ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶଂସାକୁ ବିଜୟଙ୍କ ନାପସନ୍ଦ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ସରଳ ବ୍ୟକ୍ତିତ୍ୱ ବୋଲି କହି ତାଙ୍କୁ ପ୍ରଶଂସା କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ନିଜ ଦଳ ଭିତରୁ ତଥା ବାହାରୁ ସମାଲୋଚନାର ଶିକାର ହୋଇଛନ୍ତି। ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ତାଙ୍କର ଏହି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି,“କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁ ପରିସ୍ଥିତିରେ ଏକଥା କହିଛନ୍ତି, ତାହା ତାଙ୍କୁ ଜଣାଥିବ। ଦଳର ତୃଣମୂଳ ସ୍ତରର କର୍ମୀଙ୍କ ଉପରେ ଏହା ପ୍ରଭାବ ପକାଇବ।” ସେହିଭଳି ବରିଷ୍ଠ […]

bijay-mahapatra

bijay-mahapatra

Rakesh Mallick
  • Published: Sunday, 06 November 2016
  • Updated: 06 November 2016, 03:55 PM IST

Sports

Latest News

bijay-mahapatraଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ସରଳ ବ୍ୟକ୍ତିତ୍ୱ ବୋଲି କହି ତାଙ୍କୁ ପ୍ରଶଂସା କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ନିଜ ଦଳ ଭିତରୁ ତଥା ବାହାରୁ ସମାଲୋଚନାର ଶିକାର ହୋଇଛନ୍ତି। ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ତାଙ୍କର ଏହି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି।

ସେ କହିଛନ୍ତି,“କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁ ପରିସ୍ଥିତିରେ ଏକଥା କହିଛନ୍ତି, ତାହା ତାଙ୍କୁ ଜଣାଥିବ। ଦଳର ତୃଣମୂଳ ସ୍ତରର କର୍ମୀଙ୍କ ଉପରେ ଏହା ପ୍ରଭାବ ପକାଇବ।”

ସେହିଭଳି ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି,“କେନ୍ଦ୍ରମନ୍ତ୍ରୀଙ୍କ ଏହି ମନ୍ତବ୍ୟରୁ ଜଣାପଡୁଛି ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ହୋଇଛି। ସେ ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଗୋଟିଏ କଥା କହୁଛନ୍ତି ଓ ଲୋକଙ୍କୁ ଦେଖାଇ ହେବାକୁ ଆଉ ଗୋଟେ କଥା କହୁଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି,“ଚିଟ୍‌ଫଣ୍ଡ ନେଇ ସିବିଆଇ ତଦନ୍ତ ଶୀଥିଳ ପଡ଼ିଯାଇଛି କାହିଁକି?” ଏହା କହି ସେ ବିଜେପି ଓ ବିଜେଡି ମଧ୍ୟରେ ଭିତିରି ବୁଝାମଣା ହୋଇଥିବାର ସଙ୍କେତ ଦେଇଛନ୍ତି।

ଭୁବନେଶ୍ୱରରେ ଗତକାଲି ‘ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍’ ପକ୍ଷରୁ ଆୟୋଜିତ ଓଡ଼ିଶା ଲିଟେରାରି ଫେଷ୍ଟିଭାଲ୍‌ର ଉଦ୍‌ଘାଟନୀ ଉତ୍ସବରେ ଧର୍ମେନ୍ଦ୍ର ଯୋଗ ଦେଇଥିଲେ। ମତ ବିନିମୟ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇଟି ଭଲ ଓ ଦୁଇଟି ଖରାପ ଗୁଣ ସଂପର୍କରେ କହିବାକୁ ଧର୍ମେନ୍ଦ୍ରଙ୍କୁ କହିଥିଲେ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ଗ୍ରୁପ୍ ଏଡିଟର ପ୍ରଭୁ ଚାୱଲା। ଏହାର ଜବାବରେ ସେ କହିଥିଲେ,“ନବୀନ ବାବୁ ଜଣେ ସରଳ ବ୍ୟକ୍ତିତ୍ୱ। ତାଙ୍କ ପୋଷାକ ପରିଧାନ ଅତି ସରଳ। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କିନ୍ତୁ ଦାମୀ ଗାଡ଼ି ଚଢ଼ନ୍ତି ନାହିଁ। ତାଙ୍କ ଉଚ୍ଚତା ଟିକେ ଅଧିକ। ସେ ଚଢ଼ୁଥିବା କାରରେ ଆରମରେ ଗୋଡ଼ ରଖିବାକୁ ଟିକେ ଅସୁବିଧା ହୁଏ। ମୁଁ ତାଙ୍କୁ ଥରେ କହିଲି ଏବେ ବଡ଼ ଓ ଲମ୍ବା କାର ଆସିଲାଣି। ସ୍କୋର୍ପିଓ କି ଅଲଗା କିଛି ଗାଡ଼ି ନିଅନ୍ତୁ। ସେ କେବଳ ହସି ଦେଲେ। ଏଥିରୁ ଜଣାପଡୁଛି ଜଣେ ସାମାଜିକ ଲୋକ ଭାବେ ସେ ନିଜ ବ୍ୟକ୍ତିଗତ ଜୀବନକୁ କେତେ ସୀମିତ ଓ ସରଳ ରଖିଛନ୍ତି।”

ନବୀନଙ୍କ ଦୁଇଟି ଖରାପ ଗୁଣ ସଂପର୍କରେ କହିବାକୁ ଯାଇ ଧର୍ମେନ୍ଦ୍ର କହିଥିଲେ ସେ ଅପାରଗ ଓ ସମ୍ବେଦନହୀନ। ସେ କହିଥିଲେ,“ନବୀନଙ୍କ ଭଳି ବହୁ କମ୍ ନେତା ଏତେ ଲମ୍ବା ଅବଧି ଧରି ଲୋକଙ୍କ ବିଶ୍ୱାସଭାଜନ ହୋଇଛନ୍ତି। ଏହାସତ୍ତ୍ୱେ ନବୀନ କିଛି କାମ କରି ନାହାନ୍ତି। ସେ ଅପାରଗ ଓ ସମ୍ବେଦନହୀନ। ଲୋକଙ୍କର ତାଙ୍କ ଉପରେ ବିଶ୍ୱାସ ଅଛି ଓ କିଛି ନ କଲେ ବି ସେମାନେ ତାଙ୍କୁ ନିଶ୍ଚିତ ଭୋଟ୍ ଦେବେ ବୋଲି ତାଙ୍କର ଯେଉଁ ଦମ୍ଭ ଅଛି ତାହା କି ପ୍ରକାର ଦର୍ଶନ ତାହା କେବଳ ପ୍ରଭୁ ଜଗନ୍ନାଥଙ୍କୁ ଜଣା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos