ଓଡ଼ିଆ ଭାଷାକୁ ନେଇ ଆଜି ବି ବିଧାନସଭା ଅଚଳ

ଭୁବନେଶ୍ୱର: ଓଡ଼ିଆକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବା ଦାବିରେ ଆଜି ବି ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ପରଲୋକାଗତ ପୂର୍ବତନ ବିଧାୟକ ବିଶ୍ୱନାଥ ନାଏକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଆଜି ପ୍ରଶ୍ନକାଳ ଆରମ୍ଭ ହୋଇଥିଲା। ତେବେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ହୋହାଲ୍ଲା ଆରମ୍ଭ କରି ଦେଇଥିଲେ। ଓଡ଼ିଆ ଭାଷାର ଅବକ୍ଷୟ ନେଇ କଂଗ୍ରେସ […]

assembly-dissrupt

assembly-dissrupt

Rakesh Mallick
  • Published: Friday, 29 April 2016
  • Updated: 29 April 2016, 11:19 AM IST

Sports

Latest News

assembly-dissruptଭୁବନେଶ୍ୱର: ଓଡ଼ିଆକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବା ଦାବିରେ ଆଜି ବି ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକମାନେ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ପରଲୋକାଗତ ପୂର୍ବତନ ବିଧାୟକ ବିଶ୍ୱନାଥ ନାଏକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଆଜି ପ୍ରଶ୍ନକାଳ ଆରମ୍ଭ ହୋଇଥିଲା। ତେବେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ହୋହାଲ୍ଲା ଆରମ୍ଭ କରି ଦେଇଥିଲେ। ଓଡ଼ିଆ ଭାଷାର ଅବକ୍ଷୟ ନେଇ କଂଗ୍ରେସ ଏକ ମୁଲତବି ପ୍ରସ୍ତାବ ଆଣିଥିଲା। ଏହାର ଶୀର୍ଷକ ଥିଲା “ଓଡ଼ିଆ ଭାଷାର ଅବକ୍ଷୟ ଉଦ୍‌ବେଗଜନକ”। ତେବେ ବାଚସ୍ପତି ଏହି ନୋଟିସ୍‌କୁ ଗ୍ରହଣ କରି ନ ଥିଲେ। ତେଣୁ ଦଳୀୟ ବିଧାୟକମାନେ ହୋହାଲ୍ଲା କରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ବିଜେପି ବିଧାୟକମାନେ ମଧ୍ୟ ସେମାନଙ୍କୁ ସମର୍ଥନ କରିଥିଲେ। ଅଚଳାବସ୍ଥା ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଗତକାଲି ମଧ୍ୟ ବିରୋଧୀ ଦଳଗୁଡ଼ିକ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ କାର୍ଯ୍ୟକାରୀ କରିବା ଦାବିରେ ବିଧାନସଭାକୁ ଅଚଳ କରି ଦେଇଥିଲେ।

କଂଗ୍ରେସ ବିଧାୟକ ନବ ଦାସ କହିଛନ୍ତି,“ଓଡ଼ିଆ ଭାଷାରେ ସରକାରୀ ଫାଇଲପତ୍ର କାମ କରିବା ନେଇ ଏ ସରକାରଙ୍କର ଆନ୍ତରିକତା ନାହିଁ। ତେଣୁ ବାଚସ୍ପତି ଆମେ ଦେଇଥିବା ମୁଲତବି ପ୍ରସ୍ତାବକୁ ଗ୍ରହଣ କଲେ ନାହିଁ।”

ବିଜେଡି ବିଧାୟକ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି,“କଂଗ୍ରେସ ଦିଗହାରା ହୋଇଯାଇଛି। କେଉଁ ପ୍ରସଙ୍ଗ ଉଠାଇବ ସେ ନେଇ କିଛି ନିର୍ଣ୍ଣୟ ନେଇ ପାରୁ ନାହିଁ। ବିଜେଡି ଶାସନକାଳ ମଧ୍ୟରେ ଓଡ଼ିଆକୁ ସାଂସ୍କୃତିକ ଭାଷାର ମାନ୍ୟତା ମିଳିଛି। କଂଗ୍ରେସ ଏତେ ବର୍ଷ ଧରି ଶାସନ କରିଛି କିନ୍ତୁ ଓଡ଼ିଆ ଭାଷାର ଉନ୍ନତି ପାଇଁ କ’ଣ କରିଛି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos