ପାରାଦୀପ ପୋର୍ଟ ଷ୍ଟିଭେଡୋରିଂ ବିବାଦରେ ନୂଆ ମୋଡ଼: ୫ଟି ସଂସ୍ଥା ସହ ମିଶି ନୂଆ ଷ୍ଟିଭେଡର୍ସ ଆସୋସିଏସନ୍ ଗଠନ କଲା ସିୱେଜ୍  

ପାରାଦୀପ: ପାରାଦୀପ ପୋର୍ଟ ଷ୍ଟିଭେଡୋରିଂ ବିବାଦ ନୂଆ ମୋଡ଼ ନେଇଛି। ବିବାଦୀୟ ସିୱେଜ୍ ଷ୍ଟିଭେଡର କମ୍ପାନି ଆଉ ୫ଟି ସଂସ୍ଥା ସହ ମିଶି ଗଠନ କରିଛି ନୂଆ ଷ୍ଟିଭେଡର ଆସୋସିଏସନ୍। ନୂତନ ଭାବେ ଗଠନ ହୋଇଥିବା ଏହି ସଂସ୍ଥାର ନାଁ ଉତ୍କଳ ଷ୍ଟିଭେଡର୍ସ ଆସୋସିଏସନ୍ ରଖାଯାଇଛି। ଅନ୍ୟ ୫ଟି ସଂସ୍ଥା ହେଲେ- ଓଡିଶା ମୋଟର୍ସ, ବି. ଘୋଷ ଆଣ୍ଡ୍ କୋ, ଚେନ୍ନାଇ ରାଧା, ସାହୁ ଆଣ୍ଡ୍ ବ୍ରଦର୍ସ ଏବଂ ଏନ୍.କେ. ଷ୍ଟିଭେଡୋର୍ସ। ଏହି ନୂଆ ଷ୍ଟିଭେଡୋର୍ସ ଆସୋସିଏସନର […]

stevedors

stevedors

Rakesh Mallick
  • Published: Wednesday, 23 September 2015
  • Updated: 23 September 2015, 03:58 PM IST

Sports

Latest News

stevedorsପାରାଦୀପ: ପାରାଦୀପ ପୋର୍ଟ ଷ୍ଟିଭେଡୋରିଂ ବିବାଦ ନୂଆ ମୋଡ଼ ନେଇଛି। ବିବାଦୀୟ ସିୱେଜ୍ ଷ୍ଟିଭେଡର କମ୍ପାନି ଆଉ ୫ଟି ସଂସ୍ଥା ସହ ମିଶି ଗଠନ କରିଛି ନୂଆ ଷ୍ଟିଭେଡର ଆସୋସିଏସନ୍। ନୂତନ ଭାବେ ଗଠନ ହୋଇଥିବା ଏହି ସଂସ୍ଥାର ନାଁ ଉତ୍କଳ ଷ୍ଟିଭେଡର୍ସ ଆସୋସିଏସନ୍ ରଖାଯାଇଛି। ଅନ୍ୟ ୫ଟି ସଂସ୍ଥା ହେଲେ- ଓଡିଶା ମୋଟର୍ସ, ବି. ଘୋଷ ଆଣ୍ଡ୍ କୋ, ଚେନ୍ନାଇ ରାଧା, ସାହୁ ଆଣ୍ଡ୍ ବ୍ରଦର୍ସ ଏବଂ ଏନ୍.କେ. ଷ୍ଟିଭେଡୋର୍ସ। ଏହି ନୂଆ ଷ୍ଟିଭେଡୋର୍ସ ଆସୋସିଏସନର ସଭାପତି ଭାବେ ମନୋନୀତ ହୋଇଛନ୍ତି ଓଡ଼ିଶା ମୋଟର୍ସର ଏମଡି ପ୍ରାଣକୃଷ୍ଣ ନାୟକ। ଉପ ସଭାପତି ଭାବେ ଏନ୍.କେ. ଷ୍ଟିଭେଡୋର୍ସ ର ନିର୍ମଳ କୁମାର ସ୍ୱାଇଁ, ସାହୁ ଆଣ୍ଡ୍ ବ୍ରଦର୍ସର ଶ୍ରୀରାମ ସାହୁ, ସମ୍ପାଦକ ଭାବେ ସିୱେଜ୍ ସିପିଂର ଡିଜିଏମ୍ ମହେନ୍ଦ୍ର କୁମାର ସ୍ୱାଇଁ ଓ କୋଷାଧ୍ୟକ୍ଷ ଭାବେ ବି. ଘୋଷ ଆଣ୍ଡ୍ କୋ କମ୍ପାନୀର ବି. ମିଶ୍ର ମନୋନୀତ ହୋଇଛନ୍ତି। ପାରାଦୀପ ଷ୍ଟିଭେଡୋର୍ସ ଆସୋସିଏସନରେ ପ୍ରାୟ ୨୯ଟି ସଂସ୍ଥା ସଦସ୍ୟ ଥିବା ବେଳେ ନୂତନ ଭାବେ ଗଠିତ ଉତ୍କଳ ଷ୍ଟିଭେଡର୍ସ ଆସୋସିଏସନରେ ୬ଟି ସଂସ୍ଥା ସଦସ୍ୟ ରହିଛନ୍ତି। ପାରାଦୀପରେ କାମ କରିବାକୁ ଆସୁଥିବା ନୂଆ ସଂସ୍ଥାମାନଙ୍କୁ ଅଣଦେଖା କରାଯାଉଥିବାରୁ ଏହି ନୂଆ ସଂଘ ଗଢ଼ାଯାଇଥିବା ଉତ୍କଳ ଷ୍ଟିଭେଡର୍ସ ଆସୋସିଏସନ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ନୂତନ ଆସୋସିଏସନର ପ୍ରଭାବ କୌଣସି ପ୍ରକାରେ ପୁରୁଣା ଆସୋସିଏସନ୍ ଉପରେ ପଡିବ ନାହିଁ ବୋଲି ଏହାର ବରିଷ୍ଠ ସଦସ୍ୟ ପ୍ରଭାତ କୁମାର ନନ୍ଦି କହିଛନ୍ତି।

ପୂର୍ବରୁ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଦୀର୍ଘ  ୭ଦିନ ଧରି ପାରାଦୀପ ବନ୍ଦରରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଥିଲା। ବନ୍ଦରର ପଣ୍ୟ ପରିବହନ ଓ ଖଲାସ ସ୍ୱାଭାବିକ ହୋଇଥିଲା। ବିବାଦୀୟ ସିୱେଜ୍ ସିପିଂ କମ୍ପାନୀ ସହ ଅନ୍ୟ ଷ୍ଟିଭେଡୋରିଂ ସଂସ୍ଥାମାନେ ନିଜ ନିଜ କାର୍ଯ୍ୟ ଜାରି ରଖିଥିଲେ।  ଗତକାଲି ଜଗତସିଂପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବନ୍ଦରର ସମସ୍ତ ଷ୍ଟେକ୍ ହୋଲଡରଙ୍କ ଆଲୋଚନା ପରେ ନିଷ୍ପତ୍ତି ଅନୁଯାୟୀ ଆଜି ସକାଳ ୬ଟାରେ ସ୍ୱାଭାବିକ ଭାବେ ବନ୍ଦରର ଫାଟକ ଖୋଲି କାର୍ଯ୍ୟ ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos