କାରଣରୁ  ସାଧାରଣ ଲୋକ ତାର ନାଯ୍ୟ ହକ୍ ଓ ଅଧିକାର ପାଇବାରୁ ବଞ୍ଚିତ ହେଉଛି। ନବକଳେବରରେ ଯେଉଁ ବ୍ରହ୍ମ ବିଭ୍ରାଟ ହୋଇଥିଲା ବର୍ତ୍ତମାନ ସୁଦ୍ଧା ସରକାର ସେଥିରେ ସମ୍ପୃକ୍ତି ଥିବା ଅପରାଧୀମାନଙ୍କୁ ଦଣ୍ଡ ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।  ରାସନ କାର୍ଡ ଅନିୟମିତତାରେ ସରକାରଙ୍କ ଅପାରଗତା ଓ ଚିଟ୍‌ଫଣ୍ଡ କେଳେଙ୍କାରୀରେ ସରକାର ୨୦ ଲକ୍ଷ ଜମାକରୀଙ୍କୁ ତାଙ୍କ ଜମା ଅର୍ଥ ଫେରାଇବା ବ୍ୟବସ୍ଥା ଉପରେ ନିଷ୍ପତ୍ତି ନେବାରେ ବିଫଳ ହୋଇଛନ୍ତି।”

ବସନ୍ତ ପଣ୍ଡା କହିଛନ୍ତି,“କେନ୍ଦ୍ରୀୟ ଯୋଜନାରେ ୨ ଲକ୍ଷ ୪୪ ହଜାର  ଗୃହ, ଏବଂ ରାଜ୍ୟ ଯୋଜନାରେ ୫୮ ହଜାର ଗୃହ ଏଭଳି ୩ ଲକ୍ଷ ୨ ହଜାର ଗୃହ ଯୋଗାଇ ଦେଇଥିବା  ମୁଖ୍ୟମନ୍ତ୍ରୀ  କେଉଁଭଳି ଭାବରେ  ନିର୍ଲଜତାର ସହ  ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ୧୦ ଲକ୍ଷ ଘରର ଲୋକାର୍ପଣ କରୁଛନ୍ତି? ଏହା ନିଶ୍ଚିତ ରୂପରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ରୂପରେ ଅଶୋଭନୀୟ। ଚାଷ ପାଇଁ ରାଜ୍ୟର ଚାଷୀମାନେ ଅଭାବନୀୟ କ୍ଷତି ସହି ଆତ୍ମହତ୍ୟା କରୁଛନ୍ତି। ଚାଷୀ ତାର ଉତ୍ପାଦନର ମୂଲ୍ୟ ସହି ନ ପାରି ଅଭାବି ବିକ୍ରିର ଶିକାର ହେଉଛି। ଲଘୁ ବନଜାତ ଦ୍ରବ୍ୟର  ସଂଗ୍ରହକାରୀ ମଧ୍ୟ ସେହିଭଳି  ତା’ ଉତ୍ପାଦନର ଉଚିତ୍ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି।”

ସେ କହିଛନ୍ତି,“ବିଭିନ୍ନ ଉପାୟରେ ଲୋକଙ୍କୁ ପଙ୍ଗୁ କରିବାର ଯୋଜନା ଚାଲିଛି। ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ଚାଲିଛି। ରାଜ୍ୟ ସରକାରଙ୍କ ରିପୋର୍ଟ କହୁଛି ଗତ ୪ ବର୍ଷ ମଧ୍ୟରେ ୧୦ ପ୍ରତିଶତ ନାରୀ ନିର୍ଯାତନା ବଢ଼ିଛି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି, ଲୋକଙ୍କ ପାଇଁ ରୋଜଗାର ନାହିଁ କିନ୍ତୁ ସରକାର ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଡିଣ୍ଡିମ ପିଟୁଛନ୍ତି। ଏହାର ଜବାବ ଓଡ଼ିଶାବାସୀ ଆଗାମୀ ଦିନରେ ନିଶ୍ଚିତ ଦେବେ।”

ବସନ୍ତ କହିଛନ୍ତି,“ ଭାରତୀୟ ଜନତା ପାର୍ଟି ସାରା ଓଡ଼ିଶାବାସୀଙ୍କୁ କହିବାକୁ ଚାହିଁଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆତ୍ମସମୀକ୍ଷାର କରିବାର ସମୟ ଆସିଛି। ଓଡ଼ିଆ ଭାଷା ଶିଖିଲେ ନାହିଁ। ଗଣତନ୍ତ୍ର କଣ୍ଠରୋଧ କରିବାରେ ଲାଗିଛନ୍ତି।  ମହାଦୁର୍ନୀତିରେ ସାମିଲ ଥିବା ଲୋକଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି।  ଏଭଳି କୂଟ ଶାସନକୁ  ଭାରତୀୟ ଜନତା ପାର୍ଟି  ଘୋର ନିନ୍ଦା କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos