ଅକ୍ଟୋବରରେ ଭାଗଚାଷୀଙ୍କ ପାଇଁ ଆସିବ ନୂଆ ଆଇନ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ ଆସିବ ନୂଆ ଭାଗଚାଷୀ ଆଇନ। ଏ ସଂପର୍କିତ ଏକ ବିଲ୍ ଆସନ୍ତା ମୌସୁମୀ ଅଧିବେଶନରେ ବିଧାନସଭାରେ ଆଗତ କରାଯିବ ବୋଲି ଆଜି ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଆଜି ପର୍ଯ୍ୟନ୍ତ ଭାଗଚାଷୀମାନେ ଉପେକ୍ଷିତ ହୋଇଆସିଛନ୍ତି। ଯେତେବେଳେ ବି କୌଣସି ପ୍ରାକୃତିକ ଦୁର୍ବିପାକ ଆସିଛି ସେତେବେଳେ ଭାଗଚାଷୀମାନେ କ୍ଷତି ସହିଛନ୍ତି, କିନ୍ତୁ ରିଲିଫ୍, ଇନ୍‌ପୁଟ୍ ସବ୍‌ସିଡି ଓ ବୀମା ଅର୍ଥ ଜମିର ମାଲିକମାନେ ନେଇ ଯାଆନ୍ତି। ତେଣୁ ଭାଗଚାଷୀଙ୍କ […]

bijayashree

bijayashree

Rakesh Mallick
  • Published: Saturday, 18 June 2016
  • Updated: 18 June 2016, 06:19 PM IST

Sports

Latest News

bijayashreeଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରେ ଆସିବ ନୂଆ ଭାଗଚାଷୀ ଆଇନ। ଏ ସଂପର୍କିତ ଏକ ବିଲ୍ ଆସନ୍ତା ମୌସୁମୀ ଅଧିବେଶନରେ ବିଧାନସଭାରେ ଆଗତ କରାଯିବ ବୋଲି ଆଜି ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଆଜି ପର୍ଯ୍ୟନ୍ତ ଭାଗଚାଷୀମାନେ ଉପେକ୍ଷିତ ହୋଇଆସିଛନ୍ତି। ଯେତେବେଳେ ବି କୌଣସି ପ୍ରାକୃତିକ ଦୁର୍ବିପାକ ଆସିଛି ସେତେବେଳେ ଭାଗଚାଷୀମାନେ କ୍ଷତି ସହିଛନ୍ତି, କିନ୍ତୁ ରିଲିଫ୍, ଇନ୍‌ପୁଟ୍ ସବ୍‌ସିଡି ଓ ବୀମା ଅର୍ଥ ଜମିର ମାଲିକମାନେ ନେଇ ଯାଆନ୍ତି। ତେଣୁ ଭାଗଚାଷୀଙ୍କ ପାଇଁ ଆମେ ଏକ ସ୍ୱତନ୍ତ୍ର ଆଇନ ଆଣିବୁ। ଏହି ଆଇନ ବଳରେ ଯିଏ ଜମିରେ ଚାଷ କରିଥିବ ସେ ରିଲିଫ୍, ଇନ୍‌ପୁଟ୍ ସବ୍‌ସିଡି, ଋଣ ରିହାତି ଓ ବୀମା ରାଶି ପାଇବ।”

ବିଜୟଶ୍ରୀ କହିଛନ୍ତି,“ଭାଗଚାଷୀଙ୍କ ପାଇଁ ଏହି ନୂଆ ଆଇନ ଆଣିବା ପୂର୍ବରୁ ଆମେ ଏଥିନେଇ ଲୋକମାନଙ୍କ ମତାମତ ଲୋଡିଛୁ। ଏଥିପାଇଁ ୩୦ ପ୍ରତିଶତ ତହସିଲକୁ ଏକ ଫର୍ମାଟ୍ ଯୋଗାଇ ଦେଇଛୁ ଯେଉଁଥିରେ ସେମାନେ ୨୫ ଜଣ ଜମି ମାଲିକ ଓ ୨୫ ଜଣ ଭାଗଚାଷୀଙ୍କ ମତାମତକୁ ସେଥିରେ ଉଲ୍ଲେଖ କରି ଆମକୁ ଦେବେ। ଆଜି ପର୍ଯ୍ୟନ୍ତ ଆମେ ୨୦ଟି ଜିଲ୍ଲାରୁ ମତାମତ ପାଇସାରିଛୁ। ଆଉ ୧୦ଟି ଜିଲ୍ଲାରୁ ରିପୋର୍ଟକୁ ଆମେ ଅପେକ୍ଷା କରିଛୁ। ବର୍ତ୍ତମାନ ସୁଦ୍ଧା ଆସିଥିବା ରିପୋର୍ଟ ଉତ୍ସାହଜନକ ରହିଛି। ତେଣୁ ଏହା ଏକ ଭଲ ଆଇନ ହେବ ବୋଲି ଆଶା କରାଯାଉଛି। ଏଥିରେ ଉଭୟ ଜମି ମାଲିକ ଓ ଭାଗଚାଷୀ ଉପକୃତ ହେବେ। କୌଣସି ସ୍ଥିତିରେ ଜମି ମାଲିକଙ୍କ ମାଲିକାନା ଯିବ ନାହିଁ ଓ ତା’ ସହିତ ଦୁର୍ଯୋଗ ସମୟରେ ଭାଗଚାଷୀ ବି ଉପକୃତ ହେବେ।”

ରାଜସ୍ୱ ମନ୍ତ୍ରୀ କହିଛନ୍ତି,“ଅକ୍ଟୋବର ସୁଦ୍ଧା ଆମେ ଏ ଆଇନ ପ୍ରଣୟନ କରିବା ପାଇଁ ଚେଷ୍ଟା କରୁଛୁ। ଏନେଇ ମୌସୁମୀ ଅଧିବେଶନରେ ଏକ ବିଲ୍ ବିଧାନସଭାରେ ଆଗତ କରାଯିବ। ଯଦି କୌଣସି କାରଣରୁ ଆମେ ଅକ୍ଟୋବର ମାସରେ ଏହାକୁ କାର୍ଯ୍ୟକାରୀ କରିପାରିବୁ ନାହିଁ, ତା’ହେଲେ ଡିସେମ୍ବର ମାସରେ ଏହାକୁ ନିଶ୍ଚିତ ଭାବେ କାର୍ଯ୍ୟକାରୀ କରିବୁ।”

ସେ ଆହୁରି କହିଛନ୍ତି,“ବର୍ତ୍ତମାନ ସୁଦ୍ଧା ରାଜ୍ୟର ୫୭,୦୦୦ ଭୂମିହୀନଙ୍କୁ ଜମି ଦିଆସରିଛି। ଅଗଷ୍ଟ ମାସ ସୁଦ୍ଧା ରାଜ୍ୟର ଲକ୍ଷେ ଭୂମିହୀନ ଲୋକଙ୍କୁ ଜମି ଯୋଗାଇ ଦେବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଏନେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି। ଏହାକୁ ପୂରା କରିବାକୁ ଜିଲ୍ଲାପାଳମାନଙ୍କ ସହଯୋଗ ଲୋଡ଼ା ଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos