ନବୀନଙ୍କୁ କହିଲେ ରାଜନାଥ: କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଅ

ଭୁବନେଶ୍ୱର: ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଉପରକୁ ପଥର ମାଡ଼ ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିଛନ୍ତି। ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ଏହି ଢେଲା ମାଢ଼ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଆଗକୁ ଯେଭଳି ଏମିତି ଘଟଣା ନ ଘଟେ ସେଥିପାଇଁ ଦୃଢ ବ୍ୟବସ୍ଥା କରିବାକୁ ରାଜନାଥ କହିଛନ୍ତି। ଢେଲାମାଡ଼ ଘଟଣା […]

bjp

bjp

Rakesh Mallick
  • Published: Saturday, 25 June 2016
  • Updated: 25 June 2016, 10:13 PM IST

Sports

Latest News

navin

ଭୁବନେଶ୍ୱର: ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଗାଡ଼ି ଉପରକୁ ପଥର ମାଡ଼ ଘଟଣାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିଛନ୍ତି। ଏ ନେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ଏହି ଢେଲା ମାଢ଼ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଆଗକୁ ଯେଭଳି ଏମିତି ଘଟଣା ନ ଘଟେ ସେଥିପାଇଁ ଦୃଢ ବ୍ୟବସ୍ଥା କରିବାକୁ ରାଜନାଥ କହିଛନ୍ତି।

ଢେଲାମାଡ଼ ଘଟଣା ପ୍ରତିବାଦରେ ବିଜେପିର ଏକ ୧୧ ଜଣିଆ ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛି। ଏହାସହ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି।

ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ଗତକାଲି ସମ୍ୱଲପୁରରୁ ବରଗଡ଼ ପର୍ଯ୍ୟନ୍ତ ଯେଉଁ ଘଟଣା ଘଟିଲା ଏହା ବାସ୍ତବରେ ରାଜନୀତି ଇତିହାସରେ କୌଣସି ରାଜ୍ୟରେ ଏପରି ଘଟଣା ଘଟି ନାହିଁ। କୌଣସି ଜାଗାରେ ଏଭଳି ଅଭଦ୍ରୋଚିତ ବ୍ୟବହାର କରାଯାଇ ନାହିଁ। କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କ ଅତିଥି ହୋଇଥିବାରୁ ସେମାନଙ୍କ ଯିବା ଆସିବା ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଦାୟିତ୍ୱ ରାଜ୍ୟ ସରକାରଙ୍କର। ବିଜୁ ଜନତା ଦଳରେ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ବିନା ପତ୍ର ହଲେ ନାହିଁ, ସେହି ଦଳର ମନ୍ତ୍ରୀ, ବିଧାୟକ ଓ ସାଂସଦ ମିଶି ପୋଲିସ୍ ସହିତ ଚକ୍ରାନ୍ତ କରି ସେଠାରେ ସୁରକ୍ଷା ଦୁର୍ବଳ କରିବା ସହ ଦୁଇ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।”

ସେ କହିଛନ୍ତି, “ଏହି ଘଟଣାରେ ଯେଉଁମାନଙ୍କର ପ୍ରତ୍ୟକ୍ଷ ସଂପୃକ୍ତି ଅଛି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆ ଦୁଇଦିନ ପୂର୍ବରୁ ଗଣମାଧ୍ୟମ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ ପୂରାଇ ଦେବୁ ନାହିଁ ବୋଲି ଧମକ ଦେଇଥିଲେ। ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏହି ଘଟଣାରେ ସଂପୃକ୍ତ ଅଛି। ତେଣୁ ଏହି ଘଟଣାର ତଦନ୍ତ ହେଉ। ଏଭଳି ଘଟଣା କାହିଁକି ଘଟିଲା।”

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହିଁ ଢେଲାମାଡ଼ ଘଟଣାକୁ ସଫଳ ରୂପାୟନ କରାଯାଇଥିଲା ବୋଲି ବିଜେପି କହିଛି।

ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ କହିଛନ୍ତି, “ଜିଲ୍ଲାପାଳ, ଏସ୍‌ପି, ବିଜେଡିର ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ କଲ୍‌ ରେକର୍ଡ ଯାଞ୍ଚ କରାଯାଉ। ମୋତେ ଲାଗୁଛି ୩୬ରୁ ଅଧିକ କଲ୍‌ ଏମାନଙ୍କ ପାଖକୁ ତୃତୀୟ ମହଲାରୁ ଆସିଛି। ତୃତୀୟ ମହଲାର ନିର୍ଦ୍ଦେଶରେ ପୋଲିସ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଆକ୍ରମଣ ହେଲା।”

ଏହି ଘଟଣା ପାଇଁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ପୋଲିସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ପାଇଲଟ୍‌ ଗାଡି ଚାଲିଯିବା ପରେ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ବିଜେଡି କର୍ମୀମାନେ ଯିବାକୁ ପୋଲିସ ବାଟ ତିଆରି କରିଥିଲା। ବରଗଡ଼ ଏସ୍‌ପି ଏବଂ ପୋଲିସ ଡିଜି ଏହି ଘଟଣା ପାଇଁ ସମ୍ପୂର୍ଣ୍ଣ ଦୋଷୀ ଓ ଅପରାଧୀ। ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।”

ଢେଲାମାଡ଼ ଘଟଣାକୁ ନେଇ କଂଗ୍ରେସ ମଧ୍ୟ ବିଜେଡିକୁ ଟାର୍ଗେଟ କରିଛି। ଯୁବ କଂଗ୍ରେସ କର୍ମୀ ନବୀନଙ୍କୁ ଅଣ୍ଡା ମାଡ଼ କରିଥିବାରୁ ସେମାନଙ୍କ ବିରୋଧରେ ୩୦୭ ଦଫା ଲାଗିଥିଲା। ଏବେ ବିଜେଡି କର୍ମୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, “ଆମ ପିଲା ଅଣ୍ଡା ପକାଇ ଦେଲେ ବୋଲି ୩୦୭ ଦଫା ଲଗାଇ ଦେଲେ। ଜଣେ କେନ୍ଦ୍ରମନ୍ତ୍ରୀ ବିକାଶର ବାର୍ତ୍ତା ନେଇ ଆମ ରାଜ୍ୟକୁ ଆସିଥିଲେ। ତାଙ୍କୁ ବାଟରେ ଅଟକାଇ ଗାଡିକୁ ଭାଙ୍ଗି ଦେଲେ। ଏବେ ନବୀନ ସରକାର ବିଜେଡି କର୍ମୀଙ୍କ ଉପରେ କେଉଁ ଦଫା ଲଗାଉଛି ଆମେ ଦେଖିବୁ।”

ଗୃହମନ୍ତ୍ରୀ ଗାଡି ଭଙ୍ଗା ଘଟଣାରେ ହସ୍ତକ୍ଷେପ କରିବା ପରେ ବିଜେଡିର ଚିନ୍ତା ବଢି ଯାଇଛି। ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠନ ନିଆଯାଥିବା ବିଜେଡି କହିଛି।

ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଆମେ ପ୍ରତିବାଦ ଦିବସ ପାଳନ କରିଥିଲୁ। ହେଲେ ଗାଡ଼ି ଭଙ୍ଗା କାମ ଆମ ଦଳର କର୍ମୀଙ୍କର ନୁହେଁ। କିଏ ଗାଡ଼ି ଭାଙ୍ଗିଛି ତାହାର ତଦନ୍ତ ପୋଲିସ କରୁଛି। ବିଜେପିରେ ଗୋଷ୍ଠୀକନ୍ଦଳ ତୀବ୍ରରୁ ତିବ୍ରତର ହେଉଛି। ତାହାର ପ୍ରତିଫଳନ ନୁହେଁ ତ ଏହି ଘଟଣା।”

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, “ଆଇନଶୃଙ୍ଖଳା ପରିସ୍ଥିତି ଉପରେ ରାଜ୍ୟ ସରକାରଙ୍କ ଧାରଣା ଅଛି। ବରଗଡ଼ରେ ଯେଉଁ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜି ଥିଲା ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯାଇ ୧୫ ଜଣଙ୍କୁ ଗିରଫ କରାଯାଇଛି। କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ କିଛି ବଡକଥା ନୁହେଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story