ମୋ ବାହାଘର ୨୪ରେ: ମୋଦିଙ୍କୁ ଦେବି ମୁଁ ନିମନ୍ତ୍ରଣ

ମରିଯାଇଥିଲା ସବୁ ଆଶା। ହଜିଯାଇଥିଲା  ସ୍ୱପ୍ନ । ଋଣ ଜାଲରେ ଛନ୍ଦି ହୋଇଥିବାରୁ ଝିଅକୁ ହାତରୁ ଦିହାତ ପାଇଁ ଭରଷା ପାଉ ନ ଥିଲା। ଅଭାବଅନଟନ ତାଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲେଇ ଦେଇଥିଲା। ବାପାଙ୍କ ବ୍ୟସ୍ତ ବିବ୍ରତକୁ  ଦେ‌ଖି ଝିଅ ବିଚଳିତ ହୋଇପଡ଼ିଲା। ସବୁଆଡ଼ୁ ନିରାଶ ହେବା ପରେ ଶେଷରେ ଝିଅଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ (ପିଏମଓ)ଙ୍କୁ ଚିଠି ଲେଖିଲା। ଏଭଳି ଦୁ‍ଃଖଦ ସମୟରେ ପ୍ରଧାନମନ୍ତ୍ରୀ ବି ନିରାଶ କରି ନ ଥିଲେ। ବାହାଘର ଲାଗି ବ୍ୟବସ୍ଥା ପାଇଁ ଉତ୍ତର […]

pm-news

pm-news

Rakesh Mallick
  • Published: Wednesday, 12 April 2017
  • Updated: 13 April 2017, 07:07 AM IST

Sports

Latest News

ମରିଯାଇଥିଲା ସବୁ ଆଶା। ହଜିଯାଇଥିଲା  ସ୍ୱପ୍ନ । ଋଣ ଜାଲରେ ଛନ୍ଦି ହୋଇଥିବାରୁ ଝିଅକୁ ହାତରୁ ଦିହାତ ପାଇଁ ଭରଷା ପାଉ ନ ଥିଲା। ଅଭାବଅନଟନ ତାଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲେଇ ଦେଇଥିଲା। ବାପାଙ୍କ ବ୍ୟସ୍ତ ବିବ୍ରତକୁ  ଦେ‌ଖି ଝିଅ ବିଚଳିତ ହୋଇପଡ଼ିଲା। ସବୁଆଡ଼ୁ ନିରାଶ ହେବା ପରେ ଶେଷରେ ଝିଅଟି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ (ପିଏମଓ)ଙ୍କୁ ଚିଠି ଲେଖିଲା। ଏଭଳି ଦୁ‍ଃଖଦ ସମୟରେ ପ୍ରଧାନମନ୍ତ୍ରୀ ବି ନିରାଶ କରି ନ ଥିଲେ। ବାହାଘର ଲାଗି ବ୍ୟବସ୍ଥା ପାଇଁ ଉତ୍ତର ଆସିଥିଲା।  ଆଉ ଏଥର ପରିବାରରରେ ଖୁସି  କହିଲେ ନ ସରେ। ଚିଠି ଲେଖିଥିବା ସେହି  ଯୁବତୀ ଜଣକ ହେଉଛନ୍ତି ପ୍ରିୟାବତୀ ନାୟକ(୨୧)।  

ଭୁବନେଶ୍ୱର:ବୌଦ୍ଧ ଜିଲ୍ଲାର ଉଞ୍ଚବାହାଲି ଗ୍ରାମର ସଦାନନ୍ଦ ନାୟକଙ୍କ ଝିଅ ହେଉଛନ୍ତି ପ୍ରିୟାବତୀ। ସଦାନନ୍ଦ ଜଣେ ସରକାରୀ କର୍ମଚାରୀ । ରାଜସ୍ବବିଭାଗରେ ଚାକିରି କରୁଥିବା ସଦାନନ୍ଦଙ୍କ  ମାସିକ ଦରମା ହେଉଛି ୧୨ ହଜାର ଟଙ୍କା। ଘର କରିବା ପାଇଁ ବ୍ୟାଙ୍କରୁ ସେ ୧,୮୦ ଲକ୍ଷ ଋଣ କରିଥିଲେ। ଆର୍ଥିକ ଅବସ୍ଥା ସେତେଟା ଭଲ ନ ଥିବାରୁ ବ୍ୟାଙ୍କରୁ ଆଣିଥିବା ଋଣ ସୁଝିପାରି ନ ଥିଲେ ସଦାନନ୍ଦ ।  ଏପଟେ ତାଙ୍କୁ  ବଢିଲା ଝିଅର ଚିନ୍ତା ଘାରୁଥିଲା। କେମିତି ତାକୁ ବିବାହ କରିବେ ସେନେଇ ସେ ଦିନରାତି ବିଚଳିତ ହେଉଥିଲେ। ଝିଅ ବାହାଘର ପାଇଁ ଋଣ ପାଇଁ ଯାଇଥିଲେ ମଧ୍ୟ ବ୍ୟାଙ୍କ ତାଙ୍କୁ ଫେରେଇ ଦେଇଥିଲା। କାରଣ ଗୋଟିଏ ଋଣ ସୁଝି ନଥିବାରୁ ତାଙ୍କୁ ଋଣ ଦେବାକୁ ବ୍ୟାଙ୍କ ମନା କରିଦେଇଥିଲା।

ଏମିତି ଚାରିଆଡ଼ୁ ନିରାଶ ହେବା ପରେ ଆଉ ଝିଅ ବାହାଘର କରିପାରିବେନି ବୋଲି ଭାବିଥିଲେ ସଦାନନ୍ଦ। ଏହି ଦୁ‍ଃଖଦ ସମୟରେ ଝିଅ ପ୍ରିୟାବତୀ (ପିଏମଓ) ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖି ନିଜର ଦୁଃଖ ଜଣାଇଥିଲେ। କିଛିଦିନ ପରେ ପିଏମଓ କାର୍ଯାଳୟରୁ ଚିଠି ଆସିଲା। ଚିଠିରେ ପ୍ରିୟାବତୀର ବାହାଘର ପାଇଁ ବ୍ୟାଙ୍କକୁ ଋଣ ଦେବାକୁ ନିର୍ଦେଶ ଆସିଲା। ଚିଠି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲା। ଆଉ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସ୍ଥାନୀୟ ଏକ ବ୍ୟାଙ୍କର କର୍ମଚାରୀଙ୍କୁ  ସଦାନନ୍ଦ ଘରକୁ ଯାଇ ସମସ୍ତ ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ନିର୍ଦେଶ ଦେଇଥିଲେ। ସେହି ଅନୁଯାୟୀ ବ୍ୟାଙ୍କ କର୍ମଚାରୀମାନେ ସଦାନନ୍ଦଙ୍କ ଘରକୁ ଆସି ସ୍ଥିତି ପରକ୍ଷିବା ପରେ  ବାହାଘର ପାଇଁ ୩.୪୪ ଲକ୍ଷ ଟଙ୍କା ଋଣ ମଞ୍ଜୁର କରାଯାଇଛି।  ଏବେ ପ୍ରିୟାବତୀଙ୍କ ପରିବାରରେ ଖୁସିରମାହୋଲ ।

ଏ ସମ୍ପର୍କରେ ପ୍ରିୟାବତୀ କହିଛନ୍ତି ଯେ, ଯଦି ଆମ ଦୁଃଖ ପ୍ରଧାନମନ୍ତ୍ରୀ ଶୁଣି ନ ଥାନ୍ତେ ତେବେ ମୋ ବାହାଘର ହୋଇପାରି ନ ଥାନ୍ତା। ପ୍ରଧାନମନ୍ତ୍ରୀଙ୍କୁ ମୁଁ କେମିତି କୃତଜ୍ଞତା ଜଣାଇବି ତାହା ମୁଁ କହିପାରୁନି ବୋଲି ସେ କହିଥିଲେ। ପ୍ରିୟାବତୀଙ୍କ ବାହାଘର ଏପ୍ରିଲ ୨୪ରେ ଅଛି। ତାଙ୍କ ବାହାଘରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ସେ ଆଉ ଏକ ଚିଠିରେ ଅନୁରୋଧ କରିବେ ବୋଲି ପ୍ରିୟାବତୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos