କ୍ୟାମେରା ଲାଗିଛି, ଯନ୍ତା ବସିଛି, ତଥାପି ଶୋଇବା ଘରୁ ଝାମ୍ପିନେଲା ବାଘ

ନୂଆପଡ଼ା: ଅନ୍ଧାର ରାତିର ସୁଯୋଗ ନେଇ ପୁଣି ମାତିଲା କଲରାପତରିଆ ବାଘ। ଶୂନ୍‌ଶାନ୍‌ ରାତିରେ ଶୋଇଥିଲେ ଆଈ ଓ ନାତୁଣୀ। ଏହି ସମୟରେ ମଣିଷ ଖିଆ କଲରାପତରିଆ ବାଘଟି ସେମାନଙ୍କୁ ଝାମ୍ପି ନେବାକୁ ଉଦ୍ୟମ କରିଥିଲା। ମାତ୍ର ଆଈ ଓ ନାତୁଣୀଙ୍କ ଚିତ୍କାର ଶୁଣି ଗାଁ ଲୋକେ ଉଠିପଡ଼ିବାରୁ ବାଘଟି ପଳାଇ ଯାଇଥିଲା। ଏହି ଘଟଣା ପରେ ଗାଁ ଲୋକଙ୍କ ଆଖିର ନିଦ ହଜି ଯାଇଛି। ଭୟଭୀତ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ଆଜି ରାତି କେମିତି […]

tiger

tiger

Rakesh Mallick
  • Published: Monday, 10 July 2017
  • Updated: 10 July 2017, 08:06 PM IST

Sports

Latest News

ନୂଆପଡ଼ା: ଅନ୍ଧାର ରାତିର ସୁଯୋଗ ନେଇ ପୁଣି ମାତିଲା କଲରାପତରିଆ ବାଘ। ଶୂନ୍‌ଶାନ୍‌ ରାତିରେ ଶୋଇଥିଲେ ଆଈ ଓ ନାତୁଣୀ। ଏହି ସମୟରେ ମଣିଷ ଖିଆ କଲରାପତରିଆ ବାଘଟି ସେମାନଙ୍କୁ ଝାମ୍ପି ନେବାକୁ ଉଦ୍ୟମ କରିଥିଲା। ମାତ୍ର ଆଈ ଓ ନାତୁଣୀଙ୍କ ଚିତ୍କାର ଶୁଣି ଗାଁ ଲୋକେ ଉଠିପଡ଼ିବାରୁ ବାଘଟି ପଳାଇ ଯାଇଥିଲା। ଏହି ଘଟଣା ପରେ ଗାଁ ଲୋକଙ୍କ ଆଖିର ନିଦ ହଜି ଯାଇଛି। ଭୟଭୀତ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ଆଜି ରାତି କେମିତି କଟିବ ସେହି ଚିନ୍ତାରେ ଅଛନ୍ତି। ଏପରି ଲୋମହର୍ଷଣକାରୀ ଘଟଣା ନୂଆପଡ଼ା ଜିଲ୍ଲା ହଳଦୀ ଗାଁରେ ଘଟିଛି। ଏହା ପୂର୍ବରୁ ମଧ୍ୟ ଜଣେ ନାବାଳକକୁ ବାଘ ଝାମ୍ପି ନେଇଥିଲା।

ଗତକାଲି ରାତିରେ ହଳଦୀ ଗାଁର ଧନବାଲି ଓ ତାଙ୍କ ନାତୁଣୀ ଚାନ୍ଦିନୀ କବାଟ ଖୋଲା କରି ଖଟରେ ଶୋଇଥିଲେ। ରାତି ପ୍ରାୟ ୧ ହେବ, ଚାରିଆଡେ ଅନ୍ଧକାର। ଗାଁରେ ବନ ବିଭାଗ ପାଟ୍ରୋଲିଂ କରୁଛନ୍ତି। ବିଭିନ୍ନ ଜାଗାରେ ସିସିଟିଭି ଓ ଜନ୍ତା ବସିଛି। ଏହା ଭିତରେ ମାଂସ ଲୋଭି କଲରାପତରିଆ ବାଘ ସମସ୍ତଙ୍କୁ ଚକ୍‌ମା ଦେଇ ଘରେ ପଶି ଧନବାଲି ଓ ଚାନ୍ଦିନୀଙ୍କୁ ପାଦକୁ ଆମ୍ପୁଡ଼ି ଦେଇଥିଲା। ତେବେ ହଠାତ ସେମାନଙ୍କ ନିଦ ଭାଙ୍ଗି ଯାଇଥିଲା। ବାଘକୁ ଦେଖି ଚିତ୍କାର କରିବାରୁ ପରିବାର ଅନ୍ୟ ଲୋକ ଓ ପଡୋଶୀ ଉଠି ପଡ଼ିଥିଲେ। ହାତରେ ଠେଙ୍ଗା ବାଡ଼ି ଧରି ବାଘକୁ ଗୋଡାଇଥିଲେ। ବାଘଟି ଅନ୍ଧାର ରାତିର ସୁଯୋଗ ନେଇ ଅନାୟସରେ ଜଙ୍ଗଲକୁ ଚାଲି ଯାଇଥିଲା। ପରେ ଗାଁ ଲୋକେ ଆଈ ଓ ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ବନ ବିଭାଗ ନୂଆପଡ଼ା ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରିଥିଲେ।

ଗତ ମେ ୨୬ ତାରିଖ ରାତିରେ ସେହି ଗାଁରେ ମାଆ କୋଳରେ ଶୋଇଥିବା ୪ ବର୍ଷର ଶିଶୁ ଛଗନକୁ ଝାମ୍ପି ନେଇଥିଲା ବାଘ। ଦିନକ ପରେ ନିକଟବର୍ତ୍ତୀ ପାହାଡାରୁ ମିଳିଥିଲା ଶିଶୁର ଅସ୍ତିକଙ୍କାଳ। ଘଟଣାସ୍ଥଳରୁ ମିଳିଥିବା ଲୋମ ଓ ନଖର ପରୀକ୍ଷା ପରେ ଏହା ବାଘର କାରନାମା ବୋଲି ବନ ବିଭାଗ କହିଥିଲା। ଏହା ପରେ ବନ ବିଭାଗ ଲଗାଇଥିବା କ୍ୟାମେରାରେ ବାଘର ଛବି ବି କଏଦ୍ ହୋଇଥିଲା। ତେବେ ଏଯାଏଁ ବାଘକୁ କାବୁ କରିବାରେ ବନ ବିଭାଗ ଫେଲ ମାରିଛି।

ଖରିଆର ରୋଡ଼୍‌ ଡେପୁଟି ରେଞ୍ଜର ଦେବଦତ୍ତ ସୂତାର କହିଛନ୍ତି-“ବାଘକୁ ଧରିବା ପାଇଁ ଗାଁରେ କ୍ୟାମେରା ଲଗାଯାଇଛି, ଜନ୍ତା ଓ ନେଟ୍‌ ବସିଛି। ଗାଁରେ ବନ ବିଭାଗ ପାଟ୍ରୋଲିଂ କରୁଛନ୍ତି। ଏହା ସତ୍ତ୍ୱେ ବାଘକୁ ଧରା ପଡ଼ୁନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos