ଆସନ୍ତାକାଲି ସୁଦ୍ଧା ସମସ୍ତ ନୋଡାଲ୍ ସେଣ୍ଟରରେ ପହଞ୍ଚିଯିବ ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର

କଟକ: ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ନୋଡାଲ୍ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଇବା କାମ ଆରମ୍ଭ ହୋଇସାରିଛି। ପ୍ରଥମ ତିନିଦିନ ପରୀକ୍ଷା ପାଇଁ ଏହି ପ୍ରଶ୍ନପତ୍ର ପଠାଯାଇଛି। ଆସନ୍ତାକାଲି ସୁଦ୍ଧା ରାଜ୍ୟର ସମସ୍ତ ନୋଡାଲ୍ ସେଣ୍ଟରରେ ଏହି ପ୍ରଶ୍ନପତ୍ର ପହଞ୍ଚିବ ବୋଲି ବୋର୍ଡ ସଭାପତି ଦକ୍ଷପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି। ବୋର୍ଡ ସଭାପତି କହିଛନ୍ତି, ଫେବ୍ରୁଆରୀ ୨୨ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଛି। ଏହା ଆସନ୍ତା ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ […]

borad

borad

Rakesh Mallick
  • Published: Monday, 15 February 2016
  • Updated: 16 February 2016, 01:59 AM IST

Sports

Latest News

dashyaprasadକଟକ: ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ନୋଡାଲ୍ ସେଣ୍ଟରକୁ ପ୍ରଶ୍ନପତ୍ର ପଠାଇବା କାମ ଆରମ୍ଭ ହୋଇସାରିଛି। ପ୍ରଥମ ତିନିଦିନ ପରୀକ୍ଷା ପାଇଁ ଏହି ପ୍ରଶ୍ନପତ୍ର ପଠାଯାଇଛି। ଆସନ୍ତାକାଲି ସୁଦ୍ଧା ରାଜ୍ୟର ସମସ୍ତ ନୋଡାଲ୍ ସେଣ୍ଟରରେ ଏହି ପ୍ରଶ୍ନପତ୍ର ପହଞ୍ଚିବ ବୋଲି ବୋର୍ଡ ସଭାପତି ଦକ୍ଷପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି।

ବୋର୍ଡ ସଭାପତି କହିଛନ୍ତି, ଫେବ୍ରୁଆରୀ ୨୨ରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଛି। ଏହା ଆସନ୍ତା ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ପ୍ରଥମ ତିନି ଦିନର ପ୍ରଶ୍ନ ପତ୍ର ପଠାଇବା କାମ ଗତ ୧୦ ତାରିଖରୁ ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ସୁଦ୍ଧା ରାଜ୍ୟର ସମସ୍ତ ନୋଡାଲ୍ ସେଣ୍ଟରଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚି ଯିବ। ଏହା ପରେ ଫେବ୍ରୁଆରୀ ୧୭ ତାରିଖରୁ ବାକି ତିନି ଦିନର ପ୍ରଶ୍ନପତ୍ର ପଠାଇବା କାମ ଆରମ୍ଭ କରାଯିବ।

ସେ କହିଛନ୍ତି ଯେ ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ୍ ପରୀକ୍ଷାର୍ଥୀମାନଙ୍କୁ ଅନ୍‌ଲାଇନ୍‌ରେ ଆଡ୍‌ମିଟ୍‌କାର୍ଡ ଯୋଗାଇ ଦିଆଯାଇଛି। ଅଧିକାଂଶ ଛାତ୍ରଛାତ୍ରୀ ସେମାନଙ୍କ ଆଡ୍‌ମିଟ୍ କାର୍ଡ ଡାଉନ୍‌ଲୋଡ୍ କରିସାରିଛନ୍ତି। ତେବେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ରେ ଆଡ୍‌ମିଟ୍‌ କାର୍ଡ ପ୍ରଦାନ ବ୍ୟବସ୍ଥା ହୋଇଥିବାରୁ ସମସ୍ୟା ଆଶଙ୍କାରେ ଅଫ୍‌ଲାଇନ୍ ଆଡ୍‌ମିଟ୍‌କାର୍ଡ ବ୍ୟବସ୍ଥା ମଧ୍ୟ ହୋଇଛି। ଅଫ୍‌ଲାଇନ୍‌ରେ ଆଡ୍‌ମିଟ୍‌କାର୍ଡଗୁଡ଼ିକର ହାର୍ଡ କପି ପରୀକ୍ଷାକେନ୍ଦ୍ରଗୁଡ଼ିକୁ ପଠାଇ ଦିଆଯାଇଛି। ମାଟ୍ରିକ୍ ପରୀକ୍ଷାର୍ଥୀମାନେ ସେମାନଙ୍କ ସ୍କୁଲ୍‌ର ପ୍ରଧାନଶିକ୍ଷକଙ୍କ ସହାୟତାରେ ଉକ୍ତ ଆଡ୍‌ମିଟ୍‌କାର୍ଡଗୁଡ଼ିକୁ ପାଇ ପାରିବେ।

ନୋଡାଲ୍ ସେଣ୍ଟର୍‌ଗୁଡ଼ିକରେ ପ୍ରଶ୍ନପତ୍ର ରଖାଯାଉଥିବା ଯୋଗୁଁ ସେଗୁଡ଼ିକରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମାଟ୍ରିକ୍ ପରୀକ୍ଷା ପାଇଁ ଚଳିତ ଥର ରାଜ୍ୟରେ ୩୦୫ଟି ନୋଡାଲ୍ ସେଣ୍ଟର କରାଯାଇଛି। ସେଥିମଧ୍ୟରେ ୨୨ଟି ପୋଲିସ୍ ଥାନାକୁ ସାମିଲ କରାଯାଇଛି। ମାଓଅଧ୍ୟୁଷିତ ଜିଲ୍ଲାରେ ଏହି ୨୨ଟି ପୋଲିସ୍‌ ଥାନାକୁ ନୋଡାଲ୍ ସେଣ୍ଟର ଘୋଷଣା କରାଯାଇଛି। ଚଳିତ ବର୍ଷ ୬,୦୧,୩୪୮ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos