ମାତିଛି ମଣିଷମରା ‘ନିପାହ’: ଜାଣନ୍ତୁ ନିଜକୁ କେମିତି କରିବେ ରକ୍ଷା

ଭାରତରେ ବ୍ୟାପୁଛି ଭୟଙ୍କର ‘ନିପାହ’ ଭାଇରସ୍‌। କେରଳର କୋଝିକୋଟ ଜିଲ୍ଲାରେ ନିପାହ ଭାଇରସ୍‌(ଏନ୍‌ଆଇବି) ପ୍ରଭାବରେ ଅନେକଙ୍କ ଜୀବନ ଗଲାଣି। ବାଦୁଡି କାରଣୁରୁ ନିପାହ ଭାଇରସ୍‌ ବ୍ୟାପିଥିବା ଜଣାପଡିଛି। ଏହା ମଣିଷ ଓ ପଶୁ  ଉଭୟଙ୍କୁ ପ୍ରଭାବିତ କରିଥାଏ। ୧୯୯୮ ମସିହାରେ ପ୍ରଥମ ଥର ଲାଗି ମାଲେସିଆର କାପୁଙ୍ଗ ସୁଙ୍ଗଇ ନିପାହିରେ ଏହି ଭାଇରସ୍‌ ଦେଖିବାକୁ ମିଳିଥିଲା। ଏହା ଏକ ପ୍ରକାର ମାନସିକ ଜ୍ୱର। ଏହି ଭାଇରସ୍‌ ଫଳରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଏହାପାଇଁ କୌଣସି […]

Greater short-nosed fruit bat (Cynopterus sphinx)

Greater short-nosed fruit bat (Cynopterus sphinx)

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 02:36 PM IST

Sports

Latest News

ଭାରତରେ ବ୍ୟାପୁଛି ଭୟଙ୍କର ‘ନିପାହ’ ଭାଇରସ୍‌। କେରଳର କୋଝିକୋଟ ଜିଲ୍ଲାରେ ନିପାହ ଭାଇରସ୍‌(ଏନ୍‌ଆଇବି) ପ୍ରଭାବରେ ଅନେକଙ୍କ ଜୀବନ ଗଲାଣି। ବାଦୁଡି କାରଣୁରୁ ନିପାହ ଭାଇରସ୍‌ ବ୍ୟାପିଥିବା ଜଣାପଡିଛି। ଏହା ମଣିଷ ଓ ପଶୁ  ଉଭୟଙ୍କୁ ପ୍ରଭାବିତ କରିଥାଏ। ୧୯୯୮ ମସିହାରେ ପ୍ରଥମ ଥର ଲାଗି ମାଲେସିଆର କାପୁଙ୍ଗ ସୁଙ୍ଗଇ ନିପାହିରେ ଏହି ଭାଇରସ୍‌ ଦେଖିବାକୁ ମିଳିଥିଲା। ଏହା ଏକ ପ୍ରକାର ମାନସିକ ଜ୍ୱର। ଏହି ଭାଇରସ୍‌ ଫଳରେ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଏହାପାଇଁ କୌଣସି ଟିକା ବା ଔଷଧ ମିଳିପାରିନାହିଁ। ହାର୍ଟ୍‌ କେୟାର ଫାଉଣ୍ଡେସନ୍‌(ଏଚ୍‌ସିଏଏଫ୍‌ଆଇ)ର ଅଧକ୍ଷ କେ କେ ଅଗ୍ରୱାଲଙ୍କ ମତରେ ଏହିସବୁ ଉପାୟ ଦ୍ୱାରା ଏହି ଭାଇରସ୍‌ରୁ ରକ୍ଷା ପାଇହେବ।

ନିପାହ ଭାଇରସ୍‌ର ଲକ୍ଷଣ

ଏହାର ସାମାନ୍ୟ ଲକ୍ଷଣ ଯେପରି ଜ୍ୱର, ମୁଣ୍ଡବ୍ୟଥା, ବେହୋଶ ହେବା ପରି ମନେ ହେବା ସହ ଗଳାରେ କିଛି ଫସିବାର ଅନୁଭବ ହୋଇଥାଏ। ଏଥିସହ  ପେଟ ଦରଜ, ବାନ୍ତି, ଥକ୍କା ଲାଗିବା ପରି ଲକ୍ଷଣ ଦେଖାଦେଇଥାଏ। ଡାକ୍ତର ଅଗ୍ରୱାଲ ଆହୁରି କହିଛନ୍ତି ଏହି ଲକ୍ଷଣର ଆରମ୍ଭରେ ରୋଗୀଙ୍କ  କୋମା ହେବାର ଆଶଙ୍କା ଥାଏ। ଏହା ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିଥାଏ।

 

ନିପାହ ଭାଇରସ୍‌ରୁ କିପରି ରକ୍ଷା ପାଇବେ
୧. ବାଦୁଡି ଯୋଗୁ ନିପାହ ଭାଇରସ ବ୍ୟାପିଥାଏ। ତେଣୁ ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି  ତାହା ଯେମିତି  ବାଦୁଡି ସଂସ୍ପର୍ଶ  ନ ଆସେସେଥିପ୍ରତି ଧ୍ୟାନ ଦେବେ।

୨. ତାଳ ଗଛ ହାଣ୍ଡିରୁ ମଦ ପିଅନ୍ତୁ ନାହିଁ।

୩. ଏହି ରୋଗରେ ପୀଡିତ କୌଣସି ବ୍ୟକ୍ତିର ପାଖକୁ ଯାଆନ୍ତୁ ନାହିଁ। ରୋଗୀକୁ ଦେଖା କରିବା ପରେ ସାବୁନରେ ହାତକୁ ଭଲ ଭାବେ ଧୁଅନ୍ତୁ।

୪, ସାଧାରଣତଃ ଶୌଚାଳୟର ବ୍ୟବହୃତ ତଥା ବାଲ୍‌ଟି ଓ ମଗକୁ ସଫା ରଖନ୍ତୁ।

୫. ନିପାହ ଭାଇରସ୍‌ରୁ ମୃତ ବ୍ୟକ୍ତିର ଶରୀରକୁ ଘୋଡାଇବା ସହ ଅନ୍ତିମ ସଂସ୍କାର ସମୟରେ ଶରୀରକୁ ସ୍ନାନ  କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos