‘ବିଧାନସଭାରେ ଭୁଲ ତଥ୍ୟ ଦିଆଯାଏ’

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନର ଉତ୍ତରରେ ବହୁତ ସମୟରେ ଭୁଲ ତଥ୍ୟ ଦିଆଯାଇଥାଏ। ଏହାର ପ୍ରମାଣ ଅତୀତରେ ଦେଖିବାକୁ ମିଳୁଥିଲା। ଏବେ ମଧ୍ୟ ଦେଖିବାକୁ ମିଳୁଛି ବୋଲି ଆଜି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ବ୍ୟାରେଜ୍‌ ନିର୍ମାଣ କଲେ ୨୫ ବର୍ଷ ଭିତରେ ଜଳ କମିନି ବୋଲି ୨୦୧୦ରେ ବିଧାନସଭାରେ ଜଳ ସମ୍ପଦ ବିଭାଗ ଉତ୍ତର ଦେଇଥିଲା। ତେବେ ଗତକାଲିର ରିପୋର୍ଟ ଅନୁଯାୟୀ ବ୍ୟାରେଜ୍‌ ନିର୍ମାଣ ହେଲେ ଜଳ କମୁଛି […]

ptata-dev

ptata-dev

Rakesh Mallick
  • Published: Tuesday, 22 November 2016
  • Updated: 22 November 2016, 06:49 PM IST

Sports

Latest News

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନର ଉତ୍ତରରେ ବହୁତ ସମୟରେ ଭୁଲ ତଥ୍ୟ ଦିଆଯାଇଥାଏ। ଏହାର ପ୍ରମାଣ ଅତୀତରେ ଦେଖିବାକୁ ମିଳୁଥିଲା। ଏବେ ମଧ୍ୟ ଦେଖିବାକୁ ମିଳୁଛି ବୋଲି ଆଜି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ।

ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ବ୍ୟାରେଜ୍‌ ନିର୍ମାଣ କଲେ ୨୫ ବର୍ଷ ଭିତରେ ଜଳ କମିନି ବୋଲି ୨୦୧୦ରେ ବିଧାନସଭାରେ ଜଳ ସମ୍ପଦ ବିଭାଗ ଉତ୍ତର ଦେଇଥିଲା। ତେବେ ଗତକାଲିର ରିପୋର୍ଟ ଅନୁଯାୟୀ ବ୍ୟାରେଜ୍‌ ନିର୍ମାଣ ହେଲେ ଜଳ କମୁଛି ବୋଲି ଉଲ୍ଲେଖ ରହିଛି। ଏହି ଦୁଇ ରିପୋର୍ଟ ମଧ୍ୟରେ ପାର୍ଥକ୍ୟ କ’ଣ ପାଇଁ ବୋଲି ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତରରେ ପ୍ରତାପ ଏହା କହିଛନ୍ତି।

ତେବେ ପ୍ରତାପଙ୍କ ଏପରି ମନ୍ତବ୍ୟ ଉପରେ ସରକାରୀ ଦଳ ଜବାବ ରଖିଛି। ସରକାରୀ ଦଳ ମୁଖ୍ୟ ସଚେତନ ଅନନ୍ତ ଦାସ କହିଛନ୍ତି,“ବିଧାନସଭାରେ ଭୁଲ ତଥ୍ୟ ଦିଆଯାଇ ନ ଥାଏ। କେତେବେଳେ କ’ଣ କ୍ଲରିକାଲ୍‌ ଭୁଲ ହୋଇଥାଏ। ଯେତେବେଳେ ଯେତିକି ତଥ୍ୟ ଥାଏ ସେହି ଆଧାରରେ ଉତ୍ତର ଦିଆଯାଏ। ଏହାକୁ ଭୁଲ ତଥ୍ୟ ବୋଲି କୁହାଯିବ ନାହିଁ। ଠିକ୍ ସମୟରେ ଠିକ ତଥ୍ୟା ଅଭାବ ଥାଏ ବୋଲି କୁହାଯିବ।”

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ଗଣତନ୍ତ୍ର ପ୍ରତି ଏହା ଅପମାନ ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣା।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଉତ୍ତର ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜଣେ ମିଥ୍ୟାବାଦୀ ବୋଲି ତାଙ୍କ ଦଳର ଜଣେ ନେତା ଆଜି ସ୍ୱୀକାର କରିଛନ୍ତି। ଜନତା ଜାଣିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ମିଥ୍ୟାବାଦୀ। ଯାହା ହେଉ ହନୁ ମଲା ବେଳେ ସତ କହିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story