ଚାନ୍ଦପୁର ଲୁଟ୍‌ ଓ ଗଣହତ୍ୟା: ଆଉ ୪ ଅଭିଯୁକ୍ତ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ଚାନ୍ଦପୁରରେ ୨୦୧୪ରେ ଘଟିଥିବା ବହୁ ଚର୍ଚ୍ଚିତ ଲୁଟ୍ ଓ ଗଣହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଜି ନୟାଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଆଇଜି ଅସିତ ପ୍ରାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ଲୁଟ୍‌ ହିଁ ମୂଳ ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଏ.ରମେଶ, ଜେ. ଜୟକୃଷ୍ଣ, କୃଷ୍ଣ ଦାସ ଓ ପ୍ରଦୀପ ବେହେରା। ରମେଶ ଓ ଜୟକୃଷ୍ଣକୁ […]

murder

murder

Rakesh Mallick
  • Published: Friday, 19 August 2016
  • Updated: 19 August 2016, 07:31 PM IST

Sports

Latest News

ନୟାଗଡ଼: ନୟାଗଡ଼ ଜିଲ୍ଲା ଚାନ୍ଦପୁରରେ ୨୦୧୪ରେ ଘଟିଥିବା ବହୁ ଚର୍ଚ୍ଚିତ ଲୁଟ୍ ଓ ଗଣହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଜି ନୟାଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଆଇଜି ଅସିତ ପ୍ରାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ଲୁଟ୍‌ ହିଁ ମୂଳ ଉଦ୍ଦେଶ୍ୟ ଥିଲା ବୋଲି ସେ କହିଛନ୍ତି।

ଗିରଫ ଅଭିଯୁକ୍ତମାନେ ହେଲେ ଏ.ରମେଶ, ଜେ. ଜୟକୃଷ୍ଣ, କୃଷ୍ଣ ଦାସ ଓ ପ୍ରଦୀପ ବେହେରା। ରମେଶ ଓ ଜୟକୃଷ୍ଣକୁ ଗଞ୍ଜାମ ଜିଲ୍ଲାର କୋଦଳାରୁ, କୃଷ୍ଣକୁ ଯାଜପୁରର ଜାରକାରୁ ଓ ପ୍ରଦୀପକୁ ଟାଙ୍ଗୀରୁ ଗିରଫ କରାଯାଇଛି। ଏହି ମାମଲାରେ ସଂପୃକ୍ତ ଅନ୍ୟ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇସାରିଛି।  ଅନ୍ୟ ଜଣକୁ ପୂର୍ବରୁ ଗିରଫ କରାଯାଇ ରଣପୁର ଜେଲ୍‌ରେ ରଖାଯାଇଛି। ତା’ ନାଁ ଜେ. ସନ୍ତୋଷ। ଫେରାର ଅଭିଯୁକ୍ତମାନଙ୍କୁ ଧରାଇ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଥିଲା।

୨୦୧୪ ସେପ୍ଟେମ୍ବର ୬ ତାରିଖରେ ଚାନ୍ଦପୁରର ଶାସ୍ତ୍ରୀ ନଗରରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ ୬୫ ବର୍ଷୀୟ କାଶୀନାଥ ପାତ୍ର, ତାଙ୍କ ବୋହୂ ଓ ନାତି-ନାତୁଣୀଙ୍କୁ ହତ୍ୟା କରି ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ। ହତ୍ୟାକାରୀଙ୍କ ଗିରଫ ଦାବିରେ ସେପ୍ଟେମ୍ବର ୧୦ ତାରିଖରେ ଉତ୍ତ୍ୟକ୍ତ ଲୋକେ ଚାନ୍ଦପୁର ଫାଣ୍ଡି ସମ୍ମୁଖରେ ବିକ୍ଷୋଭ କରିବା ବେଳେ ଲଙ୍କାକାଣ୍ଡ ଘଟାଇଥିଲେ। ପୋଲିସ୍‌ ଗୁଳିରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ପକ୍ଷରୁ ଅନେକ ଆହତ ହୋଇଥିଲେ। ପରେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା।

ଗିରଫ ଅଭିଯୁକ୍ତମାନଙ୍କୁ ଫାଶି ଦଣ୍ଡ ଦେବାକୁ ଦାବି କରିଛନ୍ତି ମୃତ କାଶୀନାଥଙ୍କ ପୁଅ ଶରତ।

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos