ମେଣ୍ଢା, ମଣିଷ, ଭୂତ: ନିଆଳିରେ ମାତିଛି କିଏ

କଟକ: ରହସ୍ୟମୟ ଅଜଣା ଜନ୍ତୁକୁ ନେଇ ଜାରି ରହିଛି କଟକ ନିଆଳି ଅଞ୍ଚଳରେ ଆତଙ୍କ। ଏଇ ଜନ୍ତୁ ଆକ୍ରମଣରେ ଗତକାଲି ଜଣେ ମହିଳା ଆହତ ହୋଇଥିବା ବେଳେ ସମାନ ଢଙ୍ଗରେ ମରିଛନ୍ତି ତିନିଟି ମେଣ୍ଢା। ତେବେ ଏହି ଜନ୍ତୁଟି କ’ଣ ? ତେଟା ଏଭଳି ଜନ୍ତୁ ମାତିଛନ୍ତି ? ଏହା ଜନ୍ତୁ ନା ଭୂତପ୍ରେତ, ନା ଗୁଣିଗାରେଡି ତାକୁ ନେଇ ଲାଗି ରହିଛି ସସ୍‌ପେନ୍‌। ବାଁସାହିରେ ଏହି ଅଜଣା ଜୀବର ଶିକାର ହୋଇଛନ୍ତି ମେଣ୍ଢା। ଆଉ ଧଉଳିଆ […]

niali1

niali1

Rakesh Mallick
  • Published: Monday, 26 June 2017
  • Updated: 26 June 2017, 10:01 PM IST

Sports

Latest News

କଟକ: ରହସ୍ୟମୟ ଅଜଣା ଜନ୍ତୁକୁ ନେଇ ଜାରି ରହିଛି କଟକ ନିଆଳି ଅଞ୍ଚଳରେ ଆତଙ୍କ। ଏଇ ଜନ୍ତୁ ଆକ୍ରମଣରେ ଗତକାଲି ଜଣେ ମହିଳା ଆହତ ହୋଇଥିବା ବେଳେ ସମାନ ଢଙ୍ଗରେ ମରିଛନ୍ତି ତିନିଟି ମେଣ୍ଢା। ତେବେ ଏହି ଜନ୍ତୁଟି କ’ଣ ? ତେଟା ଏଭଳି ଜନ୍ତୁ ମାତିଛନ୍ତି ? ଏହା ଜନ୍ତୁ ନା ଭୂତପ୍ରେତ, ନା ଗୁଣିଗାରେଡି ତାକୁ ନେଇ ଲାଗି ରହିଛି ସସ୍‌ପେନ୍‌।

ବାଁସାହିରେ ଏହି ଅଜଣା ଜୀବର ଶିକାର ହୋଇଛନ୍ତି ମେଣ୍ଢା। ଆଉ ଧଉଳିଆ ଗାଁରେ ମଣିଷ। ଗୋଟିଏ ରାତିରେ ନିଆଳି ଅଞ୍ଚଳର ଭିନ୍ନ ଭିନ୍ନ ଗାଁରେ ଆକ୍ରମଣ ହୋଇଛି। ଏହା ଗୋଟିଏ ଜନ୍ତୁ ନୁହେଁ ଏକାଧିକ ଜନ୍ତୁଙ୍କ କାମ ବୋଲି ଆଶଙ୍କା କରାଯାଉଛି। ଏହି ଜନ୍ତୁ କେଉଁଠି ଗୁହାଳର ତାଟି କଣା କରି ମେଣ୍ଢାଙ୍କୁ ମାରିଛି ତ, କେଉଁଠି ଖୋଲା ଥିବା ଘର ଭିତରେ ପଶି ମଣିଷଙ୍କୁ ଆକ୍ରମଣ କରିଛି।

ବାଁସାହିରେ ଅଜଣା ଯନ୍ତୁ ଆକ୍ରମଣରୁ ବର୍ତ୍ତି ଯାଇଥିବା ଦୁଇଟି ମେଣ୍ଢାଙ୍କ ଦେହରେ ଦାନ୍ତ ଓ ନଖର ଚିହ୍ନ ରହିଛି। ଆଉ ଧଉଳିଆ ଗାଁରେ ଥିବା ଜଣଙ୍କ ଘରେ ପଶି ୩ ଜଣ ମଣିଷଙ୍କୁ ଆକ୍ରମଣ କରିଛି। ଜଣେ ୬୦ ବର୍ଷୀୟ ମହିଳାଙ୍କ ଦେହରେ ଛାଡ଼ି ଯାଇଛି ଆମ୍ପୁଡ଼ା ଦାଗ। ଘର କାନ୍ଥରେ ବି ରହିଛି ଏହି ଅଜଣା ଜନ୍ତୁର ନଖ ଚିହ୍ନ।

କିଏ ଏ ରହସ୍ୟମୟ ଜୀବ ? ଗୋଟିଏ ନା ଏମିତି ଅନେକ ଜୀବ ଅଛନ୍ତି ନିଆଳି ଅଞ୍ଚଳରେ ? କାହିଁକି କେବଳ ମେଣ୍ଢାଙ୍କୁ ଶୀକାର କରୁଛି ଏ ଜନ୍ତୁ। ଏବେ ପୁଣି ମଣିଷଙ୍କୁ ଆକ୍ରମଣ ପଛର କାରଣ କ’ଣ ?

ପ୍ରାଣୀ ଚିକିତ୍ସକଙ୍କ କହିବା କଥା, ମୃତ ମେଣ୍ଢାଙ୍କ ପୋଷ୍ଟମର୍ଟମ୍ ଏବଂ ପଗ୍ ମାର୍କରୁ ଏହା କିଛି ଦଳବଦ୍ଧ ବନ୍ୟଜନ୍ତୁଙ୍କ କାମ ବୋଲି ଜଣାପଡୁଛି। ମେଣ୍ଢାଙ୍କ ଦେହରେ ହିମୋଗ୍ଲୋବିନ୍ ଅଧିକ ଥିବାରୁ ମେଣ୍ଢାଙ୍କୁ ହିଁ ଅଧିକ ଆକ୍ରମଣ କରୁଛନ୍ତି ଏ ଜନ୍ତୁ।

ଦୀର୍ଘ ୪ ମାସ ଧରି ଅଜଣା ଜନ୍ତୁର ଆତଙ୍କରେ ଥରହର ହେଉଛନ୍ତି ନିଆଳି ବାସିନ୍ଦା। ହେଲେ ଏଇ କିଛିଦିନ ଧରି ଆକ୍ରମଣ ବଢ଼ିଥିବାରୁ ଲୋକଙ୍କୁ ରାତିରେ ନିଦ ନାହିଁ। ଏଥିସହ ଅଜଣା ଜନ୍ତୁକୁ ନେଇ ସୋସିଆଲ୍ ମିଡିଆରେ ଗୁଜବ ବି ଲୋକଙ୍କୁ ଅଧିକ ଆତଙ୍କିତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos