ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ: ସଂସଦରେ ବିଜେଡି ସାଂସଦଙ୍କ ପ୍ରତିବାଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗକୁ ଆଜି ବିଜେଡି ସାଂସଦମାନେ ସଂସଦରେ ଉଠାଇଥିଲେ ଓ ଏହାର ପ୍ରତିବାଦ କରିଥିଲେ। ସେମାନେ ଆଜି ପ୍ରଥମେ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରିବା ସହିତ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ଏବଂ ଓଡ଼ିଶାର ନ୍ୟାଯ୍ୟ ଦାବି କରିଥିଲେ। ଏହା ପରେ ଦଳୀୟ ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏ […]

bjd-mp

bjd-mp

Rakesh Mallick
  • Published: Wednesday, 20 July 2016
  • Updated: 20 July 2016, 07:02 PM IST

Sports

Latest News

bjd-mpନୂଆଦିଲ୍ଲୀ/ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗକୁ ଆଜି ବିଜେଡି ସାଂସଦମାନେ ସଂସଦରେ ଉଠାଇଥିଲେ ଓ ଏହାର ପ୍ରତିବାଦ କରିଥିଲେ। ସେମାନେ ଆଜି ପ୍ରଥମେ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରିବା ସହିତ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ଏବଂ ଓଡ଼ିଶାର ନ୍ୟାଯ୍ୟ ଦାବି କରିଥିଲେ।

ଏହା ପରେ ଦଳୀୟ ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଥିଲେ ଏବଂ କକ୍ଷତ୍ୟାଗ କରିଥିଲେ। ଏ ପ୍ରସଙ୍ଗ ନେଇ ଦଳ ପକ୍ଷରୁ ରାଜ୍ୟସଭାରେ ମୁଲତବି ପ୍ରସ୍ତାବ ଦିଆଯାଇଛି।

ଦଳର ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି,“ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ନେଇ ଛତିଶଗଡ଼ ସରକାର ଓଡ଼ିଶା ସରକାରଙ୍କ ସହିତ ଆଲୋଚନା କରି ନାହାନ୍ତି। ମହାନଦୀର ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ ଦ୍ୱାରା ଓଡ଼ିଶାର କ୍ଷତି ହେବ। ମହାନଦୀର ପାଣି କମିବ ଓ ହୀରାକୁଦ ଡ୍ୟାମ୍ ପ୍ରଭାବିତ ହେବ। ନିକଟରେ ଶେଷ ହୋଇଥିବା ଆନ୍ତଃରାଜ୍ୟ ପରିଷଦ ବୈଠକରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗ ଉଠାଇଥିଲେ।”

ବିଜେଡିର ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ କହିଛନ୍ତି,“ମହାନଦୀ ହେଉଛି ଓଡ଼ିଶାର ଲାଇଫ୍ ଲାଇନ୍। ଛତିଶଗଡ଼ ସରକାର ବିନା ଆଲୋଚନାରେ ମହାନଦୀର ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ଏହା ଦ୍ୱାରା ଓଡ଼ିଶାର ଚାଷୀ ଓ ମତ୍ସ୍ୟଜୀବୀମାନେ ପ୍ରଭାବିତ ହେବେ।”

ଗତକାଲି ସଂସଦରେ ଏହି ପ୍ରସଙ୍ଗ ଉଠିଥିଲା। ବନ୍ୟା ସଂପର୍କିତ ଧ୍ୟାନ ଆକର୍ଷଣକାରୀ  ନୋଟିସ୍ ଉପରେ ଆଲୋଚନା ବେଳେ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ ଏହି ପ୍ରସଙ୍ଗ ଉଠାଇଥିଲେ।

ସେ କହିଥିଲେ,“ଛତିଶଗଡ଼ ସରକାର ଓଡ଼ିଶା ସରକାରଙ୍କ ସହିତ ପରାମର୍ଶ ନ କରି ବ୍ୟାରେଜ ନିର୍ମାଣ କରୁଛନ୍ତି। ଏହା ଦ୍ୱାରା ଓଡ଼ିଶା ଉପରେ ପ୍ରଭାବ ପଡ଼ିବ। ମହାନଦୀରେ ପାଣି ଶୁଖିବ। ତେଣୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏକାଠି ବସି ଏହି ପ୍ରସଙ୍ଗରେ ଆଲୋଚନା କରିବା ଦରକାର।”

ଅନ୍ୟପକ୍ଷରେ ବିଜେପି କହିଛି ଯେ ବିଜେଡି ନିଜ ଦୋଷ ଲୁଚାଇବା ପାଇଁ ଏ ପ୍ରସଙ୍ଗକୁ ନେଇ ରାଜନୀତି କରୁଛି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“୧୬ ବର୍ଷ ହେଲା ସରକାର କାହିଁକି ଶୋଇ ରହିଥିଲେ? ହଠାତ୍ କାହିଁକି ଏ ପ୍ରସଙ୍ଗ ଉଠାଇଛନ୍ତି? କ’ଣ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ସରକାର ଏପରି କରୁଛନ୍ତି? ମୁଖ୍ୟମନ୍ତ୍ରୀ ନିଜେ ହେଉଛନ୍ତି ଜଳସମ୍ପଦ ବିଭାଗର ମନ୍ତ୍ରୀ। ସେ କାହିଁକି ପୂର୍ବରୁ ଏ ପ୍ରସଙ୍ଗ ଉଠାଇ ନ ଥିଲେ?”

ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ କହିଛନ୍ତି,“ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୁଅନ୍ତୁ। ସରକାର ଏ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିପାରିବେ ଓ ସୁପ୍ରିମ୍‌କୋର୍ଟକୁ ବି ଯାଇପାରିବେ। ତେବେ ମହାନଦୀର ଉପରମୁଣ୍ଡରେ ପ୍ରକଳ୍ପ ହେଲେ ଓଡ଼ିଶା କେତେ ପରିମାଣରେ କ୍ଷତିଗ୍ରସ୍ତ ହେବ ସରକାର ତା’ର ଏକ ରିପୋର୍ଟ ପ୍ରସ୍ତୁତ କରନ୍ତୁ। ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ବିଜେପି ପ୍ରସ୍ତୁତ ଅଛି।”

ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ବଳଭଦ୍ର ଦାଶ କହିଛନ୍ତି, “ଉପରମୁଣ୍ଡରେ ବନ୍ଧ ନିର୍ମାଣ ହେଲେ ମହାନଦୀ ଜଳସ୍ତର ନିଶ୍ଚିତ କମିବ। ତେବେ ଏହାର ପ୍ରଭାବ କେତେ ପଡ଼ିବ ତା’ର ଆକଳନ ହେବା ଆବଶ୍ୟକ।”

ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ନିର୍ମାଣ କରୁଥିବା ବ୍ୟାରେଜ ସ୍ଥକୁ ଓଡ଼ିଶାର ଏକ ଟିମ୍‌ ଆସନ୍ତା ୨୫ ତାରିଖରେ ଗସ୍ତ କରି ଅନୁଧ୍ୟାନ କରିବା ସହ ଆବଶ୍ୟକ ତଥ୍ୟ ସଂଗ୍ରହ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story