ଆମ ଭିତରେ ଫାଟ ସୃଷ୍ଟି ପାଇଁ ‘ହରିଆ’ ଦାୟୀ: ଯୋଗେଶ ସିଂ

ଭୁବନେଶ୍ୱର: ଆମ ଭିତରେ ଫାଟ ସୃଷ୍ଟି ପାଇଁ ‘ହରିଆ’ ହିଁ ଦାୟୀ। ହାଇକମାଣ୍ଡ ହରିଆଙ୍କୁ କଂଗ୍ରେସକୁ ମଜଭୁତ୍ କରିବା ପାଇଁ ପଠାଇଥିଲେ, କିନ୍ତୁ ସେ ଭାଙ୍ଗୁଛନ୍ତି। ଓଡ଼ିଶା ଆସିବା ଦିନଠାରୁ ସେ ସଙ୍ଗଠନକୁ ଭାଙ୍ଗିବାକୁ ଚାହିଁଛନ୍ତି। ଓଡ଼ିଶାର କଂଗ୍ରେସ ପ୍ରଭାରୀ ବି.କେ ହରିପ୍ରସାଦଙ୍କୁ ‘ହରିଆ’ ବୋଲି ସମ୍ୱୋଧନ କରି ଆଜି ଦଳର ବିଧାୟକ ଯୋଗେଶ ସିଂ ଏଭଳି ବିଷୋଦ୍ଗାର କରିଛନ୍ତି। ଗତ ୨୬ ତାରିଖରେ ୪ ଜଣ ଏସସିଏସ୍‌ଟି ବିଧାୟକଙ୍କୁ କଂଗ୍ରେସ ହାଇକମାଣ୍ଡ ଦିଲ୍ଲୀ ଡାକିଥିଲେ। ଏହି ୪ […]

jogesh

jogesh

Rakesh Mallick
  • Published: Monday, 28 November 2016
  • Updated: 28 November 2016, 08:10 PM IST

Sports

Latest News

jogeshଭୁବନେଶ୍ୱର: ଆମ ଭିତରେ ଫାଟ ସୃଷ୍ଟି ପାଇଁ ‘ହରିଆ’ ହିଁ ଦାୟୀ। ହାଇକମାଣ୍ଡ ହରିଆଙ୍କୁ କଂଗ୍ରେସକୁ ମଜଭୁତ୍ କରିବା ପାଇଁ ପଠାଇଥିଲେ, କିନ୍ତୁ ସେ ଭାଙ୍ଗୁଛନ୍ତି। ଓଡ଼ିଶା ଆସିବା ଦିନଠାରୁ ସେ ସଙ୍ଗଠନକୁ ଭାଙ୍ଗିବାକୁ ଚାହିଁଛନ୍ତି। ଓଡ଼ିଶାର କଂଗ୍ରେସ ପ୍ରଭାରୀ ବି.କେ ହରିପ୍ରସାଦଙ୍କୁ ‘ହରିଆ’ ବୋଲି ସମ୍ୱୋଧନ କରି ଆଜି ଦଳର ବିଧାୟକ ଯୋଗେଶ ସିଂ ଏଭଳି ବିଷୋଦ୍ଗାର କରିଛନ୍ତି।

ଗତ ୨୬ ତାରିଖରେ ୪ ଜଣ ଏସସିଏସ୍‌ଟି ବିଧାୟକଙ୍କୁ କଂଗ୍ରେସ ହାଇକମାଣ୍ଡ ଦିଲ୍ଲୀ ଡାକିଥିଲେ। ଏହି ୪ ଜଣଙ୍କ ମଧ୍ୟରେ ଯୋଗେଶ ବି ଥିଲେ। ସେମାନେ ରାହୁଲଙ୍କୁ ଭେଟିବା ପରେ କଂଗ୍ରେସ ବିଧାୟକ ଦଳରେ ଫାଟ ସୃଷ୍ଟି ହୋଇଛି ବୋଲି ଆଲୋଚନା ଜୋର ଧରିଥିବା ବେଳେ ଆଜି ଯୋଗେଶ  ହରିପ୍ରସାଦଙ୍କୁ ନେଇ ଏଭଳି କଟୁ ମନ୍ତବ୍ୟ ଦେଇଛନ୍ତି।

ଦୁଇ ଦିନର ମୌନବ୍ରତ ପରେ କଂଗ୍ରେସରେ କନ୍ଦଳ ପାଇଁ ହରିପ୍ରସାଦଙ୍କୁ ଦାୟୀ କରିଛନ୍ତି ଯୋଗେଶ।  ସେ କହିଛନ୍ତି,“ଯିଏ ଜୀବନରେ କେବେ ନିର୍ବାଚନ ଲଢ଼ିନି, ତାଙ୍କର ସଙ୍ଗଠନ ବିଷୟରେ ଅଭିଜ୍ଞତା ଆସିବ କେଉଁଠୁ? ଦଳ ଭିତରେ ଆପୋଷ ବୁଝାମଣା କରିବା ଦାୟିତ୍ୱ ହରିପ୍ରସାଦଙ୍କର। କିନ୍ତୁ କନ୍ଦଳର ସମାଧାନ କରିବା ପରିବର୍ତ୍ତେ ସେ ଏହାକୁ ବଢ଼ାଉଛନ୍ତି।”

ଯୋଗେଶଙ୍କ ସହିତ ବିଧାୟକ ପ୍ରଫୁଲ୍ଲ ମାଝି ମଧ୍ୟ ଦିଲ୍ଲୀ ଯାଇ ରାହୁଲଙ୍କୁ ଭେଟିଥିଲେ। ସେ ବି ଆଜି ମୁହଁ ଖୋଲିଛନ୍ତି ଓ ଦଳର ରାଜ୍ୟ ନେତୃତ୍ୱ ଏବଂ କିଛି ନେତାଙ୍କ ଉପରେ ବର୍ଷିଛନ୍ତି।

ସେ କହିଛନ୍ତି,“ଆମ ଭିତରେ ଫାଟ ସୃଷ୍ଟି ପାଇଁ କୌଣସି ବରିଷ୍ଠ ନେତାଙ୍କ ହାତ ଅଛି। ଏପରି ଉଦ୍ୟମ ବନ୍ଦ କରାଯିବା ଦରକାର। ତାହା ନହେଲେ ଏହାର ପ୍ରଭାବ ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ ପଡ଼ିବ।”

ସେ କହିଛନ୍ତି,“ପଞ୍ଚାୟତ ନିର୍ବାଚନ ପାଇଁ ଯଦି ଆମକୁ ଡକାଯାଇଥିଲା, ତାହାହେଲେ ସମସ୍ତ ବିଧାୟକଙ୍କୁ କ’ଣ ପାଇଁ ଡକାଗଲା ନାହିଁ?  ଦଳୀୟ ଭିତରେ କନ୍ଦଳକୁ ଯେଉଁମାନେ ପ୍ରୋତ୍ସାହନ ଦେଉଛନ୍ତି ସେମାନଙ୍କୁ ଦଳରୁ ବହିଷ୍କାର କରାଯିବା ଦରକାର। ସେହିପରି ଏସି/ଏସ୍ଟି ଚାଲରୁ ଦଳ ନିବୃତ୍ତ ରହୁ।”

ଯୋଗେଶ ଓ ପ୍ରଫୁଲ୍ଲଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି କେବଳ ୪ ବିଧାୟକଙ୍କୁ ରାହୁଲ ଭେଟିବା ନେଇ ସେମାନେ ଖୁସି ନୁହଁନ୍ତି। ସେମାନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ପିସିସି କୋଷାଧ୍ୟକ୍ଷ ମହମ୍ମଦ ମୋକିମ କହିଛନ୍ତି,“କଂଗ୍ରେସ ହେଉଛି ଏକ ରାଷ୍ଟ୍ରୀୟ ଦଳ। ଏହାର ହାଇକମାଣ୍ଡ ଦିଲ୍ଲୀରେ ରହୁଛନ୍ତି। ୪ ବିଧାୟକଙ୍କୁ କେଉଁ ପରିସ୍ଥିତିରେ ଦିଲ୍ଲୀ ଡକାଯାଇଥିଲା ହାଇକମାଣ୍ଡ ଜାଣିଥିବେ। ସମୟ ଆସିଛି ସବୁ କଂଗ୍ରେସ କର୍ମୀ ଏକଜୁଟ୍ ହେବା ଦରକାର ଓ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ପ୍ରସାଦଙ୍କ ନେତୃତ୍ୱରେ କାମ କରିବା ଦରକାର। ମିଡ଼ିଆରେ ବୟାନ୍ବାଜି ନ କରି ଏକତ୍ର କାମ କରିବା ଦରକାର।”

ସୂଚନା ଯୋଗ୍ୟ, ୪ ଏସସିଏସ୍‌ଟି ବିଧାୟକଙ୍କ ସହିତ ମହମ୍ମଦ ମୋକିମ ମଧ୍ୟ ଦିଲ୍ଲୀ ଯାଇଥିଲେ।

କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦବାହିନୀପତି କହିଛନ୍ତି,“୪ ବିଧାୟକଙ୍କୁ ଦିଲ୍ଲୀ କିଏ ପଠାଇଲେ ସେ ଖବର ରଖିବା ମୋର ଦରକାର ନାହିଁ। ଏପରିକି କେଉଁ ବିଧାୟକ ଗଲେ ଓ କାହିଁକି ଗଲେ ସେ କଥା ଚିନ୍ତା କରିବା ମୋର ଆବଶ୍ୟକତା ନାହିଁ। ଏଥିରେ ମୋର କିଛି କ୍ଷତି ହେବନି କି ମୁଁ ଭୟଭୀତ ହେବାର ନାହିଁ। ନିଜେ ବଞ୍ଚିଲେ ବାପାର ନାଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos