କିଏ ନେଇଗଲା ମହାଲକ୍ଷ୍ମୀଙ୍କ ସୁନା ମୁକୁଟ? ଶ୍ରୀମନ୍ଦିରରେ ଭକ୍ତଙ୍କ ଭାବନା ସହ ଖେଳ

ପୁରୀ (ଓଡ଼ିଶା ରିପୋର୍ଟର): ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୁକୁଟ(କିରିଟି) ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ। ଏନେଇ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ ଜେନା ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି-“ମହାଲକ୍ଷ୍ମୀଙ୍କ ମୁକୁଟ ଶ୍ରୀମନ୍ଦିର ପ୍ରଶାସନକୁ ଦିଆ ଯାଇନି। ଲକ୍ଷ୍ମୀ ମନ୍ଦିରର ସେବକଙ୍କ ଦାୟିତ୍ୱରେ ଥାଏ। ଲକ୍ଷ୍ମୀ ମନ୍ଦିରର ସମ୍ପତ୍ତି ପ୍ରଶାସନର ନିୟନ୍ତ୍ରଣରେ ନାହିଁ। ସମ୍ପତ୍ତି ପ୍ରଶାସନ ଅକ୍ତିଆରକୁ ଆଣିବା ଲାଗି ବିଚାର ବିମର୍ଶ ଚାଲିଛି। ଲକ୍ଷ୍ମୀ ମନ୍ଦିରର ପରିଚାଳନାରେ ସୁଧାର ଆଣିବା ଆବଶ୍ୟକ। ଖୁବ୍ ଶୀଘ୍ର ବ୍ୟବସ୍ଥାଗତ ସମସ୍ୟାର ସମାଧାନ କରାଯିବ।” […]

laxmi

laxmi

Rakesh Mallick
  • Published: Saturday, 25 November 2017
  • Updated: 25 November 2017, 11:04 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣ ମୁକୁଟ(କିରିଟି) ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ। ଏନେଇ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ ଜେନା ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି-“ମହାଲକ୍ଷ୍ମୀଙ୍କ ମୁକୁଟ ଶ୍ରୀମନ୍ଦିର ପ୍ରଶାସନକୁ ଦିଆ ଯାଇନି। ଲକ୍ଷ୍ମୀ ମନ୍ଦିରର ସେବକଙ୍କ ଦାୟିତ୍ୱରେ ଥାଏ। ଲକ୍ଷ୍ମୀ ମନ୍ଦିରର ସମ୍ପତ୍ତି ପ୍ରଶାସନର ନିୟନ୍ତ୍ରଣରେ ନାହିଁ। ସମ୍ପତ୍ତି ପ୍ରଶାସନ ଅକ୍ତିଆରକୁ ଆଣିବା ଲାଗି ବିଚାର ବିମର୍ଶ ଚାଲିଛି। ଲକ୍ଷ୍ମୀ ମନ୍ଦିରର ପରିଚାଳନାରେ ସୁଧାର ଆଣିବା ଆବଶ୍ୟକ। ଖୁବ୍ ଶୀଘ୍ର ବ୍ୟବସ୍ଥାଗତ ସମସ୍ୟାର ସମାଧାନ କରାଯିବ।”

ତେବେ ଏବେ ପ୍ରଶ୍ନ ଉଠୁଛି ମହାଲକ୍ଷ୍ମୀଙ୍କ ମୁକୁଟ ଗଲା କୁଆଡ଼େ ? ଏହି ଅମୂଲ୍ୟ ରତ୍ନକୁ କେହି ଚୋରି କରିନେଇ ତ? ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସ୍ପଷ୍ଟୀକରଣ ପରେ ବର୍ତ୍ତମାନ ମୁକୁଟଟି କାହା ପାଖରେ ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

ଗତ ଗୁରୁବାର ମହାଲକ୍ଷ୍ମୀଙ୍କ ମଥାରେ ମୁକୁଟ ନଥିବା ଦେଖିବାକୁ ମିଳିଥିଲା। ଏପରିକି ଶ୍ରୀଅଙ୍ଗରେ ସୁବର୍ଣ୍ଣ ମାଳା ଓ ଆଭୂଷଣ ମଧ୍ୟ ନଥିଲା। ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମା’ ଲକ୍ଷ୍ମୀଙ୍କ ମୁକୁଳ ମଥା ଦେଖି ଯାଇଥିଲେ। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ସେବାୟତ କହିଥିଲେ ମୁକୁଟ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ନେଇଛି।

ସୂଚନାରୁ ପ୍ରକାଶ, ମାଆ ଲକ୍ଷ୍ମୀଙ୍କ ମୁକୁଟ ବା କିରିଟି କିଛି ଦିନ ତଳେ ଭାଙ୍ଗିଯାଇଥିଲା। ତାକୁ ଓଷୁଅ ଲଗାଯାଇ ମସ୍ତକରେ ବିମଣ୍ଡିତ କରାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos