ନୟାଗଡ଼ ବାଣ ବିସ୍ଫୋରଣ: ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟିର ତନ୍ତିସାହିରେ ଥିବା ଏକ ବାଣ କାରଖାନାରେ ଗତକାଲି ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗତକାଲି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି କଟକ ବଡ଼ ମେଡିକାଲରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏସ୍‌ସିବିରେ ଏବେ ଅନ୍ୟ ୫ ଗୁରୁତର ଚିକିତ୍ସିତ ହେଉଛନ୍ତି। ଆଜି ଭୋରରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦିନ ପ୍ରାୟ ୧୧ଟାରେ ଏସ୍‌ସିବିର ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିବା ଲୋକନାଥ […]

death5

death5

Rakesh Mallick
  • Published: Saturday, 24 September 2016
  • Updated: 24 September 2016, 09:41 PM IST

nayagarhନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟିର ତନ୍ତିସାହିରେ ଥିବା ଏକ ବାଣ କାରଖାନାରେ ଗତକାଲି ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଗତକାଲି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି କଟକ ବଡ଼ ମେଡିକାଲରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏସ୍‌ସିବିରେ ଏବେ ଅନ୍ୟ ୫ ଗୁରୁତର ଚିକିତ୍ସିତ ହେଉଛନ୍ତି। ଆଜି ଭୋରରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦିନ ପ୍ରାୟ ୧୧ଟାରେ ଏସ୍‌ସିବିର ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିବା ଲୋକନାଥ ମହାପାତ୍ରଙ୍କର ମୃତ୍ୟୁ ଘଟିଛି।

ବାଣ କାରଖାନାର ମାଲିକ ଧନେଶ୍ୱର ସାହୁଙ୍କୁ ପୋଲିସ୍‌ ଆଜି ଗିରଫ କରିଛି।  ଅଟକ ରଖି ପଚରାଉଚରା କରାଯିବା ପରେ ତାଙ୍କୁ ଗିରଫ କରାଯାଇଛି।

ଆଜି ସାଇଣ୍ଟିଫିକ୍‌ ଟିମ୍ ଘଟଣାସ୍ଥଳକୁ ଯାଇ ନମୁନା ସଂଗ୍ରହ କରିଛି। ନୟାଗଡ଼ ଏସ୍‌ପି କନୱର ବିଶାଲ ସିଂ ମଧ୍ୟ ଆଜି ବିସ୍ଫୋରଣସ୍ଥଳ ପରିଦର୍ଶନରେ ଯାଇଥିଲେ। ସେ କହିଛନ୍ତି,“ଏ ଘଟଣା ନେଇ ଏକ ମାମଲା ରୁଜୁ ହୋଇଛି। ଏସ୍‌ଡିପିଓ ଏହାର ତଦନ୍ତ କରୁଛନ୍ତି। ତଦନ୍ତ ସରିଲେ ପ୍ରକୃତ କାରଣ ଜଣାପଡ଼ିବ।”

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଆହତଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ସେ କହିଛନ୍ତି।

ଗତକାଲି ଅପରାହ୍ନ ପ୍ରାୟ ୫ଟାରେ ବାଣ କାରଖାନାରେ କୌଣସି କାରଣରୁ ହଠାତ୍ ନିଆଁ ଲାଗି ଯାଇଥିଲା। ଏହାପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ଆରତ ସାହୁଙ୍କ ମୃତ୍ୟୁ ଘଟିଥିଲା।  ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଯୋଗେନ୍ଦ୍ର ମୁଦୁଲିଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ସମୟରେ କାରଖାନାରେ ୧୨ ଜଣ ଥିଲେ। ସେମାନଙ୍କ ଭିତରେ ଜଣେ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୧୧ଜଣଙ୍କୁ ତୁରନ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏହାପରେ ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

ଆଇନମନ୍ତ୍ରୀ ଅରୁଣ ସାହୁ ଓ ବିଧାୟକ ପ୍ରଭାତ ବିଶ୍ୱାଳ ବଡ ମେଡିକାଲ ଯାଇ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story