ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଚୂଡାନ୍ତ ହୋଇନି: ପ୍ରସନ୍ନ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ବିଜେଡିର କିଏ ପ୍ରାର୍ଥୀ ହେବେ ତାହା ଚୂଡାନ୍ତ ହୋଇନାହିଁ। ଏହା କହିଛନ୍ତି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ। ସୁବଳଙ୍କ ପତ୍ନୀଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱ ପ୍ରସଙ୍ଗରେ ସେ ଏପରି ପ୍ରତିକ୍ରିୟା ରଖିଛନ୍ତି।

ସେ ଆହୁରି କହିଛନ୍ତି- “ଉପନିର୍ବାଚନ ନେଇ ଏଯାବତ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ଟିକେଟ୍ କାହାକୁ ଦିଆଯିବ ସେ ନେଇ ଫାଇନାଲ୍ ନିଷ୍ପତ୍ତି ନିଆଯାଇନାହିଁ। ଦଳ ମୁଖ୍ୟ (ନବୀନ ପଟ୍ଟନାୟକ) ଏନେଇ ସବୁସ୍ତରର ନେତାଙ୍କ ସହ ଆଲୋଚନା କରିବେ। ଉପଯୁକ୍ତ ସମୟରେ ନିଷ୍ପତ୍ତି ନିଆଯିବ।”