ଏନ୍‌ଆଇଏଫ୍‌ଟି ଛାତ୍ରୀଙ୍କୁ ଅସଦାଚରଣ: କିଟ୍‌ରେ ଉତ୍ତେଜନା

ଭୁବନେଶ୍ୱର: ଭୁବନେଶ୍ୱର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ୍‌ ଟେକ୍ନୋଲୋଜି (ଏନ୍‌ଆଇଏଫ୍‌ଟି)ରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ପ୍ରତିବାଦରେ ଛାତ୍ରୀମାନେ ଆଜି କିଟ୍‌-ଶିଖରଚଣ୍ଡୀ ରାସ୍ତା ଅବରୋଧ କରିଥିଲେ। ପରେ ଛାତ୍ରଛାତ୍ରୀମାନେ ଏନ୍‌ଆଇଏଫ୍‌ଟି କ୍ୟାମ୍ପସ୍ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ ୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ଜଣେ ଛାତ୍ରୀ କହିଛନ୍ତି, “ଗତକାଲି ବିଳମ୍ବିତ ରାତିରେ ଜଣେ ଛାତ୍ରୀ ଚିତ୍କାର କରିବା ସହିତ ସାହାଯ୍ୟ ମାଗିଥିଲେ। ଚିତ୍କାର ଶୁଣି ଆମେ ସମ୍ପୃକ୍ତ ଛାତ୍ରୀଙ୍କୁ ସାହାଯ୍ୟ କରିବାକୁ ୱାଡେନ୍ ଓ ସୁରକ୍ଷା କର୍ମୀଙ୍କୁ ଅନୁରୋଧ କରିଥିଲୁ। କିନ୍ତୁ ୱାଡେନ୍ ଓ ସୁରକ୍ଷା କର୍ମୀ ଆମ କଥା ଶୁଣି ନ ଥିଲେ।”

ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, “ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ଛାତ୍ରୀଙ୍କ ସହିତ ଅସଦାଚରଣ ହୋଇନି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହା ତାଙ୍କ ଇଣ୍ଟରନାଲ୍‌ ମାମଲା।”