ସୁରଙ୍କ ତେରଛା ମାଡ଼: କହିଲେ ନରସିଂହ କିଏ ନା ପ୍ରସାଦ କିଏ? ସବୁ ରାହୁଲ ଓ ସୋନିଆ

ଭୁବନେଶ୍ୱର: କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ହେବ। ସେଠି ବିରୋଧୀ ଦଳ ନେତା ନରସିଂହ ମିଶ୍ର କିଏ କି? ନା ପ୍ରସାଦ ହରିଚନ୍ଦନ କିଏ? ନା ନିରଞ୍ଜନ ପଟ୍ଟନାୟକ କିଏ? ନା ଭକ୍ତ ଦାସ କିଏ? ଏଠି ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ସବୁ କିଛି। ଆବୁଡ଼ୁ ଝାବୁଡୁ ଚଳିବ ନାହିଁ। ବ୍ଲାକ୍‌ ମନି ଓ ମଦ  କାମ ଦେବନାହିଁ। ଆଜି କଂଗ୍ରେସ ଭବନରେ ଚାଲିଥିବା ମାନସମନ୍ଥନ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକଙ୍କୁ ଭେଟିବା ପରେ ଗଣମାଧ୍ୟମଙ୍କ ପ୍ରଶ୍ନରେ ଏପରି […]

sura

sura

Rakesh Mallick
  • Published: Monday, 14 August 2017
  • Updated: 14 August 2017, 06:14 PM IST

Sports

Latest News

ଭୁବନେଶ୍ୱର: କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ହେବ। ସେଠି ବିରୋଧୀ ଦଳ ନେତା ନରସିଂହ ମିଶ୍ର କିଏ କି? ନା ପ୍ରସାଦ ହରିଚନ୍ଦନ କିଏ? ନା ନିରଞ୍ଜନ ପଟ୍ଟନାୟକ କିଏ? ନା ଭକ୍ତ ଦାସ କିଏ? ଏଠି ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ସବୁ କିଛି। ଆବୁଡ଼ୁ ଝାବୁଡୁ ଚଳିବ ନାହିଁ। ବ୍ଲାକ୍‌ ମନି ଓ ମଦ  କାମ ଦେବନାହିଁ। ଆଜି କଂଗ୍ରେସ ଭବନରେ ଚାଲିଥିବା ମାନସମନ୍ଥନ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକଙ୍କୁ ଭେଟିବା ପରେ ଗଣମାଧ୍ୟମଙ୍କ ପ୍ରଶ୍ନରେ ଏପରି ଢ଼ଙ୍ଗରେ ନିଜ ଜ୍ୱାଇଁ ପାଇଁ ଓକିଲାତି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ।

ସେ କହିଛନ୍ତି-“ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଯଦି ରାହୁଲ ଗାନ୍ଧି ପରିବର୍ତ୍ତନ କରିବେ ଆମେ ମାନିବୁ। ଯିଏ ଆସିବେ ସେମାନଙ୍କୁ ଆମେ ସ୍ୱାଗତ କରିବୁ ଏବଂ ତାଙ୍କ ଅଧିନରେ କାମ କରିବୁ। ପ୍ରସାଦ ମଖର ଜ୍ୱାଇଁ। ପିସିସି ସଭାପତି ପଦରୁ ଗଲେ ଟିକେ ମନ ଦୁଃଖ ହେବ। ପରେ ସବୁ ଠିକ୍‌ ହୋଇଯିବ। ଆମେ ସବୁବେଳେ ଯୁଦ୍ଧ ପାଇଁ ରେଡି। ଦଳ ଆଗରେ ଜ୍ୱଇଁ ଓ ପୁଅ କିଛି ନୁହଁ।

ସେ କହିଛନ୍ତି-“ଦଳକୁ ସଜାଡ଼ିବା ପାଇଁ ୭୫ ପ୍ରତିଶତ ଯୁବକ ଓ ଯୁବତୀଙ୍କୁ ସାମିଲ କରାଯାଉ। ଏହାଛଡ଼ା କିଛି ଶିକ୍ଷିତ ଲୋକଙ୍କୁ ମଧ୍ୟ ଦଳରେ ଭର୍ତ୍ତି କରାଯାଉ। ବୁଢ଼ା ଓ ହଡାମାନଙ୍କୁ ବିଦା କରାଯାଉ।”

କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟଙ୍କ ଜ୍ୱାଇଁ ହେଉଛନ୍ତି ପ୍ରସାଦ ହରିଚନ୍ଦନ। ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ବିବାଦ ଘେରକୁ ଆସିଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ତାଙ୍କ ବିରୋଧରେ ବିଧାୟକ ଓ କେତେକ ବରିଷ୍ଠ କର୍ମୀ ମୁହଁ ଖୋଲିଥିଲେ। ଫଳରେ କଂଗ୍ରେସର ଝଡ଼ ସୃଷ୍ଟି ହୋଇଥିଲା। କିଛି ଦିନ ତଳେ ସୁର-ତାର ଓ ସୁର-ଯୁଗେଶଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ହୋଇଥିଲା। ପରେ କିଛି ନେତା ଓ ବିଧାୟକ ଦିଲ୍ଲୀ ଯାଇ ପିସିସି ସଭାପତିଙ୍କୁ ପରିବର୍ତ୍ତନ କରିବାକୁ ଦାବି ଉପସ୍ଥାପନ କରିଥିଲେ। ସ୍ଥିତି ଜଟିଳ ହେଉଥିବା ଦେଖି ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧି ୩ ଜଣିଆ ପର୍ଯ୍ୟବେକ୍ଷକଙ୍କୁ ଓଡ଼ିଶା ପଠାଇଥିଲେ। ଗତ ଦୁଇ ଦିନ ଧରି ପର୍ଯ୍ୟବକ୍ଷେକ ଟିମ୍‌ ରାଜ୍ୟର ନେତାମାନଙ୍କ ସହିତ ଆଲୋଚନା ଓ ପର୍ଯ୍ୟାଲୋଚନା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story