ଆହତ ମାଓ ନେତା ଆର୍‌କେ ଜଙ୍ଗଲରେ ଘୁରି ବୁଲୁଛି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ଜଙ୍ଗଲରେ ଆହତ ଟପ୍‌ ମାଓ ନେତା ରାମକ୍ରୀଷ୍ଣା(ଆର୍‌କେ) ଘୁରି ବୁଲୁଛି। ଜଙ୍ଗଲ ଭିତରେ ତାଙ୍କର ଚିକିତ୍ସା କରାଯାଉଛି। ଏପରି ତଥ୍ୟ ଦେଇଛନ୍ତି ମାଲକାନଗିରି ଏସ୍‌ପି। ଗତ ମାସ ୨୪ ତାରିଖରେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ଓଡ଼ିଶା ଓ ଆନ୍ଧ୍ର ପୋଲିସ୍‌ର ମିଳିତ ଅପରେସନ୍‌ରେ ୨୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ଏହି ଏନ୍‌କାଉଣ୍ଟରରେ ଆନ୍ଧ୍ର-ଓଡ଼ିଶା ବର୍ଡ଼ର କମିଟି ସମ୍ପାଦକ ରାମକ୍ରୀଷ୍ଣାଙ୍କ ଦେହରେ ଗୁଳି ବାଜିଥିଲା। ସେ ଆହତ ହୋଇ ପୋଲିସ୍‌କୁ […]

naxal-leader-ramakrishna-in-malkangiri-jungle

naxal-leader-ramakrishna-in-malkangiri-jungle

Rakesh Mallick
  • Published: Friday, 25 November 2016
  • Updated: 25 November 2016, 08:14 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ଜଙ୍ଗଲରେ ଆହତ ଟପ୍‌ ମାଓ ନେତା ରାମକ୍ରୀଷ୍ଣା(ଆର୍‌କେ) ଘୁରି ବୁଲୁଛି। ଜଙ୍ଗଲ ଭିତରେ ତାଙ୍କର ଚିକିତ୍ସା କରାଯାଉଛି। ଏପରି ତଥ୍ୟ ଦେଇଛନ୍ତି ମାଲକାନଗିରି ଏସ୍‌ପି।

ଗତ ମାସ ୨୪ ତାରିଖରେ ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ଓଡ଼ିଶା ଓ ଆନ୍ଧ୍ର ପୋଲିସ୍‌ର ମିଳିତ ଅପରେସନ୍‌ରେ ୨୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ। ଏହି ଏନ୍‌କାଉଣ୍ଟରରେ ଆନ୍ଧ୍ର-ଓଡ଼ିଶା ବର୍ଡ଼ର କମିଟି ସମ୍ପାଦକ ରାମକ୍ରୀଷ୍ଣାଙ୍କ ଦେହରେ ଗୁଳି ବାଜିଥିଲା। ସେ ଆହତ ହୋଇ ପୋଲିସ୍‌କୁ ଚକମା ଦେଇ ଖସି ପଳାଇଥିଲେ। ଏବେ ଚିକିତ୍ସା ପାଇଁ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଘୁରିବୁଲୁଛି।

ଏ ସମ୍ପର୍କରେ ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି,“ଆହତ ଆର୍‌କେଙ୍କୁ ଜଙ୍ଗଲ ଭିତରେ ଚିକିତ୍ସା କରାଯାଉଛି। ଯଦି ସେ ପୋଲିସ୍‌ ସହିତ ଯୋଗାଯୋଗ କରନ୍ତି ତାହାହେଲେ ତାଙ୍କର ସଠିକ୍‌ ଚିକିତ୍ସା କରାଯିବ।”

ଅନ୍ୟପକ୍ଷରେ ଆଜି ଓଡ଼ିଶା ସୀମା ଛତିଶଗଡ଼ ବାଭାଡି ଜଙ୍ଗଲରେ ପୋଲିସ୍-ମାଓବାଦୀ ଗୁଳି ବିନିମୟ ହୋଇଛି। ଏନ୍‌କାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ୍‌ ତା’ଠାରୁ ଗୋଟିଏ ରାଇଫଲ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି।

ସେହିପରି କୋଣ୍ଡାଗାଁଓ ଥାନା ଅଞ୍ଚଳରେ ଜଙ୍ଗଲରେ ଭୋର ୫ଟା ବେଳେ ଗୁଳିବିନିମୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos