ଓଡ଼ିଶାରେ ଚିଟଫଣ୍ଡ୍ ଠକେଇ ଓ ଖଣି ଦୁର୍ନୀତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ୱର/ନୂଆଦିଲ୍ଲୀ:  ଓଡ଼ିଶାରେ ଚିଟଫଣ୍ଡ୍ ଠକେଇ ଓ ଖଣି ଦୁର୍ନୀତି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ଆଜି ନୂଆଦିଲ୍ଲୀରେ ଏକ ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଜୁଏଲଙ୍କ ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ସିବିଆଇ ନରେନ୍ଦ୍ର ମୋଦିଙ୍କ ଇସାରାରେ ଚାଲିଛି। ତାଙ୍କରି ହସ୍ତକ୍ଷେପ ଯୋଗୁଁ ଓଡ଼ିଶାରେ ଚିଟଫଣ୍ଡ ଠକେଇର ସିବିଆଇ ତଦନ୍ତ […]

congress

congress

Rakesh Mallick
  • Published: Sunday, 03 January 2016
  • Updated: 03 January 2016, 04:28 PM IST

Sports

Latest News

congressଭୁବନେଶ୍ୱର/ନୂଆଦିଲ୍ଲୀ:  ଓଡ଼ିଶାରେ ଚିଟଫଣ୍ଡ୍ ଠକେଇ ଓ ଖଣି ଦୁର୍ନୀତି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ। ଆଜି ନୂଆଦିଲ୍ଲୀରେ ଏକ ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଜୁଏଲଙ୍କ ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ସିବିଆଇ ନରେନ୍ଦ୍ର ମୋଦିଙ୍କ ଇସାରାରେ ଚାଲିଛି। ତାଙ୍କରି ହସ୍ତକ୍ଷେପ ଯୋଗୁଁ ଓଡ଼ିଶାରେ ଚିଟଫଣ୍ଡ ଠକେଇର ସିବିଆଇ ତଦନ୍ତ ବାଟବଣା ହୋଇଛି। ବିଜେଡି ନେତାଙ୍କୁ ସୁରକ୍ଷା ଦେବାକୁ ଏପରି କରାଯାଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଡିଲ୍ ହୋଇଛି।

ଏହା ସହିତ ଏ ଦୁଇ ନେତା ଦାବି କରିଛନ୍ତି ଯେ ଚିଟଫଣ୍ଡ ସ୍କାମରେ ସିବିଆଇ ତଦନ୍ତକୁ ସୁପ୍ରିମକୋର୍ଟ ମନିଟରିଂ କରନ୍ତୁ। ଖଣି ଦୁର୍ନୀତିରେ ମଧ୍ୟ ସିବିଆଇ ତଦନ୍ତ ହେଉ ଏବଂ ଏହାକୁ ମଧ୍ୟ ସୁପ୍ରିମକୋର୍ଟ ମନିଟରିଂ କରନ୍ତୁ। ଖଣି ଦୁର୍ନୀତିର ତଦନ୍ତ ରିପୋର୍ଟରେ  ଜଷ୍ଟିସ୍ ଶାହା କମିଶନ ସିବିଆଇ ତଦନ୍ତ ପାଇଁ ସୁପାରିଶ କରି ଥିଲେ। ତାହାକୁ କାର୍ଯ୍ୟକାରୀ କରାଯାଉ ବୋଲି ଜୟରାମ ଓ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଦାବି କରିଛନ୍ତି।

ଜୟରାମ କହିଛନ୍ତି, ଚିଟଫଣ୍ଡ ଠକେଇର ତଦନ୍ତ ପ୍ରକ୍ରିୟା ଶିଥିଳ ପଡ଼ି ଯାଇଛି। ସିବିଆଇ ଠିକ୍ ଢଙ୍ଗରେ ତଦନ୍ତ ପ୍ରକ୍ରିୟା କରୁ ନାହିଁ। କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏ କଥା କହି ସାରିଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାରକୁ ସୁରକ୍ଷା ଯୋଗାଇ ଦେବା ପାଇଁ ଏପରି କରାଯାଉଛି ବୋଲି ବି ସେ କହି ସାରିଛନ୍ତି।  ଜୁଏଲ ଜଣେ ସ୍ୱଚ୍ଛ ରାଜନେତା ଓ ଦାୟିତ୍ୱବାନ ମନ୍ତ୍ରୀ। ସେ ସତ କଥା ପ୍ରକାଶ କରିଛନ୍ତି। ସେ ଯେଉଁ କଥାକୁ ଉପଲବ୍ଧ କରିଛନ୍ତି, ତାହାକୁ କହିଛନ୍ତି।  ଚିଟଫଣ୍ଡ୍ ଠକେଇରେ ୨୦ ଲକ୍ଷ ପରିବାର ପ୍ରଭାବିତ ହୋଇଛନ୍ତି। ୫୦ହଜାର କୋଟି ଟଙ୍କାର ଘୋଟାଲା ହୋଇଛି। ନେତା, ପ୍ରଶାସନିକ ଅଧିକାରୀ, ପୋଲିସ୍ ଅଫିସର ଏଥିରେ ସଂପୃକ୍ତ ରହିଛନ୍ତି। ସିବିଆଇର ତଦନ୍ତ ଉପରେ ସୁପ୍ରିମକୋର୍ଟ ନିଘା ରଖିଲେ ଯାଇ ସତ କଥା ପଦାକୁ ଆସିପାରିବ।

ଜୟରାମ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ନୈତିକତା ହରାଇ ସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଭଳି ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ବ୍ଲାକମେଲ୍ କରି ରଖିଛନ୍ତି, ତାହା ଧରାପଡ଼ି ଯାଇଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ ସମର୍ଥନ ପାଇବା ପାଇଁ ପ୍ରଧାନମନ୍ତ୍ରୀ ଏଭଳି କରୁଛନ୍ତି।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ କଂଗ୍ରେସ ଯାହା କହି ଆସୁଥିଲା ତାହା ସତ୍ୟ ପ୍ରମାଣିତ ହୋଇଛି। କଂଗ୍ରେସ ବହୁ ପୂର୍ବରୁ ଠୋସ୍ ପ୍ରମାଣ ସହିତ କହିଥିଲା ଯେ ଚିଟଫଣ୍ଡ୍ ଠକେଇ ଘଟଣାରେ ସିବିଆଇ ତଦନ୍ତର ଶିଥିଳତା କେବଳ କେନ୍ଦ୍ରର ଏନଡିଏ ସରକାର ଓ ରାଜ୍ୟର ବିଜେଡି ସରକାର ମଧ୍ୟରେ ଭିତିରିଆ ବୁଝାମଣା ଯୋଗୁଁ ସମ୍ଭବ ହୋଇଛି। ସଂସଦରେ ବିଲ୍ ପାସ୍ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଡିଲ୍ ହୋଇଛି। ଆଉ ଏହି କଥାକୁ ଆହୁରି  ମଜଭୁତ କରିଛି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ମନ୍ତବ୍ୟ।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ରହିଛି ସିବିଆଇ। ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରି ଚିଟଫଣ୍ଡ ଠକେଇରେ ସିବିଆଇ ତଦନ୍ତକୁ ବାଟବଣା କରିଛନ୍ତି। ଚିଟଫଣ୍ଡ୍ ଠକେଇରେ ବିଜେଡିର ନେତାଏ ସଂପୃକ୍ତ ଥିବା ବେଳେ ପ୍ରଧାନମନ୍ତ୍ରୀ ତାହା ଉପରେ ଘଣ୍ଟ ଘୋଡ଼ାଇ ରଖିଛନ୍ତି।

ପ୍ରସାଦ କହିଛନ୍ତି, ଖଣି ଦୁର୍ନୀତି ମାମଲାରେ ଜଷ୍ଟିସ୍ ଏମ.ବି ଶାହା କମିଶନ ସିବିଆଇ ତଦନ୍ତ କରିବାକୁ ସୁପାରିଶ କରିଥିଲେ। ୨୦୧୪ ସାଧାରଣ ନିର୍ବାଚନ ଅବ୍ୟବହତି ପୂର୍ବରୁ ଆକ୍ସନ ଟେକେନ୍ ରିପୋର୍ଟ ଦାଖଲ କରାଯାଇଥିଲା। ଏହାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଏନଡିଏ ସରକାରଙ୍କ ଉପରେ ଥିଲା। ଇତି ମଧ୍ୟରେ ୧୮ ମାସ ବିତି ଯାଇଥିଲେ ସୁଦ୍ଧା ସରକାର ଖଣି ଦୁର୍ନୀତିର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରି ନାହାନ୍ତି। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଓଡ଼ିଶାରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିଜେପି ଓ ପ୍ରଧାନମନ୍ତ୍ରୀ ପ୍ରଶୟ ଦେଉଛନ୍ତି। ଉଭୟ ବିଜେପି ଓ ବିଜେଡି ମିଶି କି ଅଛନ୍ତି। ତେଣୁ ଉଭୟ ଚିଟଫଣ୍ଡ୍ ଓ ଖଣି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ତଦାରଖରେ ତଦନ୍ତ ହେଉ ବୋଲି କଂଗ୍ରେସ ଦାବି କରୁଛି।

ଅନ୍ୟପକ୍ଷରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ସିବିଆଇ ଏକ ସ୍ୱୟଂଶାସିତ ଅନୁଷ୍ଠାନ। ଏହାର କାର୍ଯ୍ୟଧାରା ଉପରେ ସରକାର ହସ୍ତକ୍ଷେପ କରନ୍ତି ନାହିଁ। ବିଜେଡି ସହିତ ବିଜେପି ବୁଝାମଣା କରିଛି ବୋଲି କଂଗ୍ରେସ ଯେଉଁ ଅଭିଯୋଗ କରୁଛି, ତାହା ଅବାନ୍ତର। ଏହା ଆଦୌ ସମୀଚୀନ ନୁହେଁ। ୨୦୦୯ରେ ଯେତେବେଳେ ବିଜେଡି-ବିଜେପି ମେଣ୍ଟ ସରକାର ଭାଙ୍ଗିଲା ସେତେବେଳେ କେନ୍ଦ୍ରର ଉପା ସରକାର ଚାହିଁଥିଲେ, ବିଜେଡି ସରକାରକୁ ଭାଙ୍ଗି ଦେଇ ପାରି ଥାଆନ୍ତେ। କିନ୍ତୁ ସୋନିଆ ଗାନ୍ଧୀ ସେପରି କଲେ ନାହିଁ। କାରଣ ବିଜେଡି ଓ କଂଗ୍ରେସ ମଧ୍ୟରେ ବୁଝାମଣା ହୋଇଥିଲା।

ପୃଥ୍ୱୀରାଜ ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା ଉପରେ ସେ ଗତକାଲି ସ୍ପଷ୍ଟୀକରଣ ଦେଇ ସାରିଛନ୍ତି। ସେ କେଉଁ ପ୍ରସଙ୍ଗରେ ଉକ୍ତ ମନ୍ତବ୍ୟ ଦେଇଥିଲେ, ତାହା ବି ସ୍ପଷ୍ଟ କରି ସାରିଛନ୍ତି। ଏହା ଉପରେ ସେ ଟିପ୍ପଣୀ ଦେବା ଠିକ୍ ହେବ ନାହିଁ। ଚିଟଫଣ୍ଡ ନେଇ ବିଜେପିର ଲଢ଼େଇ ଜାରି ରହିଛି ବୋଲି ସେ କହିଛନ୍ତି।

ସେହିପରି ବିଜେଡି ମୁଖ୍ୟପାତ୍ର ଅମର ଶତପଥୀ କହିଛନ୍ତି,  ଯେତେବେଳେ କେନ୍ଦ୍ରରେ ଉପା ସରକାର ଥିଲା ସେତେବେଳେ ବିଜେପି ଅଭିଯୋଗ କରୁଥିଲା ଯେ କଂଗ୍ରେସ ଓ ବିଜେଡି ମଧ୍ୟ ଗୁପ୍ତ ବୁଝାମଣା ରହିଛି। ଆଜି କେନ୍ଦ୍ରରେ ଏନଡିଏ ସରକାର ରହିଛି। ଆଉ କଂଗ୍ରେସ ଅଭିଯୋଗ କରୁଛି ଯେ ବିଜେପି ଓ ବିଜେଡି ମଧ୍ୟରେ ଗୁପ୍ତ ବୁଝାମଣା ରହିଛି। ତେଣୁ ପ୍ରକୃତରେ ଏ ଅଭିଯୋଗର କୌଣସି ସତ୍ୟତା ନାହିଁ। ସମ୍ବିଧାନର ପରିଧି ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଯେତିକି ସଂପର୍କ ରଖାଯିବା କଥା ସେତିକି ସଂପର୍କ ରଖାଯାଇଛି।

ଏ ନେଇ ଜୁଏଲ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଁ କେବେ ବି କହିନାହିଁ ବିଜେଡି ବିଜେପି ମଧ୍ୟରେ କିଛି ସମ୍ପର୍କ ଅଛି। ମୁଁ କହିଛି ସିବିଆଇ ତା’ର କାମ ଠିକରେ କରୁଛି। କଂଗ୍ରେସ ସମୟରେ ସିବିଆଇ ଉପରେ ଆଙ୍କୁଶ ରହୁଥିଲା। ଆମ ସରକାର ସମୟରେ ସେମିତି କିଛି ହେଉ ନାହିଁ। ମୋ କହିବାର ଉଦ୍ଦେଶ୍ୟ ଥିଲା, ବିଜେଡି ବିଜେପିକୁ ଧନ୍ୟବାଦ ଦେବା ଦରକାର କାରଣ ୟୁପିଏ ସରକାର ନିଜ ସ୍ୱର୍ଥ ପାଇଁ ସିବିଆଇକୁ ବ୍ୟବହାର କରୁଥିଲା, ସେପରି ହୋଇଥିଲେ ବିଜେଡି ଶେଷ ହୋଇ ସାରଥାନ୍ତି। କଂଗ୍ରେସ ଏହାକୁ ନେଇ ରାଜନୀତି କରି ଫାଇଦା ଉଠାଇବାକୁ ଚେଷ୍ଟା କରୁଛି।

ଶୁକ୍ରବାର ‘ଓଟିଭି’କୁ ଏକ ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଥିଲେ ଚିଟଫଣ୍ଡ ଓ ମାଇନିଂ ତଦନ୍ତରେ କେନ୍ଦ୍ର ସରକାର ରାଜ୍ୟକୁ ଛାଡ଼ି ଦେଇଥିବାରୁ ରାଜ୍ୟ ସରକାର ଧନ୍ୟବାଦ ଦେବା କଥା, ନ ହେଲେ ସିବିଆଇ ଦ୍ୱାରା ରାଜ୍ୟ ସରକାର ସଫା ହୋଇଯିବା କଥା। ଚିଟଫଣ୍ଡରେ ସିବିଆଇ ତଦନ୍ତ ଶିଥିଳ ହୋଇଛି। ତେବେ ସବୁକଥା ଟିଭି ସମ୍ମୁଖରେ କହି ହେବ ନାହିଁ ବୋଲି ମଧ୍ୟ ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story