କ୍ୟାବିନେଟ୍‌ରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର: ଆଜି ବସିଥିବା କ୍ୟାବିନେଟ୍‌ରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଆସିକା ଚିନି କଳକୁ ଅଧିକ ଋଣ ଯୋଗାଇଦେବା ପାଇଁ ସରକାର ଗ୍ୟାରେଣ୍ଟର ରହିବେ। ବିକ୍ରି କର ଓ ଭାଟ୍‌ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜରୀ ଦିଆଯାଇଛି। ସେହିପରି ଜଳସେଚନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବେଳେ ୭୫ ପ୍ରତିଶତ ବେସରକାରୀ ଜମି ଗଲେ ପୂରା ଗାଁକୁ କ୍ଷତିପୂରଣ ମିଳିବ ବୋଲି କ୍ୟାବିନେଟରେ ମଞ୍ଜୁରୀ ମିଳିଛି।