ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ମରୁଡ଼ି ସ୍ଥିତି ଆକଳନ କଲା କେନ୍ଦ୍ରୀୟ ଟିମ୍

ନୂଆପଡ଼ା/ବରଗଡ଼: ମୁରୁଡ଼ି ସ୍ଥିତିର ଅନୁଧ୍ୟାନ ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ଗୁରୁବାର ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ୨ଟି ଟିମରେ ବିଭକ୍ତ ହୋଇ ଏହି ପ୍ରତିନିଧି ଦଳ ପ୍ରଭାବିତ ଚାଷ ଜମି ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କରିଛନ୍ତି। ବରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ୫ ଜଣିଆ ଟିମ୍  ପଦ୍ମପୁର, ଗାଇସିଲେଟ୍, ବିଜେପୁର ଓ ସୋହେଲା ବ୍ଲକର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସାଙ୍ଗରେ […]

central-team

central-team

Rakesh Mallick
  • Published: Thursday, 03 December 2015
  • Updated: 03 December 2015, 01:56 PM IST

Sports

Latest News

ନୂଆପଡ଼ା/ବରଗଡ଼: ମୁରୁଡ଼ି ସ୍ଥିତିର ଅନୁଧ୍ୟାନ ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ଗୁରୁବାର ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ୨ଟି ଟିମରେ ବିଭକ୍ତ ହୋଇ ଏହି ପ୍ରତିନିଧି ଦଳ ପ୍ରଭାବିତ ଚାଷ ଜମି ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଆଲୋଚନା କରିଛନ୍ତି।

ବରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ୫ ଜଣିଆ ଟିମ୍  ପଦ୍ମପୁର, ଗାଇସିଲେଟ୍, ବିଜେପୁର ଓ ସୋହେଲା ବ୍ଲକର ବିଭିନ୍ନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସାଙ୍ଗରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ କୃଷି ବିଭାଗର ଅଧିକାରୀ ବି ରହି ଥିଲେ। ଏହି କେନ୍ଦ୍ରୀୟ ପ୍ରତିନିଧି ଦଳର ସଦସ୍ୟ ଆର.ପି କାଉଲ କହିଛନ୍ତି ଯେ ଏବେ କିଛି କହି ହେବ ନାହିଁ। ସେମାନେ ବିଭିନ୍ନ ସ୍ଥାନ ବୁଲିଛନ୍ତି। ଆସନ୍ତାକାଲି ବି ବୁଲିବେ।

କେନ୍ଦ୍ରୀୟ ଟିମର ଆଉ ଏକ ୫ ଜଣିଆ ପ୍ରତିନିଧି ଦଳ ନୂଆପଡ଼ା ଜିଲ୍ଲାର ନୂଆପଡ଼ା ଓ କୋମନା ବ୍ଲକର ବିଭିନ୍ନ ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ସହ ସ୍ଥିତି ସଂପର୍କରେ ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

କେନ୍ଦ୍ରରୁ ଆସିଥିବା ୧୦ ଜଣିଆ ପ୍ରତିନିଧି ଦଳ ଦୁଇ ଭାଗରେ ବିଭକ୍ତ ହୋଇ ବିଭିନ୍ନ ମରୁଡ଼ି ଅଞ୍ଚଳ ଅନୁଧ୍ୟାନ କରୁଛନ୍ତି। ଏହି ଦୁଇ ଟିମ୍ ଆସନ୍ତାକାଲି ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ୫ ତାରିଖରେ ଟିମ୍ ସଚିବାଳୟରେ ରାଜ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।  ଗତ ୨୩ ତାରିଖରେ ଅନ୍ତରୀଣ ରିପୋର୍ଟ ଆଧାରରେ ରାଜ୍ୟ ସରକାର ୨୫ଟି ମରୁଡିଗ୍ରସ୍ତ ଜିଲ୍ଲା ପାଇଁ କେନ୍ଦ୍ର ନିକଟରେ ୧୬ଶହ ୮୭ କୋଟି ଟଙ୍କାର ଦାବି ଉପସ୍ଥାପନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos