ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମୋବାଇଲ୍ ଟାଓ୍ୱାର ଓ କେବୁଲ ବିଛାଇବା ପାଇଁ ଆସିବ ନୂଆ ନୀତି। ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଣିକି କେଉଁଠି ମୋବାଇଲ ଟାୱାର କରାଯିବ ସେଥିପାଇଁ କେତେ ଫି’ ଦେବାକୁ ପଡ଼ିବ ତାହା ନିର୍ଦ୍ଧାରିତ ହୋଇଛି। ସ୍କୁଲ, ହସ୍ପିଟାଲଠାରୁ କେତେ ଦୂରରେ ଟାୱାର ରହିବ ତାହା ମଧ୍ୟ ନିର୍ଦ୍ଧାରିତ କରାଯାଇଛି।
ସେହିପରି ଆସନ୍ତା ଖରିଫ ଋତୁ ପାଇଁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟକୁ ମଞ୍ଜୁରୀ ମିଳିଛି। ୫୪.୨୭ ଲକ୍ଷ ଟନ୍ ଧାନ, ୩୬.୮ ଲକ୍ଷ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁକୁ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି। ଆଇଓସିଏଲ୍ ବିବାଦ ନେଇ ହୋଇଥିବା ସମାଧାନ ଚୁକ୍ତିକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।