କୁନି ପୁଅକୁ ଖାଇଗଲା ବାଘ; ଗାଁରେ ପଡ଼ିଛି ତାଟି କବାଟ

ନୂଆପଡ଼ା: ନୂଆପଡ଼ା ସଦର ବ୍ଲକ ହଳଦୀ ଗାଁରେ ବାଘ ଆତଙ୍କ। ଗତ ୨୬ ତାରିଖ ରାତିରେ ୪ ବର୍ଷର ଶିଶୁକୁ ମାଆ କୋଳରୁ ଝାମ୍ପି ନେଇ ବାଘ ଖାଇଦେବା ପରେ ଲୋକଙ୍କ ଆଖିରୁ ନିଦ ହଜି ଯାଇଛି। ସଂଧ୍ୟା ନ ହେଉଣୁ ଗାଁରେ ପଡିଯାଉଛି ତାଟିକବାଟ। ଘରୁ ବାହାରିବାକୁ ନିରାପଦ ମଣୁ ନାହାନ୍ତି। ପିଲାଙ୍କୁ ଏକୁଟିଆ ନ ଛାଡିବା, ସଂଧ୍ୟା ପରେ ଘରୁ ନ ବାହାରିବା ଓ ପଦାରେ ନ ଶୋଇବା ଲାଗି ବନ ବିଭାଗ ଡାକବାଜି […]

tiger-1-1-1

tiger-1-1-1

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 10:37 PM IST

Sports

Latest News

ନୂଆପଡ଼ା: ନୂଆପଡ଼ା ସଦର ବ୍ଲକ ହଳଦୀ ଗାଁରେ ବାଘ ଆତଙ୍କ। ଗତ ୨୬ ତାରିଖ ରାତିରେ ୪ ବର୍ଷର ଶିଶୁକୁ ମାଆ କୋଳରୁ ଝାମ୍ପି ନେଇ ବାଘ ଖାଇଦେବା ପରେ ଲୋକଙ୍କ ଆଖିରୁ ନିଦ ହଜି ଯାଇଛି। ସଂଧ୍ୟା ନ ହେଉଣୁ ଗାଁରେ ପଡିଯାଉଛି ତାଟିକବାଟ। ଘରୁ ବାହାରିବାକୁ ନିରାପଦ ମଣୁ ନାହାନ୍ତି।

ପିଲାଙ୍କୁ ଏକୁଟିଆ ନ ଛାଡିବା, ସଂଧ୍ୟା ପରେ ଘରୁ ନ ବାହାରିବା ଓ ପଦାରେ ନ ଶୋଇବା ଲାଗି ବନ ବିଭାଗ ଡାକବାଜି ଯନ୍ତ୍ରରେ ମାଧ୍ୟମରେ ପ୍ରଚାର କରୁଛି। ବାଘର ସମ୍ଭାବ୍ୟ ଉପସ୍ଥିତିକୁ ନେଇ ଗାଁ ଲୋକଙ୍କୁ ସତର୍କ କରାଯାଉଛି। ଏହାଛଡ଼ା ଲୋକଙ୍କୁ ସଚେତନ କରିବା ପାଇଁ ପୋଷ୍ଟର ମଧ୍ୟ ମାରାଯାଉଛି।

ବନବିଭାଗ ଗତ ୨୬ ତାରିଖ ରାତିରେ ମାଅ କୋଳରୁ ୪ ବର୍ଷର ପୁଅକୁ ବାଘ ଝାମ୍ପି ନେବା ପରେ ଗାଁ ବାଲାଙ୍କୁ ଘାରିଛି ମଣିଷ ଖିଆର ଭୟ। ଲୋକେ ଦଳ ଦଳ ହୋଇ ଯାଆସ କରୁଛନ୍ତି। ଏକାଠି ବସୁଛନ୍ତି। ସଞ୍ଜ ନଇଁବା କ୍ଷଣି ଚାଟି କବାଟ ପକାଇ ଘରେ ରହୁଛନ୍ତି। ପ୍ରବଳ ଗରମ ସତ୍ତ୍ୱେ ଘର ଭିତରେ ଶୋଇବାକୁ ବାଧ୍ୟ ହେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos