ହାଇଟେକ୍‌ ଉପରେ ବ୍ୟାନ; ଦୁଇ ବର୍ଷ ଯାଏଁ ଏମ୍‌ବିବିଏସ୍‌ ପାଠ୍ୟକ୍ରମକୁ ନା

ଭୁବନେଶ୍ୱର: ରାଉରକେଲା ହାଇଟେକ୍ ମେଡିକାଲ କଲେଜକୁ ଲାଗିଛି ବଡ଼ ଝଟକା। ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ହାଇଟେକ୍  ମେଡିକାଲ କଲେଜରେ ଆଡମିଶନ ହୋଇପାରିବନି। ୨୦୧୭-୧୮ ଓ ୨୦୧୮-୧୯ ଶିକ୍ଷାବର୍ଷରେ MBBS ପାଠ୍ୟକ୍ରମରେ ଆଡମିଶନ ନ କରିବା ଲାଗି ରାଉରକେଲା ହାଇଟେକ୍ ମେଡିକାଲ କଲେଜକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଏନେଇ ମନ୍ତ୍ରଣାଳୟ ହାଇଟେକ୍ ମେଡିକାଲ କଲେଜ, ହସପିଟାଲ ଓ ରାଜ୍ୟ ସରକାରଙ୍କୁ  ଅବଗତ କରିଛି। ଯଦି ଏହାର ଉଲ୍ଲଂଘନ ହୁଏ ତେବେ କେନ୍ଦ୍ର ସରକାରଙ୍କ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।