ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବ ଅଦଳବଦଳ ! ୬ ମନ୍ତ୍ରୀଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା

ଭୁବନେଶ୍ୱର: ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇପାରେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିବା ପରେ ନବୀନ ଏପରି ସଙ୍କେତ ଦେବା ସହ କହିଛନ୍ତି,“ପଞ୍ଚାୟତ ଫଳାଫଳର ସମୀକ୍ଷା ଆରମ୍ଭ ହୋଇଛି। ଏନେଇ କ’ଣ କରାଯାଇ ପାରିବ ଦେଖୁଛି।” ନବୀନ ଏପରି ଇସାରା ଦେବା ପରେ ଏବେ କାହା ହାତରୁ କ୍ଷମତାର ଡୋର ଯିବ ଓ କାହାକୁ ମିଳିବ ଦାୟିତ୍ୱ ତାକୁ ନେଇ ଚର୍ଚ୍ଚା ଜୋର […]

bjd

bjd

Rakesh Mallick
  • Published: Friday, 17 March 2017
  • Updated: 17 March 2017, 08:11 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇପାରେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିବା ପରେ ନବୀନ ଏପରି ସଙ୍କେତ ଦେବା ସହ କହିଛନ୍ତି,“ପଞ୍ଚାୟତ ଫଳାଫଳର ସମୀକ୍ଷା ଆରମ୍ଭ ହୋଇଛି। ଏନେଇ କ’ଣ କରାଯାଇ ପାରିବ ଦେଖୁଛି।” ନବୀନ ଏପରି ଇସାରା ଦେବା ପରେ ଏବେ କାହା ହାତରୁ କ୍ଷମତାର ଡୋର ଯିବ ଓ କାହାକୁ ମିଳିବ ଦାୟିତ୍ୱ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ନବୀନ ମନ୍ତ୍ରିମଣ୍ଡଳର ୬ ଜଣ ମନ୍ତ୍ରୀଙ୍କୁ ମୁଣ୍ଡରେ ଏବେ ଖଣ୍ଡା ଝୁଲୁଥିବା ଚର୍ଚ୍ଚା ଜୋର ଧରିଛି।

ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ଲାଲବିହାରୀ ହିମିରିକା, ଯୋଗେନ୍ଦ୍ର ବେହେରା, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଗ୍ନିନି ଛୁରିଆ ଏବଂ ସୁଦାମ ମାରାଣ୍ଡି। ମନ୍ତ୍ରିମଣ୍ଡଳରୁ ଏହି ୬ ମନ୍ତ୍ରୀ ବିଦା ହୋଇ ପାରନ୍ତି।

ପଞ୍ଚାୟତ ନତର୍ବାଚନରେ ଯେଉଁ ନିର୍ବାଚନ ମଣ୍ଡଳୀରେ ଦଳ ଭଲ କରିନାହାନ୍ତି ସେମାନେ ମନ୍ତ୍ରିମଣ୍ଡଳରୁ ବିଦା ହୋଇପାରନ୍ତି। ସେହିଭଳି କିଛି ମନ୍ତ୍ରୀ ସାଧାରଣ ଜନତାଙ୍କ ରୋଷରେ ରହିଛନ୍ତି। ସେମାନେ ବି ବିଦା ହୋଇପାରନ୍ତି। ଏହାବାଦ ସରକାରଙ୍କୁ ଅଡୁଆରେ ପକାଇ ଥିବା କିଛି ବିବାଦୀୟ କ୍ଷମତାଶୀଳ ମନ୍ତ୍ରୀଙ୍କ ପଦ ବି ଯାଇପାରେ। ଏବେ ବିଧାନସଭା ଅଧିବେଶନ ଚାଲିଛି। ଏହା ସରିବା ପରେ ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରାଯିବା ନେଇ ଚର୍ଚ୍ଚା ହେଉଛି।

ନବୀନ ପ୍ରତି ୨ ବର୍ଷରେ ଥରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିଥାନ୍ତି। ହେଲେ ୨୦୧୪ ପରଠାରୁ ଆଉ ଅଦଳ ବଦଳ ହୋଇନାହିଁ। ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତେଣୁ ସଂଗଠନକୁ ମଜଭୁତ କରିବା ପାଇଁ ବାଚସ୍ପତିଙ୍କୁ ବଦଳାଇ ତାଙ୍କୁ ମନ୍ତ୍ରୀ କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହାବାଦ ସାଂଗଠନିକ ସ୍ତରରେ ମଧ୍ୟ ଅଦଳବଦଳ ହୋଇପାରେ।

ଶିଳ୍ପମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି,“କେଉଁ ଆଧାରରେ ସେ (ନବୀନ ପଟ୍ଟନାୟକ) ଅଦଳବଦଳ କରିବେ ତାଙ୍କୁ ଜଣା। ମୋତେ ଯେତେବେଳେ ଯେଉଁ ଦାୟିତ୍ୱ ଦିଆଯାଇଛି ତାକୁ ନିଷ୍ଠାର ସହ ଶେଷ କରିବାକୁ ଚେଷ୍ଟା କରିଛି।”

ବିଜେଡି ମୁଖପାତ୍ର ଦିବ୍ୟଶଙ୍କର ମିଶ୍ର କହିଛନ୍ତି,“ନିର୍ବାଚନ ଫାଳାଫଲ ଯେଉଁ ଅଞ୍ଚଳରେ ଠିକ୍‌ ଆସିନାହିଁ ତାକୁ ସମ୍ପୂର୍ଣ୍ଣ ରୂପେ ଦୋଷୀ କରି ଦଣ୍ଡିତ କରିବା ଠିକ୍‌ ହେବ ନାହିଁ ବୋଲି ମୁଁ ଭାବୁଛି। ମୁଖ୍ୟମନ୍ତ୍ରୀ ଯଦି ସଙ୍କେତ ଦେଇଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ତାଙ୍କର ନିଜସ୍ୱ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos