ବିଧାନସଭାରେ ପଞ୍ଚାୟତ ନିର୍ବାଚନ ହିଂସା ତାତି

ଭୁବନେଶ୍ୱର: ବିଧାନସଭା ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନରେ ଆଜି ପଞ୍ଚାୟତ ନିର୍ବାଚନ ହିଂସା ତାତି ଦେଖିବାକୁ ମିଳିଥିଲା। ଏ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଦେଇଥିବା ମୁଲତବି ନୋଟିସ୍‌କୁ ବାଚସ୍ପତି ଅଗ୍ରାହ୍ୟ କରି ଦେଇଥିଲେ। ଫଳରେ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ।  ଶୂନ୍ୟକାଳରେ ପଞ୍ଚାୟତ ହିଂସା କଥା ଉଠାଇ ପରସ୍ପରକୁ ଆକ୍ରମଣ କରିଥିଲେ ଶାସକ ଓ ବିରୋଧୀ ବିଧାୟକ। ଅପରାହ୍ନରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ପରେ ସ୍ୱାଭାବିକ ହୋଇଥିଲା ଗୃହ କାର୍ଯ୍ୟ। ଆଜି ପ୍ରଶ୍ନକାଳ ଆରମ୍ଭରୁ ତାତି […]

assembly

assembly

Rakesh Mallick
  • Published: Thursday, 23 February 2017
  • Updated: 23 February 2017, 07:36 PM IST

Sports

Latest News

ଭୁବନେଶ୍ୱର: ବିଧାନସଭା ବଜେଟ୍‌ ଅଧିବେଶନର ଦ୍ୱିତୀୟ ଦିନରେ ଆଜି ପଞ୍ଚାୟତ ନିର୍ବାଚନ ହିଂସା ତାତି ଦେଖିବାକୁ ମିଳିଥିଲା। ଏ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ଦେଇଥିବା ମୁଲତବି ନୋଟିସ୍‌କୁ ବାଚସ୍ପତି ଅଗ୍ରାହ୍ୟ କରି ଦେଇଥିଲେ। ଫଳରେ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ।  ଶୂନ୍ୟକାଳରେ ପଞ୍ଚାୟତ ହିଂସା କଥା ଉଠାଇ ପରସ୍ପରକୁ ଆକ୍ରମଣ କରିଥିଲେ ଶାସକ ଓ ବିରୋଧୀ ବିଧାୟକ। ଅପରାହ୍ନରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ପରେ ସ୍ୱାଭାବିକ ହୋଇଥିଲା ଗୃହ କାର୍ଯ୍ୟ।

ଆଜି ପ୍ରଶ୍ନକାଳ ଆରମ୍ଭରୁ ତାତି ଥିଲେ ବିରୋଧୀ। ଆସନରେ ଠିଆ ହୋଇ ଗର୍ଜି ଥିଲେ। ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ବିରୋଧରେ ଦେଇଥିଲେ ସ୍ଲୋଗାନ୍। ପ୍ରଶ୍ନକାଳକୁ ବାତିଲ କରି ପଞ୍ଚାୟତ ନିର୍ବାଚନ ହିଂସା ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଅଡ଼ି ବସିଥିଲେ ସେମାନେ। ମୁଲତବି ନୋଟିସ୍ କାହିଁକି ଅଗ୍ରାହ୍ୟ ହେଲା ବୋଲି ଜାଣିବାକୁ ଚାହିଁଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ତେବେ ବାଚସ୍ପତି ପ୍ରଶ୍ନକାଳକୁ ଅନୁମତି ଦେବାରୁ ପ୍ରତିବାଦକୁ ଆହୁରି ଜୋରଦାର କରିଥିଲେ ବିରୋଧୀ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ଏହା ପରେ ଶୂନ୍ୟକାଳରେ ବି ଜାରି ରହିଥିଲା ପଞ୍ଚାୟତ ନିର୍ବାଚନ ହିଂସା ତାତି। ପ୍ରାୟ ଦେଢ଼ ଘଣ୍ଟା ଧରି ପରସ୍ପରକୁ ଟାର୍ଗେଟ୍ କରିଥିଲେ ବିରୋଧୀ ଓ ଶାସକ ବିଧାୟକ। ବିରୋଧୀ ଅଭିଯୋଗ କରିଥିଲେ ଯେ ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ହତ୍ୟାକାଣ୍ଡ ଘଟଣା ସଂପର୍କରେ କହିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ଛତିଶଗଡ଼ର ଅର୍ଥ ରାଜ୍ୟର ଭୋଟରଙ୍କୁ ପ୍ରଭାବିତ କରିବାକୁ ଲଗା ଯାଇଥିବା ଅଭିଯୋଗ ବି ଆଣିଥିଲେ ସେମାନେ। ପ୍ରଶାସନିକ ଅଧିକାରୀଙ୍କୁ ଲଗାଇ ସରକାର ଫଳାଫଳକୁ ପରିବର୍ତ୍ତନ କରିବାର ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ ବିରୋଧୀ। ବିଜେପି ବିଧାୟକ ଭୋଟ୍ ରିଗିଂ ଓ ବୁଥ୍ ଦଖଲର ଉଦାହରଣ ରଖିଥିଲେ। ବିଜେପିକୁ ହରାଇ ଉଭୟ ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ହୋଇଥିବା ଅଘୋଷିତ ମେଣ୍ଟ କଥା ଉଠାଇଥିଲେ। ଶାସକ ଦଳର ବିଧାୟକମାନେ ବି ନିର୍ବାଚନୀ ହିଂସାକୁ ନିନ୍ଦା କରିବା ସହ ବିଜେପି ଓ କଂଗ୍ରେସ ମଧ୍ୟରେ ଭିତିରି ବୁଝାମଣା ହୋଇଥିବା କଥା କହିଥିଲେ। ଶାସକ ଦଳର ୫ ବିଧାୟକ ନିର୍ବାଚନ ବେଳେ ବିଜେପିର ଅର୍ଥ କାରବାର ପ୍ରସଙ୍ଗ ବି ଉଠାଇ ଥିଲେ।

ଅପରାହ୍ନ ଅଧିବେଶନରେ ବି ପଞ୍ଚାୟତ ନିର୍ବାଚନ ହିଂସା ପ୍ରସଙ୍ଗ ଉଠିଥିଲା। ଏହା ପରେ ବାଚସ୍ପତି ଗୃହକୁ ମୁଲତବି ରଖି ସର୍ବଦଳୀୟ ବୈଠକ ଡକାଇଥିଲେ। ତା’ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଥିଲା।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos