ପୋଲିସ୍‌ ଆଗରେ ଅଣ୍ଡାମାଡ଼, ହେଲେ ପୋଲିସ୍‌ କରିନି ମାମଲା; ବିରୋଧୀ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: ମାହାଙ୍ଗାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡା ମାଡ଼ ଘଟଣାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ।  ପୋଲିସ ଉପସ୍ଥିତିରେ ସାଂସଦ ବୈଜୟନ୍ତ ପଣ୍ଡା ଉପରକୁ ଅଣ୍ଡା ମାଡ଼ ହେଲା। ହେଲେ ଘଟଣାକୁ ୨ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କାହିଁକି ନିଜ ଆଡୁ ମାମଲା ରୁଜୁ କରୁନି। ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ କଂଗ୍ରେସ ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେପଟେ ଏଭଳି ଅଣ୍ଡା ମାଡ଼ ହେବା ଦ୍ୱାରା […]

Baijayant-Panda-750x430

Baijayant-Panda-750x430

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 08:08 PM IST

Sports

Latest News

ଭୁବନେଶ୍ୱର: ମାହାଙ୍ଗାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡା ମାଡ଼ ଘଟଣାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ।  ପୋଲିସ ଉପସ୍ଥିତିରେ ସାଂସଦ ବୈଜୟନ୍ତ ପଣ୍ଡା ଉପରକୁ ଅଣ୍ଡା ମାଡ଼ ହେଲା। ହେଲେ ଘଟଣାକୁ ୨ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କାହିଁକି ନିଜ ଆଡୁ ମାମଲା ରୁଜୁ କରୁନି। ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ କଂଗ୍ରେସ ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେପଟେ ଏଭଳି ଅଣ୍ଡା ମାଡ଼ ହେବା ଦ୍ୱାରା ଦଳରେ ଭଲ ବାର୍ତ୍ତା ଗଲା ନାହିଁ ବୋଲି ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି। ଦଳର ଉପସଭାପତି ଦାମୋଦର ରାଉତ କହିଛନ୍ତି ପର୍ଯ୍ୟବେକ୍ଷକ ନିରପେକ୍ଷ ରିପୋର୍ଟ ଦେବା ଦରକାର।

ବୈଜୟନ୍ତଙ୍କୁ ଅଣ୍ଡାମାଡ଼ ନେଇ ଦଳରେ ଚାଲିଛି ତନାଘନା। କିନ୍ତୁ ପୋଲିସ ନିରବ, କାର୍ଯ୍ୟାନୁଷ୍ଠାନ ଶୂନ୍। ପୋଲିସର ଏହି ନିଷ୍କ୍ରିୟତାକୁ ନେଇ ସବୁ ସ୍ତରରେ ଉଠିଛି ପ୍ରଶ୍ନ। ଫଳକ ଭଙ୍ଗା ଯିବାପରେ ସଭାସ୍ଥଳରେ ବିଶୃଙ୍ଖଳା ଆଶଙ୍କା କରି ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା କରିବାକୁ ବୈଜୟନ୍ତଙ୍କ କାର୍ଯ୍ୟାଳୟ ତରଫରୁ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କୁ  ଚିଠି ଲେଖି ଅବଗତ କରାଯାଇଥିଲା। ସେହିପରି ପୋଲିସ ଡିଜି ଓ କେନ୍ଦ୍ରାଞ୍ଚଳ ଆଇଜିଙ୍କୁ ମଧ୍ୟ ଚିଠିର ନକଲ ପଠାଯାଇଥିଲା। ଏହା ସତ୍ତ୍ୱେ ବ୍ୟାପକ ପୋଲିସ କାହିଁକି ମୁତୟନ କରାଯାଇନଥିଲା? ପ୍ରିଭେନେଣ୍ଟିଭ୍ ଆରେଷ୍ଟ କାହିଁକି କରାଯାଇନଥିଲା? ବୈଜୟନ୍ତ କେବଳ ସାଂସଦ ନୁହନ୍ତି ସେ ଗୃହ ବିଭାଗ ଷ୍ଟାଣ୍ଡିଂ କମିଟିର ସଦସ୍ୟ ମଧ୍ୟ ଅଛନ୍ତି। ଅଣ୍ଡାମାଡ ପରେ ପୋଲିସ କାହିଁକି ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁନି। କୌଣସି ପାଓ୍ୱାରଫୁଲ୍ ରାଜନେତା ଓ ବ୍ୟୁରୋକ୍ରାଟଙ୍କ ଚାପରେ ପୋଲିସ ଜାଣିଶୁଣି ଚୁପ୍ ବସିନି ତ?  ଖୋଦ୍ ବୈଜୟନ୍ତ ମଧ୍ୟ ଏନେଇ ଟୁଇଟ୍ କରି ଆଇଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ପ୍ରସଙ୍ଗ ଉଠାଇଥିଲେ। ଏସବୁକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ମାହାଙ୍ଗାରେ ସାଂସଦଙ୍କ ଉପରକୁ ଅଣ୍ଡା, ଚପଲ ଓ ପଥର ମାଡ଼ ହେଲା। ସେମାନଙ୍କ ବିରୋଧରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାର ଅଛି।”

ବିରୋଧୀ ଦଳ ମୁଖ୍ୟସଚେତକ ତାରପ୍ରସାଦ ବାହୀନିପତି କହିଛନ୍ତି,“ଅଣ୍ଡା ମାଡ଼ ଘଟଣାରେ ନବୀନ ପଟ୍ଟନାୟକଙ୍କର ହାତ ରହିଛି। ଏହା ତାଙ୍କର ଚାଲ। ପୋଲିସ ଆଗରେ ଅଣ୍ଡା ମାଡ଼ ହେଲା। ପୋଲିସ ନିଜ ଆଡୁ ମାମଲା ରୁଜୁ ହେବା କଥା। ମାତ୍ର ତାହା ହେଉନାହିଁ।”

ଅଣ୍ଡାମାଡ଼ ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ବିଜେଡି ଉପରେ ମଧ୍ୟ ଚାପ ପଡୁଛି।  ତେବେ ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି ଦଳ ଭିତରେ ଏହି ଘଟଣାକୁ ନେଇ ଠିକ୍ ବାର୍ତ୍ତା ଯାଇ ନାହିଁ। ସାଂସଦ ନଗେନ୍ଦ୍ର ପ୍ରଧାନ କିନ୍ତୁ ଏହାକୁ ଏକ ଛୋଟ କଥା କହି ପ୍ରସଙ୍ଗକୁ ହାଲୁକା କରିବାକୁ ଚେଷ୍ଟା କରିଛନ୍ତି।

ବରିଷ୍ଠ ମନ୍ତ୍ରୀ ତଥା ଉପସଭାପତି ଦାମୋଦର ରାଉତ କହିଛନ୍ତି,“ଏହା ଅତିଦୁର୍ଭାଗ୍ୟ ଜନକ। ଦଳ ଭିତରେ ଏହାକୁ ସମାଧାନ କରାଯିବା ଉଚିତ। ଆଶା କରୁଛି ଜିଲ୍ଲା ପର୍ଯ୍ୟବେକ୍ଷକ ନିରପେକ୍ଷ ରିପୋର୍ଟ ଦେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos