ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ ଗାଁକୁ ଯିବ କଂଗ୍ରେସ

ଭୁବନେଶ୍ୱର: ବିମୁଦ୍ରାକରଣକୁ ପଞ୍ଚାୟତ ନିର୍ବାଚନରେ ପ୍ରସଙ୍ଗ କରିବ କଂଗ୍ରେସ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଦ୍ୱାରା ଲୋକେ ହନ୍ତସନ୍ତ ହେଉଥିବାର ଅଭିଯୋଗ ନେଇ ଦଳ ଗାଁ ଗାଁକୁ ଯିବ। ଏଆଇସିସି ନିର୍ଦ୍ଦେଶ ଅନୁସାରେ ଆଜି ଜିଲ୍ଲା ସଭାପତି ଓ ରାଜ୍ୟ ପଦାଧିକାରୀଙ୍କ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଆଇସିସି ନିଯୁକ୍ତି ଦେଇଥିବା ୧୧ ଜଣ ସଂଯୋଜକ ତୃଣମୂଳ ସ୍ତରର କର୍ମୀଙ୍କୁ ନେଇ ମୋଦିଙ୍କ ବିମୁଦ୍ରାକରଣ ବିରୋଧରେ ଗାଁକୁ ଯିବେ। ପ୍ରତି ୩ଟି ସାଂଗଠନିକ ଜିଲ୍ଲା […]

prasad-harichandan

prasad-harichandan

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 11:12 PM IST

ଭୁବନେଶ୍ୱର: ବିମୁଦ୍ରାକରଣକୁ ପଞ୍ଚାୟତ ନିର୍ବାଚନରେ ପ୍ରସଙ୍ଗ କରିବ କଂଗ୍ରେସ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଦ୍ୱାରା ଲୋକେ ହନ୍ତସନ୍ତ ହେଉଥିବାର ଅଭିଯୋଗ ନେଇ ଦଳ ଗାଁ ଗାଁକୁ ଯିବ। ଏଆଇସିସି ନିର୍ଦ୍ଦେଶ ଅନୁସାରେ ଆଜି ଜିଲ୍ଲା ସଭାପତି ଓ ରାଜ୍ୟ ପଦାଧିକାରୀଙ୍କ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏଆଇସିସି ନିଯୁକ୍ତି ଦେଇଥିବା ୧୧ ଜଣ ସଂଯୋଜକ ତୃଣମୂଳ ସ୍ତରର କର୍ମୀଙ୍କୁ ନେଇ ମୋଦିଙ୍କ ବିମୁଦ୍ରାକରଣ ବିରୋଧରେ ଗାଁକୁ ଯିବେ। ପ୍ରତି ୩ଟି ସାଂଗଠନିକ ଜିଲ୍ଲା ଦାୟିତ୍ୱରେ ଜଣେ ସଂଯୋଜକ ରହିବେ। ଏହାବାଦ ୯ ତାରିଖରେ ମହିଳା କଂଗ୍ରେସ ଭିନ୍ନ ଢଙ୍ଗରେ ଏହି ପ୍ରସଙ୍ଗରେ ଶୋଭାଯାତ୍ରା କରିବ। ୧୧ ତାରିଖରେ ସର୍ବଭାରତୀୟ ସ୍ତରରେ ଦିଲ୍ଲୀରେ ହେଉଥିବା ବିକ୍ଷୋଭରେ ଓଡ଼ିଶାର ନେତାମାନେ ମଧ୍ୟ ଯୋଗଦେବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ବୈଠକ ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ମୋଦି ସରକାରଙ୍କ ଜନ ବିରୋଧୀ ନୋଟ୍‌ବନ୍ଦୀକୁ ନବୀନ ବାବୁଙ୍କ ବିଜେଡି ସରକାର ସମର୍ଥନ କରୁଛନ୍ତି। ଏହି ନୋଟ୍‌ବନ୍ଦୀ ପାଇଁ ସାଧାରଣ ଲୋକେ କଲବଲ ହେଉଛନ୍ତି। ଆମର ଏହି ଆନ୍ଦୋଳନ ଉଭୟ ବିଜେଡି ଓ ବିଜେପି ବିରୋଧରେ।”

କଂଗ୍ରେସର ଏପରି ଅଭିଯୋଗକୁ ନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ଲୋକେ ଅନୁଭବ କରୁଛନ୍ତି କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଆଗାମୀ ଦିନରେ ଭଲ ହେବ। କେଉଁଠି ବି ସାଧାରଣ ଲୋକଙ୍କ ପ୍ରତିକ୍ରିୟା ନାହିଁ। ଓଡ଼ିଶାବାସୀ କ’ଣ ଚାହିଁଛନ୍ତି ଏ କଥା ବୁଝିବାରେ କଂଗ୍ରେସ ବିଫଳ ହୋଇଛି। ତେଣୁ ଏପରି ଆନ୍ଦୋଳନର ଡାକରା ଦେଇଛି।”

ବୈଠକକୁ ଆସିଲେନି ହରିପ୍ରସାଦ ଏବଂ ନରସିଂହ

କଂଗ୍ରେସର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଭାରୀ ବି.କେ.  ହାପ୍ରସାଦ ଏବଂ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଦେଖିବାକୁ ମିଳି ନ ଥିଲା। ସହ ପ୍ରଭାରୀ ଶୁଭଙ୍କର ସରକାର ବୈଠକରେ ଯୋଗଦେଇଥିଲେ ମଧ୍ୟ ଛାତ୍ର କଂଗ୍ରେସର ବିରୋଧ ଭୟରେ ହରିପ୍ରସାଦ ଆସି ନ ଥିବା କୁହାଯାଉଛି।

ବିମୁଦ୍ରାକରଣ ପ୍ରସଙ୍ଗରେ ଏଆଇସିସି ରାଜ୍ୟ ନେତାଙ୍କୁ ନେଇ ଗଠନ କରିଥିବା ସଂଯୋଜକ ତାଲିକାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନାଁ ଥିଲେ ମଧ୍ୟ ସେ ବୈଠକକୁ ଆସି ନ ଥିଲେ। ୩୩ଟି ସାଂଗଠନିକ ଜିଲ୍ଲାରୁ ୧୯ ଜଣ ଜିଲ୍ଲା ସଭାପତି ବୈଠକକୁ ଆସିଥିଲେ।

ପିସିସି କୋଷାଧ୍ୟକ୍ଷ ମହମ୍ମଦ ମୁକିମ କହିଛନ୍ତି,“ପ୍ରଭାରୀ ଓଡ଼ିଶାରେ କଂଗ୍ରେସ ନେତାଙ୍କୁ ଏକତ୍ରିତ କରିବାକୁ ସବୁ ବେଳେ ଚେଷ୍ଟା କରୁଛନ୍ତି। ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟକ୍ରମ ହେଉଛି। ଏହି କମିଟିରେ ବିରୋଧୀ ଦଳ ନେତା ନାହାନ୍ତି। ବିରୋଧୀ ଦଳ ନେତା ପିଇସି କମିଟିରେ ଅଛନ୍ତି, ସେ ପିଇସି କମିଟିରେ ଯୋଗଦାନ କରିବେ। ଆଜି ବିରୋଧୀ ଦଳ ନେତାଙ୍କର ବଲାଙ୍ଗିରରେ କାର୍ଯ୍ୟକ୍ରମ ଥିବାରୁ ସେ ବୈଠକରେ ଯୋଗଦେଇ ପାରିନାହାନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos