ନଭେମ୍ବର ୨୫ରେ ବିଧାନସଭା ଘେରିବ ବିଜେପି

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୫ ତାରିଖରେ ଘେରାଉ କରିବ ବିଜେପି। ରାଜ୍ୟ ସରକାରଙ୍କ ଅପକର୍ମ, ଅପାରଗତା ଓ ସ୍ଥାଣୁତାକୁ ବିରୋଧ କରି ଦଳ ଏହି ଘେରାଉ କରିବାକୁ ଆଜି ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥିର କରିଛି। ଏଥିରେ ୫ ଲକ୍ଷ ଜନସାଧାରଣ ସାମିଲ ହେବେ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି। ସେ କହିଛନ୍ତି,“ଆଗାମୀ ଦିନରେ ରାଜ୍ୟର ୬୮୦୦ ପଞ୍ଚାୟତରେ କାନ୍ଥଲେଖା ମାଧ୍ୟମରେ ଜନଜାଗରଣ ସୃଷ୍ଟି କରାଯିବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ରାଜ୍ୟ ସରକାରଙ୍କ […]

bjp

bjp

Rakesh Mallick
  • Published: Tuesday, 04 October 2016
  • Updated: 05 October 2016, 07:49 AM IST

Sports

Latest News

bjpଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୫ ତାରିଖରେ ଘେରାଉ କରିବ ବିଜେପି। ରାଜ୍ୟ ସରକାରଙ୍କ ଅପକର୍ମ, ଅପାରଗତା ଓ ସ୍ଥାଣୁତାକୁ ବିରୋଧ କରି ଦଳ ଏହି ଘେରାଉ କରିବାକୁ ଆଜି ରାଜ୍ୟ କାର୍ଯ୍ୟକାରିଣୀରେ ସ୍ଥିର କରିଛି। ଏଥିରେ ୫ ଲକ୍ଷ ଜନସାଧାରଣ ସାମିଲ ହେବେ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି।

ସେ କହିଛନ୍ତି,“ଆଗାମୀ ଦିନରେ ରାଜ୍ୟର ୬୮୦୦ ପଞ୍ଚାୟତରେ କାନ୍ଥଲେଖା ମାଧ୍ୟମରେ ଜନଜାଗରଣ ସୃଷ୍ଟି କରାଯିବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ରାଜ୍ୟ ସରକାରଙ୍କ ଅପାରଗତା ଏହି କାନ୍ଥଲେଖାରେ ସ୍ଥାନ ପାଇବ। ବିଭିନ୍ନ ପଞ୍ଚାୟତରେ ଆରୋପପତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ବିଜେଡି ସରକାରର ସ୍ଥାଣୁତା ଯୋଗୁଁ ବିଭିନ୍ନ ପଞ୍ଚାୟତରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସେଥିପାଇଁ ପ୍ରତି ପଞ୍ଚାୟତରେ ଆରୋପପତ୍ର ପ୍ରସ୍ତୁତ କରାଯାଇ ଜନତାଙ୍କ ପାଖରେ ଉପସ୍ଥାପନ କରାଯିବ। ପଞ୍ଚାୟତ ଘେରାଉ କାର୍ଯ୍ୟକ୍ରମ ଜାରି ରହିବ। ଘରକୁ ଘର ଯାଇ ଦଳୀୟ କର୍ମକର୍ତ୍ତା ଲିପଲେଟ୍‌, ପୋଷ୍ଟର ମାଧ୍ୟମରେ ଲୋକଙ୍କୁ ସରକାରଙ୍କ ଅପାରଗତା ବିଷୟରେ ଅବଗତ କରିବେ।”

ସେ ଆହୁରି କହିଛନ୍ତି,“ଦଳ ପକ୍ଷରୁ ଚାଲିଥିବା ଆନ୍ଦୋଳନ, ଜନ ସମାବେଶ ଓ ପର୍ଦ୍ଦାଫାସ ସମାବେଶ ଜାରି ରହିବ। ବାକି ଥିବା ୧୮ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୫ରୁ ୨୫ ତାରିଖ ମଧ୍ୟରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି।”

ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି,“କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ମିଛ ପଦାରେ ପଡିଛି। ୨୦୦୯ ଓ ୨୦୧୪ରେ ବିକାଶ କାର୍ଯ୍ୟକ୍ରମକୁ ନେଇ ବିଜେଡି ନିର୍ବାଚନ ଜିତିଛି ବୋଲି କହୁଥିବା ମିଛ ପଦାରେ ପଡିଛି। ପ୍ରକୃତ କଥା ହେଲା ବିରୋଧୀ ଦଳ କଂଗ୍ରେସ ତା’ର କାର୍ଯ୍ୟ ଠିକ୍‌ ଭାବେ କରିନାହିଁ। କଂଗ୍ରେସର ରାଜନୈତିକ ବିଫଳତା ବିଜେଡିକୁ ସଫଳତା ଦେଇଛି। ୟୁପିଏ ସରକାର ସମୟରେ କେନ୍ଦ୍ରୀୟ ଯୋଜନାକୁ ବିଜେଡି ନିଜ ଯୋଜନା ଭାବେ ରାଜ୍ୟରେ ପ୍ରତିପାଦିତ କରିଥିଲା ଓ କଂଗ୍ରେସ ନିରବ ଦ୍ରଷ୍ଟା ସାଜିଥିଲା। ଏବେ କେନ୍ଦ୍ରରେ ଏନ୍‌ଡିଏ ସରକାର ଅଛି। ରାଜ୍ୟରେ ଯେଉଁ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହେଉଛି ତାକୁ ଆମ ଦଳର କର୍ମକର୍ତ୍ତା ମାନେ ଜଗିଲେ। ଫଳରେ ବିଜେଡି ସରକାର କେନ୍ଦ୍ରୀୟ ଯୋଜନାକୁ ଆଉ କପି ପେଷ୍ଟ କରିପାରୁ ନାହିଁ। ତେଣୁ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରତି ଆକ୍ରମଣ କରୁଛି। ପ୍ରଧାନମନ୍ତ୍ରୀ ହୁଅନ୍ତୁ ଅବା କେନ୍ଦ୍ରର ଅନ୍ୟ କୌଣସି ମନ୍ତ୍ରୀ ଯେତେବେଳେ ରାଜ୍ୟକୁ ଗସ୍ତରେ ଆସିଛନ୍ତି ବିଜେଡି ଗୁଣ୍ଡାଗିରି କରିଛି।”

କାର୍ଯ୍ୟକାରିଣୀରେ ରାଜ୍ୟ ସଭାପତି ପଣ୍ଡାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ ଓ ଅନ୍ୟମାନେ ଯୋଗଦେଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos