ବିଧାୟକ ସୁବଳ, ସୁର ଓ ସହିଦ ଲକ୍ଷ୍ମୀକାନ୍ତଙ୍କୁ ବିଧାନସଭାରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ।  ଆଜି ପ୍ରଥମ ଦିବସରେ ବିଭିନ୍ନ ଦିବଂଗତ ନେତା ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି। ଗୃହ ଆରମ୍ଭ ହେବା ମାତ୍ରକେ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ସମ୍ମାନାର୍ଥେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବିରୋଧୀ ଦଳ ନେତାଙ୍କ ସମେତ ଦଳମତ ନିର୍ବିଶେଷରେ ଗୃହର ସଦସ୍ୟମାନେ ସୁବଳ ସାହୁଙ୍କ ସ୍ମୃତିଚାରଣ କରିଥିଲେ। ସେହିପରି ପୂର୍ବତନ ବିଧାୟକ ସୁର ସେଠୀ […]

Rakesh Mallick
  • Published: Thursday, 07 September 2017
  • Updated: 07 September 2017, 01:19 PM IST

Sports

Latest News

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ।  ଆଜି ପ୍ରଥମ ଦିବସରେ ବିଭିନ୍ନ ଦିବଂଗତ ନେତା ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି। ଗୃହ ଆରମ୍ଭ ହେବା ମାତ୍ରକେ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ସମ୍ମାନାର୍ଥେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବିରୋଧୀ ଦଳ ନେତାଙ୍କ ସମେତ ଦଳମତ ନିର୍ବିଶେଷରେ ଗୃହର ସଦସ୍ୟମାନେ ସୁବଳ ସାହୁଙ୍କ ସ୍ମୃତିଚାରଣ କରିଥିଲେ। ସେହିପରି ପୂର୍ବତନ ବିଧାୟକ ସୁର ସେଠୀ ଓ ସହିଦ କନଷ୍ଟେବଳ ଲକ୍ଷ୍ମୀକାନ୍ତ ଜାନି ଉପରେ ମଧ୍ୟ ଶୋକ ପ୍ରସ୍ତାବ ଅଣାଯାଇଥିଲା। ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖିଥିଲେ ବାଚସ୍ପତି।

ବିଧାନସଭାର ଏହି ଅଧିବେଶନ ୧୬ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୮ଟି କାର୍ଯ୍ୟ ଦିବସ ଅଛି। ଏହି ସମୟ ଭିତରେ ୯ଟି ବିଲ୍ ପାସ୍ କରିବାକୁ ସରକାର ଯୋଜନା କରିଛନ୍ତି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos