ସମାନ ସାମଗ୍ରୀ ସମାନ ଦର : ଏୟାରପୋର୍ଟ ଓ ମଲରେ ଏମଆରପି ରହିବ ସମାନ, ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ:ଏୟାରପୋର୍ଟ, ମଲ ଏବଂ ହୋଟେଲରେ ଆଉ ଗ୍ରାହକଙ୍କୁ ହଟହଟା ହେବାକୁ ପଡ଼ିବନି।  ଏ ସବୁ ସ୍ଥାନରେ ଏଣିକି ଗୋଟିଏ ପ୍ରକ୍ଟଟ ଉପରେ ଆଉ ଭିନ୍ନ ଭିନ୍ନ ଏମଆରପି ଲାଗୁ ହେବନି। ଅର୍ଥାତ ଯେକୌଣସି ସାମଗ୍ରୀ ଉପରେ ମୂଲ୍ୟ ସମାନ ରହିବ। ଏ ସବୁ ସ୍ଥାନରେ ଗୋଟିଏ ପ୍ରଡକ୍ଟଟ ଉପରେ ଭିନ୍ନ ଭିନ୍ନ ଲାଗୁ ହେଉଥିବା ଏମଆରପିକୁ  ସରକାର ହଟାଇ ଦେଇଛନ୍ତି। କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ଆସନ୍ତା ୨୦୧୮ […]

mall

mall

Rakesh Mallick
  • Published: Thursday, 06 July 2017
  • Updated: 06 July 2017, 09:49 PM IST

Sports

Latest News

ନୂଆଦିଲ୍ଲୀ:ଏୟାରପୋର୍ଟ, ମଲ ଏବଂ ହୋଟେଲରେ ଆଉ ଗ୍ରାହକଙ୍କୁ ହଟହଟା ହେବାକୁ ପଡ଼ିବନି।  ଏ ସବୁ ସ୍ଥାନରେ ଏଣିକି ଗୋଟିଏ ପ୍ରକ୍ଟଟ ଉପରେ ଆଉ ଭିନ୍ନ ଭିନ୍ନ ଏମଆରପି ଲାଗୁ ହେବନି। ଅର୍ଥାତ ଯେକୌଣସି ସାମଗ୍ରୀ ଉପରେ ମୂଲ୍ୟ ସମାନ ରହିବ। ଏ ସବୁ ସ୍ଥାନରେ ଗୋଟିଏ ପ୍ରଡକ୍ଟଟ ଉପରେ ଭିନ୍ନ ଭିନ୍ନ ଲାଗୁ ହେଉଥିବା ଏମଆରପିକୁ  ସରକାର ହଟାଇ ଦେଇଛନ୍ତି। କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ବିଶେଷ କରି ଆସନ୍ତା ୨୦୧୮ ଜାନୁଆରୀ ୧ରୁ କମ୍ପାନୀଙ୍କ ଉପରେ ଏହି ନିୟମ କଡ଼ାକଡ଼ି ଲାଗୁ କରାଯିବ। କେତୋଟି ନିର୍ଦ୍ଧିଷ୍ଟ ସ୍ଥାନକୁ ଆଧାର କରି ଗୋଟିଏ ପ୍ରଡକ୍ଟ ଉପରେ ଭିନ୍ନ ଭିନ୍ନ  ଦର  ପ୍ରକାଶନ ପରମ୍ପରାକୁ ବନ୍ଦ କରାଯିବ। ବିଶେଷ କରି ମୃଦୁପାନୀୟ, ସ୍ନାକ୍ସ ଏବଂ ପାଣିବୋତଲ ଉପରେ ଅଲଗା ଅଲଗା ଦର ଲାଗୁ ହୋଇପାରିବ ନାହିଁ।  ସେହିପରି ପରିମାଣ ଏବଂ ମାନରେ ମଧ୍ୟ କୌଣସି ପରିବର୍ତ୍ତନ ଆସିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos