ଦୁଇ ଝିଅ ଓ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମସମର୍ପଣ

ନୟାଗଡ଼: ପାରିବାରିକ କଳହରୁ ନୟାଗଡ଼ ଜିଲ୍ଲା ଓଡଗାଁ ପେଟାପାଲ୍ଲୀରେ ଜଣେ ବ୍ୟକ୍ତି ତାଙ୍କ ଦୁଇ ଶିଶୁ କନ୍ୟା ଓ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଛି। ଗତକାଲି ରାତି ପ୍ରାୟ ୧୨ଟା ବେଳେ ୩ ଜଣଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଣଙ୍କ ଆଜି ସକାଳେ ଓଡଗାଁ ଥାନାରେ ଆତ୍ମସମର୍ପଣ କରିଥିଲା। ତା ନାଁ ଭାଗିରଥୀ ନାୟକ। ସେ ଗାଁ ହାଇସ୍କୁଲ୍ ବାରଣ୍ଡାରେ ପତ୍ନୀ ଓ ଦୁଇ ପିଲାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ସ୍ୱୀକାର କରିଛି। ସେ […]

nayagada

nayagada

Rakesh Mallick
  • Published: Tuesday, 13 September 2016
  • Updated: 13 September 2016, 07:18 PM IST

Sports

Latest News

nayagadaନୟାଗଡ଼: ପାରିବାରିକ କଳହରୁ ନୟାଗଡ଼ ଜିଲ୍ଲା ଓଡଗାଁ ପେଟାପାଲ୍ଲୀରେ ଜଣେ ବ୍ୟକ୍ତି ତାଙ୍କ ଦୁଇ ଶିଶୁ କନ୍ୟା ଓ ପତ୍ନୀଙ୍କ ତଣ୍ଟି ଚିପି ହତ୍ୟା କରିଛି। ଗତକାଲି ରାତି ପ୍ରାୟ ୧୨ଟା ବେଳେ ୩ ଜଣଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଣଙ୍କ ଆଜି ସକାଳେ ଓଡଗାଁ ଥାନାରେ ଆତ୍ମସମର୍ପଣ କରିଥିଲା। ତା ନାଁ ଭାଗିରଥୀ ନାୟକ। ସେ ଗାଁ ହାଇସ୍କୁଲ୍ ବାରଣ୍ଡାରେ ପତ୍ନୀ ଓ ଦୁଇ ପିଲାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ସ୍ୱୀକାର କରିଛି।

ସେ କହିଛି,“ମୋ ପରିବାରକୁ କ୍ଷତି ପହଞ୍ଚାଇବା ପାଇଁ ଚାହିଁବାରୁ ସ୍ତ୍ରୀକୁ ତଣ୍ଟି ଚିପି ମାରି ଦେଲି। ସେ ମୋ ମାଆକୁ ମାରଧର କରୁଥିଲା। ମୋ ବାପାଙ୍କ ନାଁରେ ମିଛ କେସ୍ ଦେଇଥିଲା। ବାପାଙ୍କ ନାଁରେ ଦେଇଥିବା କେସ୍ ଉଠାଇ ଦେବା ପାଇଁ କହିଥିଲି।  ବାରମ୍ବାର ବୁଝେଇଲେ ବି ସେ ଶୁଣୁ ନ ଥିଲା। ଓଲଟି କହିଲା ମୋ ପରିବାରକୁ ଛାରଖାର କରିଦେବ। ମୁଁ ରାଗି ଗଲି। ମୁଁ ଥାଉ ଥାଉ ମୋ ପରିବାରକୁ କେହି ଛାରଖାର କରିପାରିବେନି ବୋଲି କହିଲି। ମୁଁ ତାକୁ ସ୍କୁଲ୍‌ରେ ତଣ୍ଟି ଚିପି ମାରି ଦେଲି।”

ଭାଗିରଥୀଙ୍କ ମୃତ ପତ୍ନୀଙ୍କ ନାମ ପ୍ରତିଭା। ସେ ପ୍ରତିଭାକୁ ପ୍ରେମ ବିବାହ କରିଥିଲା। ତେବେ ପ୍ରତିଭା ପୂର୍ବରୁ ବିବାହ କରିଥିଲେ। ପ୍ରଥମ ସ୍ୱାମୀଙ୍କ ଆଡୁ ତାଙ୍କର ଗୋଟିଏ ଝିଅ ଥିଲା। ପରେ ଦ୍ୱିତୀୟ ଝିଅ ଜନ୍ମ ହୋଇଥିଲା। ଗତକାଲି ରାତିରେ ଭାଗିରଥୀ ପ୍ରତିଭା ଓ ଦୁଇ ପିଲାଙ୍କୁ ଧରି ଭୁବନେଶ୍ୱର ବାହାରି ଥିଲା। ସେ ସେମାନଙ୍କୁ ସ୍ଥାନୀୟ ଜବାହାର ହାଇସ୍କୁଲ୍ ପରିସରକୁ ନେଇ ତଣ୍ଟି ଚିପି ହତ୍ୟା କରିଥିଲା।

ଅନ୍ୟପକ୍ଷରେ ଏ ହତ୍ୟାକାଣ୍ଡ ପଛରେ ପାରିବାରିକ କଳି ପ୍ରକୃତ କାରଣ ନା ଆଉ କିଛି କାରଣ ଅଛି ସେ ନେଇ ତନାଘନା ଚଳାଇଛି ପୋଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos