ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ନବୀନ

ଭୁବନେଶ୍ୱର:  ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଆସନ୍ତାକାଲି ନବୀନ ପାଇକ ବିଦ୍ରୋହକୁ ୨୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗ ଦେବେ। ୨୧ ତାରିଖରେ କେତେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏଥିସହ ସେ ୨୨ତାରିଖରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିଦାୟକାଳୀନ ଉତ୍ସବରେ ବି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୫ ଦିନିଆ ଗସ୍ତ ସାରି ୨୩ ତାରିଖରେ ଭୁବନେଶ୍ୱର ଫେରିବେ ନବୀନ।