ଆଜି ବାଲେଶ୍ୱର ଓ ଜଗତସିଂହପୁର ଜନପ୍ରତିନିଧିଙ୍କୁ ଭେଟିବେ ନବୀନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଝଟକା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ସିଧାସଳଖ କଥା ହେଉଛନ୍ତି। ଏହିମର୍ମରେ ଆଜି ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଓ ଜଗତସିଂହପୁର ନବନିର୍ବାଚିତ ପ୍ରତିନିଧିଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୨୪ ତାରିଖ ଭିତରେ ପ୍ରାୟ ସବୁ ଜିଲ୍ଲାର ନବନିର୍ବାଚିତ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯାଜପୁର, କୋରାପୁଟ, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାର ନବନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ ଓ […]

C8dPSoBWsAAQcvf

C8dPSoBWsAAQcvf

Rakesh Mallick
  • Published: Thursday, 06 April 2017
  • Updated: 06 April 2017, 07:27 AM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଝଟକା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ସିଧାସଳଖ କଥା ହେଉଛନ୍ତି। ଏହିମର୍ମରେ ଆଜି ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଓ ଜଗତସିଂହପୁର ନବନିର୍ବାଚିତ ପ୍ରତିନିଧିଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୨୪ ତାରିଖ ଭିତରେ ପ୍ରାୟ ସବୁ ଜିଲ୍ଲାର ନବନିର୍ବାଚିତ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯାଜପୁର, କୋରାପୁଟ, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାର ନବନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ବିଚାର ବିମର୍ଷ କରିଥିଲେ। ପଞ୍ଚାୟତ ନିର୍ବାଚନରେ କେତେ ଭୋଟ୍‌ ମିଳିଛି, ସଙ୍ଗଠନ କିପରି ଅଧିକ ସଜବୁତ ହେବ, ତୃଣମୂଳସ୍ତରରେ ଦଳୀୟ ନେତା ଓ କର୍ମୀମାନେ କିଭଳି ଲୋକଙ୍କ ପାଇଁ କାମ କରିବେ ସେନେଇ ଆଲୋଚନା କରିଥିଲେ ନବୀନ। ଏହାଛଡ଼ା ସାଧାରଣ ଲୋକଙ୍କ ସମସ୍ୟା ପୂରଣ ଓ ସରକାରଙ୍କ ଯୋଜନା ଗ୍ରାମାଞ୍ଚଳରେ ପହଞ୍ଚାଇବୁ ପରାମର୍ଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos