ଆସନ୍ତା ୧୨ ସୁଦ୍ଧା ଆତ୍ମସମର୍ପଣ ନ କଲେ ପଳାତକ ଘୋଷିତ ସେବାୟତଙ୍କ ସମ୍ପତ୍ତି ବାଜ୍ୟାପ୍ତ ହେବ

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ମାମଲାରେ ଫେରାର ଥିବା ଓ ସିଆର୍‌ପିସି ଧାରା ୮୨ ମୁତାବକ କୋର୍ଟ ଦ୍ୱାରା ପଳାତକ ଘୋଷିତ ୮ ସେବାୟତଙ୍କ  ସମସ୍ୟା ଦିନକୁ ଦିନ ଜଟିଳ ହେଉଛି। ସେପ୍ଟେମ୍ବର ୧୨ ତାରିଖ ସୁଦ୍ଧା ଆତ୍ମସମର୍ପଣ ନ କଲେ ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରାଯିବ। ପଳାତକ ଘୋଷିତ ସେବାୟତଙ୍କ ପୋଷ୍ଟର ଗତକାଲି ପୁରୀ ସହର ସର୍ବସାଧାରଣ ସ୍ଥାନରେ ମରାଯାଇଛି। ପୂର୍ବରୁ ପୋଲିସ୍‌ ଏହି ପୋଷ୍ଟର […]

sebayata

sebayata

Rakesh Mallick
  • Published: Saturday, 13 August 2016
  • Updated: 13 August 2016, 06:40 PM IST

ପୁରୀ: ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ମାମଲାରେ ଫେରାର ଥିବା ଓ ସିଆର୍‌ପିସି ଧାରା ୮୨ ମୁତାବକ କୋର୍ଟ ଦ୍ୱାରା ପଳାତକ ଘୋଷିତ ୮ ସେବାୟତଙ୍କ  ସମସ୍ୟା ଦିନକୁ ଦିନ ଜଟିଳ ହେଉଛି। ସେପ୍ଟେମ୍ବର ୧୨ ତାରିଖ ସୁଦ୍ଧା ଆତ୍ମସମର୍ପଣ ନ କଲେ ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରାଯିବ।

ପଳାତକ ଘୋଷିତ ସେବାୟତଙ୍କ ପୋଷ୍ଟର ଗତକାଲି ପୁରୀ ସହର ସର୍ବସାଧାରଣ ସ୍ଥାନରେ ମରାଯାଇଛି। ପୂର୍ବରୁ ପୋଲିସ୍‌ ଏହି ପୋଷ୍ଟର ରିଲିଜ୍‌ କରିଥିଲା।

ପୋଷ୍ଟର ଗୁଡ଼ିକ ରେଳଷ୍ଟେସନ୍‌, ବସ୍‌ଷ୍ଟାଣ୍ଡ୍‌ ପ୍ରବେଶ ପଥ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ଟାଉନ୍‌ଥାନା ଆଦି ସ୍ଥାନରେ ମରାଯାଇଛି। ସେବାୟତଙ୍କ ବିଷୟରେ ସୂଚନା ଦେଲେ ପୁରସ୍କାର ମିଳିବ ବୋଲି ପୋଷ୍ଟରରେ ଲେଖାଯାଇଛି।

ପଳାତକ ଘୋଷିତ ୮ ସେବାୟତ ହେଲେ ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ସାଇନା ଖୁଣ୍ଟିଆ, ଭୀମସେନ ପଲଙ୍କଧାରୀ, ଇପସିତ ପ୍ରତିହାରୀ, ରବି ଦାଶ, କାଶୀନାଥ ଖୁଣ୍ଟିଆ ଓ ଭାଗିରଥୀ ଖୁଣ୍ଟିଆ।

ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ କହିଛନ୍ତି, “ସିଆରପିସି ୮୨ ଧାରା ଅନୁଯାୟୀ ଏସ୍‌ଡିଜେମ୍‌ କୋର୍ଟ ଫେରାର ଥିବା ୮ ସେବାୟତଙ୍କୁ ପଳାତକ ଘୋଷଣା କରାଯାଇଛି। ମାସେ ମଧ୍ୟରେ ଆତ୍ମସମର୍ପଣ କରି ପକ୍ଷ ରଖିବାକୁ କୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ନିର୍ଦ୍ଧାରିତ ସମୟରେ ସେମାନେ ଆତ୍ମସମର୍ପଣ ନକରନ୍ତି, ତାହାହେଲେ ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆକଳନ କରି କୋର୍ଟ୍‌‌କୁ ପୋଲିସ୍ ଜଣାଇବ। ପରେ କୋର୍ଟ୍ ପ୍ରକ୍ରିୟା ଆରମ୍ଭ କରିବେ।”

ଯେଉଁମାନେ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି ସେମାନେ କେମିତି ଆତ୍ମସମର୍ପଣ କରିବେ ପ୍ରଶ୍ନର ଉତ୍ତରରେ ଷଡଙ୍ଗୀ କହିଛନ୍ତି,“ଏବେ ଯେହେତୁ ଏସ୍‌ଡିଜେମ୍‌ କୋର୍ଟ ସେମାନଙ୍କୁ ପଳାତକ ଘୋଷିତ କରିଛନ୍ତି, ଏହାର ଅର୍ଥ ଯେ ସେମାନେ ଦୋଷୀ। ତେଣୁ ହାଇକୋର୍ଟରେ ଯେଉଁମାନେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି ତାହାକୁ ଏସ୍‌ଡିଜେମ୍‌ କୋର୍ଟ ବିଚାର କରିବ। ତା’ପରେ ହାଇକୋର୍ଟ ସେମାନଙ୍କ ଜାମିନ୍‌ ଅଗ୍ରାହ୍ୟ କରିବେ କିମ୍ବା ନିମ୍ନ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେବେ। ଅନ୍ୟପକ୍ଷରେ ନିମ୍ନକୋର୍ଟର ନିଷ୍ପତ୍ତିକୁ ହାଇକୋର୍ଟ ବିଚାରକୁ ନେବେ ବୋଲି ଆମେ ଆଶା କରୁଛୁ।”

ସେ ଆହୁରି ମଧ୍ୟ କହିଛନ୍ତି, “ପଳାତକ ଘୋଷିତ ସେବାୟତଙ୍କୁ ଧରିବା ପାଇଁ ସବୁ ସ୍ଥାନରେ ଚଢ଼ାଉ ଜାରି ରହିଛି। କିନ୍ତୁ ସେମାନଙ୍କ ପତ୍ତା ମିଳୁନି। ସେମାନଙ୍କୁ ଗିରଫ କରିବା ପାଇଁ ଆମ ଉପରେ କୌଣସି ଚାପ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos