ଫୋନରୁ ବାରମ୍ବାର ବାଲାନ୍ସ କଟୁଛି କି? ସାବଧାନ! ଆପଣଙ୍କ ଫୋନରେ ଥାଇପାରେ xafecopy ଭାଇରସ୍

ନୂଆଦିଲ୍ଲୀ:   ଯଦି ଆପଣ ଜଣେ ସ୍ମାର୍ଟ ଫୋନ ବ୍ୟବହାରକାରୀ ତେବେ ଆପଣଙ୍କ ପାଇଁ ଏକ ବଡ ଖବର। ଭାରତରେ ଏପରି ଏକ ମାଲୱାର ଟାୱାର ଅଛି ଯାହାକି ସ୍ମାର୍ଟ ଫୋନରୁ ପଇସା ଚୋରାଇଥାଏ। ପ୍ରସିଦ୍ଧ ଆଣ୍ଟିଭାଇରସ ପ୍ରସ୍ତୁତକାରୀ ସଂସ୍ଥା କ୍ୟାସପରସ୍କାଏ ଲ୍ୟାବ ଏହାର ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ସମୟରେ ଭାରତରେ ପ୍ରାୟ ୪୦ ପ୍ରତିଶତ ସ୍ମାର୍ଟଫୋନ ବ୍ୟବହାରକାରୀ ଏହି ଭାଇରସ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଲ୍ୟାବର ରିପୋର୍ଟରେ କୁହାଯାଇଛି ଯେ, xafecopy  […]

Rakesh Mallick
  • Published: Monday, 11 September 2017
  • Updated: 13 September 2017, 04:46 PM IST

Sports

Latest News

ନୂଆଦିଲ୍ଲୀ:   ଯଦି ଆପଣ ଜଣେ ସ୍ମାର୍ଟ ଫୋନ ବ୍ୟବହାରକାରୀ ତେବେ ଆପଣଙ୍କ ପାଇଁ ଏକ ବଡ ଖବର। ଭାରତରେ ଏପରି ଏକ ମାଲୱାର ଟାୱାର ଅଛି ଯାହାକି ସ୍ମାର୍ଟ ଫୋନରୁ ପଇସା ଚୋରାଇଥାଏ। ପ୍ରସିଦ୍ଧ ଆଣ୍ଟିଭାଇରସ ପ୍ରସ୍ତୁତକାରୀ ସଂସ୍ଥା କ୍ୟାସପରସ୍କାଏ ଲ୍ୟାବ ଏହାର ଖୁଲାସା କରିଛି। ରିପୋର୍ଟରେ କୁହାଯାଇଛି ଯେ, ବର୍ତ୍ତମାନ ସମୟରେ ଭାରତରେ ପ୍ରାୟ ୪୦ ପ୍ରତିଶତ ସ୍ମାର୍ଟଫୋନ ବ୍ୟବହାରକାରୀ ଏହି ଭାଇରସ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଲ୍ୟାବର ରିପୋର୍ଟରେ କୁହାଯାଇଛି ଯେ, xafecopy  ନାମକ ଭାଇରସ୍ ଲୋକଙ୍କ ମୋବାଇଲ ବାଲାନ୍ସକୁ ଗାୟବ କରୁଛି। କେବଳ ଏତିକି ନୁହେଁ, ଆକାଉଣ୍ଟର ଡିଟେଲ  ମଧ୍ୟ ସେଭ କରିନେଉଛି। ଏହି ଭାଇରସଟି କେତେକ ଆପ୍ ଜରିଆରେ ମୋବାଇଲରେ ପ୍ରବେଶ କରୁଛି। କମ୍ପ୍ୟୁଟର ବିଶେଷଜ୍ଞଙ୍କ ସୂଚନା ଅନୂଯାୟୀ ଏହି ଭାଇରସଟି ବିଶେଷ କରି ବ୍ୟାଟେରି ମାଷ୍ଟର ପରି କିଛି ଆପକୁ ମାଧ୍ୟ କରି ଫୋନରେ ପଶୁଛି।

ଏହି ଭାଇରସର ଲକ୍ଷଣ

ଏହି ଭାଇରସଟି ଆପଣଙ୍କ ଫୋନରେ ଗୁପ୍ତ ଭାବରେ ଏପରି କିଛି ସେବା ଆରମ୍ଭ କରିଦେବ। ଯାହା ସମ୍ବନ୍ଧରେ ଆପଣ କିଛି ଜାଣିପାରିବେ ନାହିଁ । ଏମିତିକି ଆପଣଙ୍କ ଫୋନରେ କୌଣସି ପ୍ରକାରର ପରିବର୍ତ୍ତନ ମଧ୍ୟ ଦେଖାଯିବ ନାହିଁ। ରିପୋର୍ଟ ମୁତାବକ  ଏହି ଭାଇରସଟି ଆପଣଙ୍କ ନମ୍ବରରେ ଗୁପ୍ତଭାବରେ ଏକ ସେବା ଆରମ୍ଭ କରିଦେବ। ଯାହାଫଳରେ ଆପଣଙ୍କ ଫୋନରୁ ବାଲାନ୍ସ୍ କଟିଚାଲିବ। ଏହା ବ୍ୟତୀତ ଏହି ଭାଇରସ୍ captcha ସିଷ୍ଟମ ଆରମ୍ଭ କରିଦିଏ। ଯାହାଫଳରେ ମୋବାଇଲ ସର୍ଭିସ ପ୍ରୋଭାଇଡର କମ୍ପାନୀକୁ ଲାଗିବ ଯେ, ମୋବାଇଲ ୟୁଜର ଏହି ସେବା ସତରେ ଆରମ୍ଭ କରିଛନ୍ତି। ଏହି ଭାଇରସ୍ ଦ୍ୱାରା ସାରା ଦୁନିଆର ୪୭ଟି ଦେଶର ୪,୮୦୦ରୁ ଅଧିକ ଜଣ ସ୍ମାର୍ଟଫୋନ ବ୍ୟବହାରକାରୀ ପ୍ରଭାବିତ ହୋଇଛନ୍ତି। ଏଥିମଧ୍ୟରୁ ୩୭.୫ ପ୍ରତିଶତ ଆଟାକ୍ କ୍ୟାସପରସ୍କାଏ ବ୍ଲକ୍ କରିଛି। ଲ୍ୟାବ୍ ତରଫରୁ ବ୍ୟବହାରକାରୀଙ୍କୁ ପରାମର୍ଶ ଦିଆଯାଇଛି ଯେ, କୌଣସି ବି ପରିସ୍ଥିତିରେ ପ୍ଲେ ଷ୍ଟୋର୍ ବ୍ୟତୀତ ଅନ୍ୟ କେଉଁଠୁ ଆପ୍ ଡାଉନଲୋଜ କରନ୍ତୁ ନାହିଁ। କିମ୍ବା ଅସ୍ୱାଭାବିକ୍‌ କଣ୍ଡିସନ୍ ପ୍ରଦର୍ଶନ କରୁଥିବା ଆପକୁ ମଧ୍ୟ ଲୋଡ୍ କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos