ନୂଆପଡ଼ାରୁ ଆରମ୍ଭ ହେଲା କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନ ଜାଗରଣ ପଦଯାତ୍ରା

ନୂଆପଡା: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନ ଜାଗରଣ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଘୁଚାଗୁଡ଼ାରୁ ଯୁଗେନପଦର ଗାଁ ଯାଏଁ ଦଳୀୟ କର୍ମୀ ଓ ନେତାମାନେ ପଦଯାତ୍ରା କରିଥିଲେ। ପଦଯାତ୍ରା ପରେ ଯୁଗେନପଦର ଗାଁରେ ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଚାଷୀ ଆତ୍ମହତ୍ୟା ଓ ମରୁଡ଼ି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିଲେ। ସେ କହିଥିଲେ, ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏକର ପ୍ରତି ୨୦ ହଜାର ଟଙ୍କା ପ୍ରଦାନ […]

con-5

con-5

Rakesh Mallick
  • Published: Friday, 30 October 2015
  • Updated: 30 October 2015, 02:00 PM IST

Sports

Latest News

ନୂଆପଡା: କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ଜନ ଜାଗରଣ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଘୁଚାଗୁଡ଼ାରୁ ଯୁଗେନପଦର ଗାଁ ଯାଏଁ ଦଳୀୟ କର୍ମୀ ଓ ନେତାମାନେ ପଦଯାତ୍ରା କରିଥିଲେ। ପଦଯାତ୍ରା ପରେ ଯୁଗେନପଦର ଗାଁରେ ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଚାଷୀ ଆତ୍ମହତ୍ୟା ଓ ମରୁଡ଼ି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଥିଲେ। ସେ କହିଥିଲେ, ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏକର ପ୍ରତି ୨୦ ହଜାର ଟଙ୍କା ପ୍ରଦାନ କରାଯାଉ। ସେହିପରି ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଉ। ଏଥିସହିତ ଚାଷୀଙ୍କୁ ୩ଶହ ଟଙ୍କାର ବୋନସ୍ ଦିଆଯାଉ ବୋଲି ସେ ଦାବି କରିଥିଲେ।

ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସହିତ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଓଡ଼ିଶା କଂଗ୍ରେସ ପ୍ରଭାରୀ ବିକେ ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାର, ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ, ଭକ୍ତ ଚରଣ ଦାସଙ୍କ ସମେତ ଅନ୍ୟାନ୍ୟ ନେତା ଓ କର୍ମୀମାନେ ଆଜିର ପଦଯାତ୍ରାରେ ସାମିଲ ହୋଇଥିଲେ।

ଜନ ଜାଗରଣ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିବା ପୂର୍ବରୁ ଜିଲ୍ଲାର ବରପଦର ଗାଁର ମୃତଚାଷୀ ଭୁବନେଶ୍ୱର ବେହେରାଙ୍କ ପରିବାରକୁ ଦଳୀୟ ନେତା ଓ କର୍ମୀମାନେ ଭେଟି ସେମାନଙ୍କ ସୁବିଧା ଅସୁ‍ବିଧା ବିଷୟରେ ପଚାରି ବୁଝିଥିଲେ। ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାର ନରସିଂଗୁଡ଼ାରେ ଜାଗରଣ ଯାତ୍ରା ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ଅକ୍ଟୋବର ୧୪ ତାରିଖରେ ଅନୁଗୋଳ ଜିଲ୍ଲା ଧୋକୁଟାରୁ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ଜନ ଜାଗରଣ ଯାତ୍ରା ଆରମ୍ଭ କରିଥିଲା। ଅକ୍ଟୋବର ୧୫ ତାରିଖରେ ଢେଙ୍କାନାଳରେ ପଦଯାତ୍ରା କରାଯାଇଥିଲା। ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କଂଗ୍ରେସ ଏହି ପଦଯାତ୍ରା କରୁଛି। ମୋଟ ୧୦ଟି ପର୍ଯ୍ୟାୟରେ ସାରା ରାଜ୍ୟରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story