ଦଳୀୟ ନେତାଙ୍କୁ ଚୋର କହି ଅଡୁଆରେ ତଥାଗତ: କୈଫିୟତ୍ ତଲବ କଲେ ନବୀନ

ଭୁବନେଶ୍ୱର: ବିଜେଡି ସାଂସଦ ତଥାଗତ ସତପଥୀଙ୍କ ଚୋର ଉପାଖ୍ୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ। ଏନେଇ ଦେବୀ ପ୍ରସାଦ ମିଶ୍ର ଆଜି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ଫେରାଦ ହେବା ପରେ ତଥାଗତଙ୍କ ପାଖରୁ କୈଫିୟତ ତଲବ କରାଯାଇଛି। ତଥାଗତ ଯାହା କହିଛନ୍ତି ତାହା ଠିକ୍ ନୁହେଁ ବୋଲି ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି। ତଥାଗତ ଗତକାଲି କଂଗ୍ରେସ୍ ଓ ବିଜେପିକୁ ଚୋର କହିବା ସହ ଆମେ ବି କିଛି କମ୍ ନାହୁଁ ବୋଲି କହିଥିଲେ। ଢେଙ୍କାନାଳ […]

Naveen-Patnaik cm

Naveen-Patnaik cm

Rakesh Mallick
  • Published: Thursday, 08 June 2017
  • Updated: 08 June 2017, 08:40 PM IST

Sports

Latest News

ଭୁବନେଶ୍ୱର: ବିଜେଡି ସାଂସଦ ତଥାଗତ ସତପଥୀଙ୍କ ଚୋର ଉପାଖ୍ୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ। ଏନେଇ ଦେବୀ ପ୍ରସାଦ ମିଶ୍ର ଆଜି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ଫେରାଦ ହେବା ପରେ ତଥାଗତଙ୍କ ପାଖରୁ କୈଫିୟତ ତଲବ କରାଯାଇଛି। ତଥାଗତ ଯାହା କହିଛନ୍ତି ତାହା ଠିକ୍ ନୁହେଁ ବୋଲି ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତଥାଗତ ଗତକାଲି କଂଗ୍ରେସ୍ ଓ ବିଜେପିକୁ ଚୋର କହିବା ସହ ଆମେ ବି କିଛି କମ୍ ନାହୁଁ ବୋଲି କହିଥିଲେ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଝାଡ଼ବନ୍ଧରେ ଆୟୋଜିତ ପୌଷ ମହୋତ୍ସବରେ ଯୋଗଦେଇ ଏଭଳି କଟୁ ମନ୍ତବ୍ୟ ଦେଇଥିଲେ। ତଥାଗତ ଆହୁରି ମଧ୍ୟ କହିଥିଲେ ଯେ ନିକଟରେ ନବୀନ ବାବୁ ୪-୫ ଜଣ ଚୋରଙ୍କୁ ବାହାର କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ବିଦାୟୀ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ନାଁ ମଧ୍ୟ ଉଲ୍ଲେଖ କରିଥିଲେ। ଆଜି ଦେବୀ ମିଶ୍ର ଏନେଇ ନବୀନଙ୍କ ପାଖରେ ଫେରାଦ ହୋଇଥିଲେ।

ତେବେ ଏବେ ପ୍ରଶ୍ନ ଉଠୁଛି ଦେବୀଙ୍କ  ନାଁ  ନେଇ ତଥାଗତ ଏମିତି କାହିଁକି କହିଲେ? ତାଙ୍କ ଚୋର ଉପାଖ୍ୟାନରେ ଆଉ ୪ ଚୋର କିଏ? ୧୦ ଜଣ ମନ୍ତ୍ରୀଙ୍କୁ ନବୀନ ତାଙ୍କ ମନ୍ତ୍ରୀମଣ୍ଡଳରୁ ବିଦା କରିଥିବା ବେଳେ କେଉଁ ୪ ଜଣଙ୍କୁ ଇଙ୍ଗିତ କରୁଛନ୍ତି ତଥାଗତ?  ଏନେଇ ପ୍ରକୃତରେ ତାଙ୍କ ପାଖରେ କିଛି ପ୍ରମାଣ ଅଛି ନା ଏମିତି  କହୁକହୁ  କହିଦେଲେ?  ଏସବୁ ପ୍ରଶ୍ନର ଉତ୍ତର କିନ୍ତୁ ଆଜି ଆଉ ଦେଇନାହାନ୍ତି ତଥାଗତ।

ବିଜେଡି ବିରୋଧରେ ତଥାଗତଙ୍କ ଏ ବାଣ ବିରୋଧୀଙ୍କୁ ଦେଇଛି ମଉକା। ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା କିଏ ସେ ଚୋର ତାର ଜବାବ ଦେବାକୁ ନବୀନଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି,“ତଥାଗତ ବାବୁ ଯାହା କହିଛନ୍ତି ଠିକ୍‌ କହିଛନ୍ତି। ମନ୍ତ୍ରୀମଣ୍ଡଳ ଅଦଳବଦଳରେ କିଛି ଚୋର ଓ ଭଲ  ମନ୍ତ୍ରୀ ଯାଇଛନ୍ତି। ଏବେବି କିଛି ଚୋର ମନ୍ତ୍ରୀ ମଧ୍ୟ ଅଛନ୍ତି।”

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି,“ମନ୍ତ୍ରୀମଣ୍ଡଳରେ ଚୋର ମନ୍ତ୍ରୀ ଅଛନ୍ତି। ଏ କଥା ଗତକାଲି  ତଥାଗତବାବୁ କହିଥିଲେ। ତେବେ କିଏ ସେ ଚୋର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ କୁହନ୍ତୁ?”

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି,“ସାଂସଦ କେଉଁ ପ୍ରାସଙ୍ଗରେ ଏହି କଥା କହିଛନ୍ତି ତାହା ଦେଖିବାକୁ ପଡ଼ିବ।”

ଚୋର ଉପାଖ୍ୟାନ ବିବାଦ ପରେ ତଥାଗତ ଟୁଇଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ଲୋକ ବିରୋଧୀ ନେତାଙ୍କୁ ନବୀନ ବରଦାସ୍ତ କରନ୍ତି ନାହିଁ ବୋଲି ଲେଖିଛନ୍ତି। ତେବେ ଖାଲି ଏଥର ନୁହେଁ, ଏହା ପୂର୍ବରୁ ମଧ୍ୟ ବିଜେଡିରେ ମୂଷା ଉପାଖ୍ୟାନ କଥା କହି କମ୍ପନ ଆଣିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos