ନୀଳାଦ୍ରିବିଜେ ବିଶୃଙ୍ଖଳା ମାମଲା: କାଶୀନାଥ ଖୁଣ୍ଟିଆ ଗିରଫ

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳା ମାମଲାରେ ସେବାୟତ କାଶୀନାଥ ଖୁଣ୍ଟିଆଙ୍କୁ ସିଂହଦ୍ୱାର ଥାନା ପୋଲିସ୍‌ ଆଜି ଗିରଫ କରିଛି। ସାମ୍ୱାଦିକଙ୍କୁ  ଆକ୍ରମଣ ଓ ଶ୍ରୀଜୀଉଙ୍କ ନୀତି ବନ୍ଦ ଅଭିଯୋଗରେ କାଶୀନାଥଙ୍କୁ ପୋଲିସ୍‌ ଗିରଫ କରିଛି। ଗତକାଲି କାଶୀନାଥଙ୍କୁ ପୋଲିସ ଅଟକ ରଖିଥିଲା। ସୂଚନାଯୋଗ୍ୟ, ଗତ ୨୯ରେ କାଶୀନାଥ ଖୁଣ୍ଟିଆଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଥିଲା। ତାଙ୍କ ବିରୋଧରେ ଜାରି କରାଯାଇଥିବା ଜାମିନ୍‌ ବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ଏବଂ ପଳାତକ ଘୋଷଣା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ […]

kasinath

kasinath

Rakesh Mallick
  • Published: Saturday, 15 October 2016
  • Updated: 15 October 2016, 10:11 PM IST

Sports

Latest News

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳା ମାମଲାରେ ସେବାୟତ କାଶୀନାଥ ଖୁଣ୍ଟିଆଙ୍କୁ ସିଂହଦ୍ୱାର ଥାନା ପୋଲିସ୍‌ ଆଜି ଗିରଫ କରିଛି। ସାମ୍ୱାଦିକଙ୍କୁ  ଆକ୍ରମଣ ଓ ଶ୍ରୀଜୀଉଙ୍କ ନୀତି ବନ୍ଦ ଅଭିଯୋଗରେ କାଶୀନାଥଙ୍କୁ ପୋଲିସ୍‌ ଗିରଫ କରିଛି। ଗତକାଲି କାଶୀନାଥଙ୍କୁ ପୋଲିସ ଅଟକ ରଖିଥିଲା।

ସୂଚନାଯୋଗ୍ୟ, ଗତ ୨୯ରେ କାଶୀନାଥ ଖୁଣ୍ଟିଆଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି ମିଳିଥିଲା। ତାଙ୍କ ବିରୋଧରେ ଜାରି କରାଯାଇଥିବା ଜାମିନ୍‌ ବିହୀନ ଗିରଫ ପରୱାନା(ଏନ୍‌ବିଡବ୍ଲ୍ୟୁ) ଏବଂ ପଳାତକ ଘୋଷଣା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ।

ପୋଲିସ୍‌ ଗ୍ରହଣ କରିଥିବା ପଦକ୍ଷେପକୁ ଚ୍ୟାଲେଞ୍ଜ କରି  କାଶୀନାଥ ହାଇକୋର୍ଟରେ ଦୁଇଟି ରିଟ୍‌ ପିଟିସନ୍‌ ଦାଖଲ କରିଥିଲେ। ଉଭୟ ମାମଲାର ଏକକାଳୀନ ଶୁଣାଣି କରି ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ କେସ୍‌ ଡାଏରୀ ଦାଖଲ ପାଇଁ ପୋଲିସ୍‌କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୂଜା ଛୁଟି ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos