ନୟାଗଡ଼: ସ୍ୱାମୀଙ୍କ ଚିତାଗ୍ନିରେ ଝାସ ଦେଇ ମହିଳାଙ୍କ ଆତ୍ମଦାହ ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଆଜି ଏକ ହୃଦୟବିଦାରକ ଘଟଣା ଘଟିଛି। ସ୍ୱାମୀଙ୍କ ମୃତ୍ୟୁରେ ମର୍ମାହତ ଜଣେ ମହିଳା ଆଜି ତାଙ୍କ ଚିତାଗ୍ନିରେ ଝାସ ଦେଇ ଆତ୍ମଦାହ କରିବାକୁ ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ଲିପିନା ସେନାପତି। ଘଟଣାଟି ଘଟିଛି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାର କୁମ୍ଭାର ସାହିରେ। ଏଠାକାର ରବୀନ୍ଦ୍ର ସେନାପତି ନାମକ ଜଣେ ବ୍ୟକ୍ତି ହାଇଦ୍ରାବାଦରେ କାର୍ଯ୍ୟ କରୁଥିଲେ। ସେଠାରେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ […]

women dead in husbands funeral fire  gfx

women dead in husbands funeral fire gfx

Rakesh Mallick
  • Published: Sunday, 18 October 2015
  • Updated: 18 October 2015, 06:05 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଆଜି ଏକ ହୃଦୟବିଦାରକ ଘଟଣା ଘଟିଛି। ସ୍ୱାମୀଙ୍କ ମୃତ୍ୟୁରେ ମର୍ମାହତ ଜଣେ ମହିଳା ଆଜି ତାଙ୍କ ଚିତାଗ୍ନିରେ ଝାସ ଦେଇ ଆତ୍ମଦାହ କରିବାକୁ ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ଲିପିନା ସେନାପତି।

ଘଟଣାଟି ଘଟିଛି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାର କୁମ୍ଭାର ସାହିରେ। ଏଠାକାର ରବୀନ୍ଦ୍ର ସେନାପତି ନାମକ ଜଣେ ବ୍ୟକ୍ତି ହାଇଦ୍ରାବାଦରେ କାର୍ଯ୍ୟ କରୁଥିଲେ। ସେଠାରେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ତାଙ୍କ ଶବଦାହ ଚାଲିଥିବା ବେଳେ ପତ୍ନୀ ଲିପିନା ଚିତାଗ୍ନି ଉପରକୁ ଝାସ ଦେଇଥିଲେ। ଫଳରେ ତାଙ୍କ ଶରୀର ଅଧିକାଂଶ ଭାଗ ପୋଡ଼ି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos