ନୂଆପଡ଼ାରେ ଜୀବନ ହାରିଲେ ଆଉ ଜଣେ ଚାଷୀ

ନୂଆପଡ଼ା: ରାଜ୍ୟ ସରକାର ମରୁଡ଼ି ସହାୟତା ଘୋଷଣା କରି ସାରିଥିଲେ ସୁଦ୍ଧା ଫସଲହାନି ଓ ଋଣଗ୍ରସ୍ତ ଚାଷୀମାନଙ୍କ ଆତ୍ମହତ୍ୟା ଘଟଣାରେ ରୋକ ଲାଗି ପାରିନି। ଆଜି ପୁଣି ଏକ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କୁଲିଆଗନ୍ଧାର ଗାଁର ଚାଷୀ ଗେନ୍ଦରାମ ମାଝୀ ଆତ୍ମହତ୍ୟା କରିଛନ୍ତି। ସେ କୀଟନାଶକ ଔଷଧ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗେନ୍ଦରାମଙ୍କ ପରିବାର […]

death

death

Rakesh Mallick
  • Published: Saturday, 17 October 2015
  • Updated: 17 October 2015, 01:05 PM IST

Sports

Latest News

ନୂଆପଡ଼ା: ରାଜ୍ୟ ସରକାର ମରୁଡ଼ି ସହାୟତା ଘୋଷଣା କରି ସାରିଥିଲେ ସୁଦ୍ଧା ଫସଲହାନି ଓ ଋଣଗ୍ରସ୍ତ ଚାଷୀମାନଙ୍କ ଆତ୍ମହତ୍ୟା ଘଟଣାରେ ରୋକ ଲାଗି ପାରିନି। ଆଜି ପୁଣି ଏକ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କୁଲିଆଗନ୍ଧାର ଗାଁର ଚାଷୀ ଗେନ୍ଦରାମ ମାଝୀ ଆତ୍ମହତ୍ୟା କରିଛନ୍ତି। ସେ କୀଟନାଶକ ଔଷଧ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଗେନ୍ଦରାମଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ପ୍ରାୟ ସାଢେ ୫ ଏକର ଜମିରେ ଧାନ ଫସଲ କରିଥିଲେ। ଚାଷ ପାଇଁ ସେ ଏକ ସମବାୟ ବ୍ୟାଙ୍କରୁ ୨୫ ହଜାର ଟଙ୍କା ଋଣ ଆଣିଥିଲେ। ଏହାସହ ୨୫ ହଜାର ଟଙ୍କା ହାତ ଉଧାରି ଆଣିଥିଲେ। ପୁଣି ଫସଲ ଉଜୁଡ଼ି ଯାଇଥିବା ଯୋଗୁଁ  ଦାଦନ  ଖଟି ଯିବାକୁ ବି ସେ ତୟାର ହୋଇଯାଇଥିଲେ। ଏଥିପାଇଁ ସେ ଅଗ୍ରୀମ ୨୫ ହଜାର ଟଙ୍କା ଆଣିଥିଲେ। କିନ୍ତୁ ଆଜି ସେ କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି।

ଅନ୍ୟପକ୍ଷରେ ନୂଆପଡ଼ା ଜିଲ୍ଲାପାଳ କହିଛନ୍ତି ଯେ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଷୀ ଜଣଙ୍କ ପ୍ରକୃତରେ ଫସଲହାନି ଯୋଗୁଁ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କିଛି କାରଣ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ତାହାର ତଦନ୍ତ କରାଯିବ। ତଦନ୍ତ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଟିଟିଲାଗଡ ଜମପଡା ଗାଁର ପୀତ ନାଗ ଅକ୍ଟୋବାର ୧୪ରେ ଫସଲହାନି ଓ ଋଣ ବୋଝ ଚିନ୍ତାରେ ଚାଷ ଜମିରେ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସେହିପରି ବୋଡେନ୍ ଥାନା ଅନ୍ତର୍ଗତ ଖିରମାଲ ଗାଁର ଧରମୁଧର ଅଦା ଅକ୍ଟୋବର ୧୩ ତାରିଖରେ ବିଲରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। କପା ଫସଲ ନଷ୍ଟ ହୋଇଯିବା ଯୋଗୁଁ ମାନସିକ ଦୁଃଶ୍ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ବରଗଡ ଜିଲ୍ଲା ଭଟଲୀ ବ୍ଲକ୍ ଅନ୍ତର୍ଗତ ଟୁକୁଲା ଗାଁର ମଗଶୀର ମାଝୀ ମଧ୍ୟ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅକ୍ଟୋବର ୧୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ ବ୍ରଜସୁନ୍ଦରପୁର ଗାଁରେ ଅଭିମନ୍ୟୁ ବଳିୟାର ସିଂହ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ। ଚାଷ ପାଇଁ ଋଣଗ୍ରସ୍ତ ହୋଇ ସେ ଜୀବନ ହାରି ଥିଲେ ବୋଲି ଅଭିଯୋଗ ହୋଇଥିଲା। ୧୦ ତାରିଖରେ ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ ଝରଝରି ଗାଁରେ ସନାତନ ମିର୍ଦ୍ଧା ନାମକ ଜଣେ ଚାଷୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ୯ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଅନ୍ତର୍ଗତ ଘୁଚେପାଲି ଦନ୍ଦ୍ରାବାହାଲ ଗାଁର ଭକ୍ତ ଧରୁଆ ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos