ଖେଳରେ ପଶିଲା ରାଜନୀତି: ଏସିଆନ୍ ଆଥ୍‌ଲେଟିକ୍‌ ବିଜ୍ଞାପନକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର: ଖେଳରେ ରାଜନୀତି। ଭୁବନେଶ୍ୱରରେ ହେବାକୁ ଥିବା ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍‌ର ପ୍ରଚାର ପାଇଁ ସରକାର ଦେଇଥିବା ବିଜ୍ଞାପନରେ ରାଜନୀତିର ଗନ୍ଧ ବାରିଛି ବିଜେପି। ଖେଳର ପ୍ରଚାର କମ୍‌, ବରଂ ନିଜ ସଫଳତାର ଗାଥା ବଖାଣିବାକୁ ଆନ୍ତର୍ଜାତିୟ କ୍ରୀଡାକୁ ସରକାର ମାଧ୍ୟମ କରିଛନ୍ତି। ଆଜି ଏପରି ଅଭିଯୋଗ ଆଣିଛି ବିଜେପି। ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍‌ ଆରମ୍ଭ ହେବାକୁ ଆଉ ଦୁଇ ଦିନ ବାକି ରହିଛି। ଏଥିପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ପ୍ରସ୍ତୁତି କାର୍ଯ୍ୟ। ଏହାର ପ୍ରଚାର […]

sports politics

sports politics

Rakesh Mallick
  • Published: Sunday, 02 July 2017
  • Updated: 02 July 2017, 07:37 PM IST

Sports

Latest News

ଭୁବନେଶ୍ୱର: ଖେଳରେ ରାଜନୀତି। ଭୁବନେଶ୍ୱରରେ ହେବାକୁ ଥିବା ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍‌ର ପ୍ରଚାର ପାଇଁ ସରକାର ଦେଇଥିବା ବିଜ୍ଞାପନରେ ରାଜନୀତିର ଗନ୍ଧ ବାରିଛି ବିଜେପି। ଖେଳର ପ୍ରଚାର କମ୍‌, ବରଂ ନିଜ ସଫଳତାର ଗାଥା ବଖାଣିବାକୁ ଆନ୍ତର୍ଜାତିୟ କ୍ରୀଡାକୁ ସରକାର ମାଧ୍ୟମ କରିଛନ୍ତି। ଆଜି ଏପରି ଅଭିଯୋଗ ଆଣିଛି ବିଜେପି।

ଏସିଆନ୍ ଆଥଲେଟିକ୍ ଚାମ୍ପିୟନସିପ୍‌ ଆରମ୍ଭ ହେବାକୁ ଆଉ ଦୁଇ ଦିନ ବାକି ରହିଛି। ଏଥିପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ପ୍ରସ୍ତୁତି କାର୍ଯ୍ୟ। ଏହାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ବିଜ୍ଞାପନ ଦେଇଛନ୍ତି। ବିଜ୍ଞାପଦରେ ପ୍ରଗତି ପଥେ ଓଡିଶା ଉଲ୍ଲେଖ ରହିଛି। ଏହାଛଡ଼ା ଦଶ ବର୍ଷରେ କୃଷକଙ୍କ ଆୟ ବଢିଛି ୨ ଗୁଣ,  ଖାଦ୍ୟ ଶସ୍ୟରେ ନିଅଣ୍ଚିଆ ରାଜ୍ୟ ଏବେ ଅନ୍ୟ ରାଜ୍ୟର ଆବଶ୍ୟକତା ପୂରଣ କରୁଛି, ଗ୍ରାମାଞ୍ଚଳର ଦାରିଦ୍ର୍ୟ କମିଛି ୨୫ ପ୍ରତିଶତ, ଏସବୁ ପ୍ରଗତି ମାଇଲ ଖୁଣ୍ଟରେ ଯୋଡି ହୋଇଛି ୯୦ ଦିନର କମ ସମୟରେ ଏସିଆନ ଆଥଲେଟିକ୍ ଚାମ୍ପିୟନସିପ୍‌ ଆୟୋଜନ ପ୍ରମୁଖ ବିଜ୍ଞାପଦରେ ଲେଖାଯାଇଛି।

ସେହିପରି ଜାତୀୟ ଗଣମାଧ୍ୟମରେ ମଧ୍ୟ ସରକାର ଦେଇଛନ୍ତି ଆଉ ଏକ ବିଜ୍ଞାପନ। ଯେଉଁଥିରେ ଶକ୍ତି ଓ ଶିଳ୍ପ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉପଲବ୍ଧିର ତଥ୍ୟ ରହିଛି। ଏଥିରେ ବିଦ୍ୟୁତ ଉତ୍ପାଦନରେ ରାଜ୍ୟ ୫୦୦୦ ମେଗାଓ୍ୱାଟରୁ ୧୮,୦୦୦ ମେଗଓ୍ୱାଟ ଉତ୍ପାଦନର କଥା ଲେଖିଛନ୍ତି। ଏହା ସହ ଷ୍ଟିଲ, ଷ୍ଟେନଲେସ ଷ୍ଟିଲ ଓ ଆଲୁମିନିୟମ ଉତ୍ପାଦନରେ ରାଜ୍ୟ ଏକ ନମ୍ବର ବୋଲି ବାର୍ତ୍ତା ଦେଇଛନ୍ତି ସରକାର। ବିଜେପିକୁ ଏକଥାକୁ କିନ୍ତୁ ହଜମ ହେଉନି। ଦଳର ଅଭିଯୋଗ ମିଥ୍ୟା ପ୍ରଚାର ପାଇଁ ସରକାର ଖେଳକୁ ମୋହରା କରିଛନ୍ତି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ରାଜ୍ୟ ସରକାର ଖେଳକୁ ଆଧାର କରି ନିଜର ପ୍ରଚାର କରୁଛନ୍ତି। ଏଥିରୁ ଆମକୁ ଲାଗୁଛି ଖେଳାଳୀମାନଙ୍କୁ ଅପମାନିତ କରିବା ଇଏ ଏକ ଯୋଜନା।”

ବିଜେପିର ଅଭିଯୋଗର ଜବାବ ରଖିଛନ୍ତି କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା। କମ ଦିନରେ ରାଜ୍ୟ  ସରକାରଙ୍କ ଦ୍ୱାରା ଆୟୋଜିତ ଏସିଆନ ଆଥଲେଟିକ୍ ଚାମ୍ପିୟନସିପ୍ ପାଇଁ ସହଯୋଗ ନ କରି ବିଜେପି  ରାଜନୀତି କରୁଥିବା ପାଲଟା ଅଭିଯୋଗ କରିଛନ୍ତି କ୍ରୀଡାମନ୍ତ୍ରୀ।

କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା କହିଛନ୍ତି-“ପ୍ରକାଶ ପାଇଥିବା ବିଜ୍ଞାପଦରେ ରାଜ୍ୟର ଉନ୍ନତି କଥା ଲେଖାଯାଇଛି। ସେଥିରେ ବିଜେଡିର ବିକାଶ ସମ୍ପର୍କରେ ଉଲ୍ଲେଖ କରାଯାଇନି। ଯେଉଁମାନେ ଏପରି ଅଭିଯୋଗ କରୁଛନ୍ତି ସେମାନେ ମଧ୍ୟ ତାଙ୍କ ହୋଡ଼ିଂ କଥା ଭୁଲି ଯାଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos