ଜୁଲାଇ ୨୯ ଓଡ଼ିଶା-ଛତିଶଗଡ଼ ବୈଠକରେ କେଲୋ ପ୍ରକଳ୍ପ କଥା ଉଠିନି!

ଭୁବନେଶ୍ୱର: କେଲୋ ପ୍ରକଳ୍ପକୁ ନେଇ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମୁହାଁମୁହିଁ ହୋଇଛନ୍ତି। ଏହା ବିରୋଧରେ ଶାସକ ଦଳ ଆନ୍ଦୋଳନ ଚଳାଇଛି। ଏପରିକି ଛତିଶଗଡ଼ ଯାଉଥିବା ଟ୍ରେନ୍ ଗୁଡ଼ିକୁ ବିଜେଡି କର୍ମୀମାନେ ଗତକାଲି ଅଧ ଘଣ୍ଟାଏ ଲେଖାଏଁ ଅଟକାଇ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଗତ ୨୯ ତାରିଖରେ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ଉଚ୍ଚ ଅଧିକାରୀଙ୍କ ବୈଠକରେ କେଲୋ ପ୍ରକଳ୍ପ କଥା ଓଡ଼ିଶା ସରକାର ଉଠାଇ ନାହାନ୍ତି। ଏପରି ଚାଞ୍ଚଲ୍ୟକର ତଥ୍ୟ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରଣାଳୟ […]

kelo

kelo

Rakesh Mallick
  • Published: Thursday, 04 August 2016
  • Updated: 04 August 2016, 09:10 PM IST

Sports

Latest News

keloଭୁବନେଶ୍ୱର: କେଲୋ ପ୍ରକଳ୍ପକୁ ନେଇ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମୁହାଁମୁହିଁ ହୋଇଛନ୍ତି। ଏହା ବିରୋଧରେ ଶାସକ ଦଳ ଆନ୍ଦୋଳନ ଚଳାଇଛି। ଏପରିକି ଛତିଶଗଡ଼ ଯାଉଥିବା ଟ୍ରେନ୍ ଗୁଡ଼ିକୁ ବିଜେଡି କର୍ମୀମାନେ ଗତକାଲି ଅଧ ଘଣ୍ଟାଏ ଲେଖାଏଁ ଅଟକାଇ ଥିଲେ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଗତ ୨୯ ତାରିଖରେ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ଉଚ୍ଚ ଅଧିକାରୀଙ୍କ ବୈଠକରେ କେଲୋ ପ୍ରକଳ୍ପ କଥା ଓଡ଼ିଶା ସରକାର ଉଠାଇ ନାହାନ୍ତି। ଏପରି ଚାଞ୍ଚଲ୍ୟକର ତଥ୍ୟ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରଣାଳୟ ପ୍ରସ୍ତୁତ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଯେଉଁ କେଲୋ ପ୍ରକଳ୍ପ ପାଇଁ ବ୍ରଜରାଜନଗର ଅଞ୍ଚଳ ପ୍ରଭାବିତ ହେବ ସେଥିପ୍ରତି ସରକାର ତିଳେ ମାତ୍ର ନଜର ଦେଇନାହାନ୍ତି। ଏଥିରୁ ସ୍ପଷ୍ଟ ବାରିହେଉଛି ମହାନଦୀ ପାଇଁ ଓଡ଼ିଶା ସରକାର କେତେ ଚିନ୍ତିତ।

ମହାନଦୀ ଓଡ଼ିଶାର ଲାଇଫ୍‌ଲାଇନ୍‌ ବୋଲି ରାଜ୍ୟ ସରକାର କହୁଛନ୍ତି। ମାତ୍ର ଏହି ନଦୀ ଉପରେ ଛତିଶଗଡ଼ ସରକାର କରିଥିବା ଜଳ ସେଚନ ପ୍ରକଳ୍ପର ବିସ୍ତୃତ ରିପୋର୍ଟ ବା ଡିପିଆର୍ ସମ୍ପର୍କରେ ଓଡ଼ିଶା ସହିତ ଆଲୋଚନା କରିନି। ଏ ସମ୍ପର୍କରେ ଆପତ୍ତି ଉଠାଇଥିଲା ଓଡ଼ିଶା। ସେହିପରି ଅର୍ପା ନଦୀରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ସମସ୍ତ ପ୍ରକଳ୍ପ ସମ୍ପର୍କରେ ଛତିଶଗଡ଼ ସରକାରଙ୍କଠାରୁ ତଥ୍ୟ ଚାହିଁଥିଲା ଓଡ଼ିଶା। ଏହାଛଡ଼ା ମହାନଦୀ ଉପରେ ସମସ୍ତ ପ୍ରକଳ୍ପର କ’ଣ ପ୍ରଭାବ ପଡିବ ସେନେଇ ବିସ୍ତୃତ ତଥ୍ୟ ଚାହୁଁଥିଲା ଓଡ଼ିଶା ସରକାର। ଛତିଶଗଡ଼ ମୁଖ୍ୟ ଶାସନ ସଚିବ ସମସ୍ତ ତଥ୍ୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ରିପୋର୍ଟରେ କୋଲୋ ପ୍ରକଳ୍ପ ସମ୍ପର୍କରେ କେଉଁଠି ବି ଉଲ୍ଲେଖ କରାଯାଇନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି କଣ ପାଇଁ କେଲୋ ପ୍ରକଳ୍ପ ସମ୍ପର୍କରେ ତଥ୍ୟ ମାଗିଲାନି ରାଜ୍ୟ ସରକାର। ଓଡିଶା ସରକାର କେଲୋ ପ୍ରକଳ୍ପ ସମ୍ପର୍କରେ ଆଗୁଆ ଅବଗତ ଥିଲେ ନା ପ୍ରକଳ୍ପ କଥା ଉଠାଇଛନ୍ତି କିନ୍ତୁ ଜାଣିଶୁଣି ଏହାକୁ ବିବରଣୀରୁ ବାଦ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos