ନଭେମ୍ବର ୧୯ରେ ସୋହେଲାରେ ବିଜେଡି କରିବ ଚାଷୀ ସମାବେଶ

ଭୁବନେଶ୍ୱର: କଂଗ୍ରେସର ପଦଯାତ୍ରା ଓ ବିଜେପିର ସତ୍ୟାଗ୍ରହ ପରେ ଚାଷୀ ରାଜନୀତିରେ ପାଦ ଥାପିଛି ବିଜେଡି। ନଭେମ୍ବର ୧୯ରେ ବରଗଡ଼ ସୋହେଲାରେ ବିଜେଡି କରିବ ଚାଷୀ ସମାବେଶ। ଏନେଇ ଶୁକ୍ରବାର ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇଛି। ସମାବେଶ ମାଧ୍ୟମରେ ଚାଷୀଙ୍କ ଆତ୍ମବିଶ୍ୱାସ ବଢ଼ାଯିବ। ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ୟାକେଜ୍ ସଂପର୍କରେ ଚାଷୀଙ୍କୁ ଅବଗତ କରାଯିବ। ମରୁଡ଼ି ମୁକାବିଲା ନେଇ ସରକାରୀ ଯୋଜନାର ସଫଳର ରୂପାୟନ ନେଇ ମଧ୍ୟ ଚାଷୀଙ୍କୁ ସମାବେଶରେ ସୂଚନା ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ […]

bijd

bijd

Rakesh Mallick
  • Published: Friday, 13 November 2015
  • Updated: 13 November 2015, 03:00 PM IST

Sports

Latest News

ଭୁବନେଶ୍ୱର: କଂଗ୍ରେସର ପଦଯାତ୍ରା ଓ ବିଜେପିର ସତ୍ୟାଗ୍ରହ ପରେ ଚାଷୀ ରାଜନୀତିରେ ପାଦ ଥାପିଛି ବିଜେଡି। ନଭେମ୍ବର ୧୯ରେ ବରଗଡ଼ ସୋହେଲାରେ ବିଜେଡି କରିବ ଚାଷୀ ସମାବେଶ। ଏନେଇ ଶୁକ୍ରବାର ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇଛି। ସମାବେଶ ମାଧ୍ୟମରେ ଚାଷୀଙ୍କ ଆତ୍ମବିଶ୍ୱାସ ବଢ଼ାଯିବ। ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ୟାକେଜ୍ ସଂପର୍କରେ ଚାଷୀଙ୍କୁ ଅବଗତ କରାଯିବ। ମରୁଡ଼ି ମୁକାବିଲା ନେଇ ସରକାରୀ ଯୋଜନାର ସଫଳର ରୂପାୟନ ନେଇ ମଧ୍ୟ ଚାଷୀଙ୍କୁ ସମାବେଶରେ ସୂଚନା ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଯୋଗ ଦେବେ। ଆଜି ଭୁବନେଶ୍ୱରରେ ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏ ନେଇ ଆଲୋଚନା ହୋଇଥିଲା। ଏଥିରେ ପଶ୍ଚିମ ଓଡ଼ିଶାର ସମସ୍ତ ବିଜେଡି ବିଧାୟକ ଓ ମନ୍ତ୍ରୀମାନେ ଉପସ୍ଥିତ ଥିଲେ।

ବୈଠକ ପରେ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ଚାଷୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବାର ଆବଶ୍ୟକତା ରହିଛି। ସୋହେଲା ସମାବେଶ ମାଧ୍ୟମରେ ଚାଷୀଙ୍କ  ଆତ୍ମବିଶ୍ୱାସ ବୃଦ୍ଧି କରାଯିବ। ଚାଷୀ ଆତ୍ମହତ୍ୟା କଥା କହୁଥିବା ଲୋକେ ଚାଷୀଙ୍କ ଶତ୍ରୁ। ବିରୋଧୀ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ସୋହେଲା ସମାବେଶରେ ସୂର୍ଯ୍ୟନାରାୟଣ ପାତ୍ର କୋ-ଅର୍ଡିନେଟର ରହିବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଜେଡିର ଏହି ସମାବେଶନ ଯୋଜନାକୁ ସମାଲୋଚନା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। ଉଭୟ ଦଳ କହିଛନ୍ତି ଯେ ସମାବେଶ କରନ୍ତୁ, କିଛି ଅସୁବିଧା ନାହିଁ। କିନ୍ତୁ ଚାଷୀମାନଙ୍କ ସମସ୍ୟାର ସମାଧାନ ଲାଗି କି ପଦକ୍ଷେପ ନେଇଛନ୍ତି ତାହା କୁହନ୍ତୁ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, କଂଗ୍ରେସର କୃଷି ସମାବେଶ ଦେଖି ବିଜେଡି ଡରି ଯାଇଛି। ତେଣୁ ଏବେ ସମାବେଶ କରିବାକୁ ଯୋଜନା କରିଛି।  ସମାବେଶ କରିବା ପାଇଁ କାହାରିକୁ ମନା ନାହିଁ। କିନ୍ତୁ ସେଠାରେ ମୁଖ୍ୟମନ୍ତ୍ରୀ କି ଉତ୍ତର ଦେବେ? ମାଗଣାରେ ବିଜୁଳି ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କିନ୍ତୁ ତାହା ହୋଇପାରି ନାହିଁ। ୧ ପ୍ରତିଶତ ସୁଧରେ କୃଷି ଋଣ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ବି କଲେ ନାହିଁ। ଚାଷୀ ଆତ୍ମହତ୍ୟା କରୁଛନ୍ତି କି? ଯଦି ଚାଷୀମାନେ ଆତ୍ମହତ୍ୟା କରିଛନ୍ତି, ତା’ହେଲେ ତାହା ଫସଲହାନି ଓ ଋଣବୋଝ ଯୋଗୁଁ କି ନୁହେଁ? ସେହିପରି ତାଙ୍କର ସାଂସଦମାନେ ଓ ରାଜସ୍ୱ ମନ୍ତ୍ରୀ ଚାଷୀ ଆତ୍ମହତ୍ୟା ନେଇ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସଠିକ୍ କି? ସମାବେଶରେ ଯଦି ମୁଖ୍ୟମନ୍ତ୍ରୀ ଏସବୁର ଉତ୍ତର ରଖିବେ, ତା’ହେଲେ ସେ ଧନ୍ୟବାଦର ପାତ୍ର ହେବେ।

ସେହିପରି ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ୧୦୦ ଟପି ଗଲାଣି। ଚାଷୀକୂଳ ପୂରା ହତାଶ ହୋଇଯାଇଛି। ସେମାନଙ୍କର ସାହାଭରସା ବୋଲି କିଛି ନାହିଁ। ସରକାରଙ୍କ ଉପରେ ସେମାନଙ୍କର ଭରସା ନାହିଁ। ସରକାର ମାନିବାକୁ ରାଜି ନୁହନ୍ତି ଯେ ରାଜ୍ୟରେ ଚାଷୀମାନେ ଫସଲହାନି ଓ ଋଣବୋଝ ଯୋଗୁଁ ଆତ୍ମହତ୍ୟା କରୁଛନ୍ତି। ଏମିତି କୌଣସି ରାଜ୍ୟରେ ହୋଇନାହିଁ। ଏଥିରୁ ଜଣାପଡୁଛି ଯେ ଏ ସରକାରଙ୍କ ଗର୍ବ ଓ ଅହଂକାର କେତେ। ସରକାରଙ୍କ ଏହି ଆଭିମୁଖ୍ୟକୁ ରାଜ୍ୟବାସୀ ବିରୋଧ କଲେଣି।

ବରିଷ୍ଠ ବିଜେପି ନେତା ସୁରେଶ ପୂଜାରି କହିଛନ୍ତି, ବିରୋଧୀ ଦଳ ଲୋକଙ୍କ ମଧ୍ୟରେ କୌଣସି ବିଭେଦ ସୃଷ୍ଟି କରୁ ନାହିଁ। ସତ କଥା ପଦାକୁ ଆସିଗଲାଣି। କେବଳ ବିରୋଧୀ ନୁହନ୍ତି, ବିଭିନ୍ନ ଚାଷୀ ସଂଗଠନ ଓ ଗଣମଧ୍ୟମ ମଧ୍ୟ ଏହି କଥା ଉଠାଉଛନ୍ତି । ସମାବେଶ କରନ୍ତୁ ଭଲ କଥା, ହେଲେ ଏଥିରେ ଚାଷୀଙ୍କ ସମସ୍ୟାର ସମାଧାନ ଲାଗି ସରକାର କି ପଦକ୍ଷେପ ନେଇଛନ୍ତି ଓ ନେବାକୁ ଯାଉଛନ୍ତି ତାହା ଜଣାନ୍ତୁ ବୋଲି ସେ କହିଛନ୍ତି। ଖାଲି ସମାବେଶ କରିଦେଲେ ହେବ ନାହିଁ। ଚାଷୀ ମୃତ୍ୟୁ ରୋକନ୍ତୁ, ମୃତ କ୍ଷ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରନ୍ତୁ ବୋଲି ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story