ମାଓବାଦୀଙ୍କ ଧମକ: ସଙ୍ଗଠନରେ ସାମିଲ ନହେଲେ ହତ୍ୟା

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲାରେ ନିରୀହ ଆଦିବାସୀଙ୍କୁ ମାଓବାଦୀଙ୍କ ଧମକ। ପ୍ରତି ଗାଁରୁ ୧୦ ଜଣ ଲେଖାଏଁ ସଂଗଠନରେ ସାମିଲ କରିବାକୁ ଚେତାବନୀ ଦିଆଯାଇଛି। ସଙ୍ଗଠନରେ ସାମିଲ ନହେଲେ ଚରମ ପରିଣତି ଭୋଗିବାକୁ ପ୍ରସ୍ତୁତ ରହିବାକୁ ମାଓବାଦୀମାନେ ଧମକ ଦେଇଛନ୍ତି। ଯାହାକୁ ନେଇ ଆଦିବାସୀଙ୍କ ମଧ୍ୟରେ ଭୟର ବତାବରଣ ଖେଳି ଯାଇଛି। କାଲିମେଳା ବ୍ଲକ୍ ଦୁର୍ଗମ ଅଞ୍ଚଳର ବଡ଼ ଟେକ୍‌ଗୁଡ଼ା ଗାଁ। ଯେଉଁଠି ଦିନକ ତଳେ ଦେଖିବାକୁ ମିଳିଥିଲା ମାଓବାଦୀଙ୍କ ଧମକପୂର୍ଣ୍ଣ ଚିଠି ଓ ପୋଷ୍ଟର। […]

naxal-planning-in-malkangiri

naxal-planning-in-malkangiri

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 09:28 PM IST

Sports

Latest News

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲାରେ ନିରୀହ ଆଦିବାସୀଙ୍କୁ ମାଓବାଦୀଙ୍କ ଧମକ। ପ୍ରତି ଗାଁରୁ ୧୦ ଜଣ ଲେଖାଏଁ ସଂଗଠନରେ ସାମିଲ କରିବାକୁ ଚେତାବନୀ ଦିଆଯାଇଛି। ସଙ୍ଗଠନରେ ସାମିଲ ନହେଲେ ଚରମ ପରିଣତି ଭୋଗିବାକୁ ପ୍ରସ୍ତୁତ ରହିବାକୁ ମାଓବାଦୀମାନେ ଧମକ ଦେଇଛନ୍ତି। ଯାହାକୁ ନେଇ ଆଦିବାସୀଙ୍କ ମଧ୍ୟରେ ଭୟର ବତାବରଣ ଖେଳି ଯାଇଛି।

କାଲିମେଳା ବ୍ଲକ୍ ଦୁର୍ଗମ ଅଞ୍ଚଳର ବଡ଼ ଟେକ୍‌ଗୁଡ଼ା ଗାଁ। ଯେଉଁଠି ଦିନକ ତଳେ ଦେଖିବାକୁ ମିଳିଥିଲା ମାଓବାଦୀଙ୍କ ଧମକପୂର୍ଣ୍ଣ ଚିଠି ଓ ପୋଷ୍ଟର। ଏଥିରେ ସାଧାରଣ ଲୋକଙ୍କୁ ଲାଲ୍‌ବାହିନୀରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା। ଏପରିକି ସଂଗଠନ ଛାଡ଼ିଥିବା ମିଲିସିଆ ଓ ନକ୍ସଲଙ୍କୁ ତୁରନ୍ତ ସଂଗଠନକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୫ ତାରିଖ ଭିତରେ ନକ୍ସଲ ସଂଗଠନରେ ନ ମିଶିଲେ ମୃତ୍ୟୁଦଣ୍ଡ ଦେବାକୁ ଚେତାବନୀ ମଧ୍ୟ ଦିଆଯାଇଛି। ତେଣୁ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି ବଡ଼ ଟେକଗୁଡ଼ା ବାସିନ୍ଦା। କାରଣ ଏହି ଗାଁ ଲୋକ ମାଓ ସଂଗଠନ ସହ ସଂପର୍କ ତୁଟାଇ ପୋଲିସକୁ ସହଯୋଗ କରୁଥିଲେ। ହେଲେ ବର୍ତ୍ତମାନର ସ୍ଥିତିରେ ଜୀବନ ବଞ୍ଚାଇବାକୁ ମାଓବାଦୀଙ୍କୁ ସମର୍ଥନ ଦେବାକୁ ସେମାନେ ବାଧ୍ୟ ହେବେ ବୋଲି କେତେକ ଗାଁ ଲୋକେ କହିଛନ୍ତି।

ବଡ଼ ଟେକଗୁଡ଼ା ବାସିନ୍ଦା ଗଙ୍ଗା ମାଡ଼କାମୀ କହିଛନ୍ତି-“ମାଓବାଦୀଙ୍କ କଥା ନଶୁଣିଲେ ମାରିଦେବେ। ସେଥିପାଇଁ ବାଧ୍ୟ ହୋଇ ସେମାନଙ୍କ କଥାରେ ରାଜି ହେବାକୁ ପଡ଼ୁଛି।”

ମାଓବାଦୀଙ୍କ କେନ୍ଦ୍ରୀୟ କମିଟିର ନବକଳେବ ହୋଇଛି। ଦୀର୍ଘ ବର୍ଷ ଧରି କେନ୍ଦ୍ରୀୟ ମୁଖିଆ ଦାୟିତ୍ୱରେ ଥିବା ଏମ୍‌. ଲକ୍ଷ୍ମଣ ରାଓଙ୍କ ବଦଳରେ ଏବେ ସଂଗଠନର ମଙ୍ଗ ସମ୍ଭାଳୁଛନ୍ତି ଏନ୍‌.କେଶବ ରାଓ ଓରଫ ନାଗାନ୍ନା। ନାଗାନ୍ନା ଦାୟିତ୍ୱ ନେବା ପରେ ମାଓବାଦୀମାନେ ଆକ୍ରମଣାତ୍ମକ ହୋଇପଡ଼ିଛନ୍ତି।

ରାୟଗଡ଼ାରେ ଏମ୍‌.ବାଲ୍ କ୍ରିଷ୍ଣା, କନ୍ଧମାଳରେ ନରସିଂହା ରେଡ୍ଡୀ ଓ ନୂଆପଡ଼ା-କଳାହାଣ୍ଡିରେ ମାଲାରାଜୁ ରେଡ୍ଡୀ ସଙ୍ଗଠନ ସମ୍ଭାଳୁଥିବା ବେଳେ ମାଲକାନଗିରି ଦାୟିତ୍ୱରେ ଉଦୟ ଅଛନ୍ତି। କେନ୍ଦ୍ରୀୟ ନେତୃତ୍ୱ ଆଗରେ ନିଜର ପରାକାଷ୍ଠା ପ୍ରଦର୍ଶନ ପାଇଁ ଉଦୟରଙ୍କ ଏହା ନୂଆ ଚାଲ୍‌ ହୋଇପାରେ। ସେଥିପାଇଁ ଗତ ସପ୍ତାହରେ ପୋଲିସ୍ ଇନ୍‌ଫର୍ମର ଅଭିଯୋଗରେ କୁରୁବ ଗାଁରେ ଜଣଙ୍କୁ ଘରୁ ଡାକି ନେଇ ପ୍ରଜାକୋର୍ଟରେ ହତ୍ୟା କରାଯାଇଛି। ଏବେ ପୋଷ୍ଟର ମାରି ଲୋକଙ୍କ ଭିତରେ ଆତଙ୍କ ଖେଳାଇ ସଂଗଠନରେ ସାମିଲ କରିବା ଉଦୟଙ୍କ ଚାଲ ହୋଇପାରେ।

ପୂର୍ବତନ ପୋଲିସ୍ ଡିଜି ସଂଜୀବ ମାରିକ କହିଛନ୍ତି-“ଆଦିବାସୀଙ୍କୁ ସଙ୍ଗଠନରେ ସାମିଲ କରିବା ପାଇଁ ମାଓବାଦୀମାନେ ଏପରି ଧମକ ଦେଉଛନ୍ତି। ଯେଉଁଥିରେ ଆଦିବାସୀମାନେ ଭୟଭୀତ ହୋଇ ମାଓ ସଙ୍ଗଠନରେ ସାମିଲ ହେବେ। ଯଦି ସାମିଲ ନହୁଅନ୍ତି, ତାହାହେଲେ ଲୋକଙ୍କୁ ମାରିଦେଇ ପାରନ୍ତି। ତେଣୁ ସେହି ଅଞ୍ଚଳରେ କମ୍ୱିଂ ଅପରେଶନ୍‌କୁ ଜୋରଦାର କରାଯିବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos